କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷାଫଳ ୯୬.୪ପ୍ରତିଶତ

blank
କେନ୍ଦ୍ରାପଡ଼ା,୨ା୫ :ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହା ୯୬.୪ପ୍ରତିଶତ ହୋଇଛି। ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସାରା ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲା ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି। ଜିଲ୍ଲାର ୩୪୬ଟି ବିଦ୍ୟାଳୟର ମୋଟ ୧୮ହଜାର ୧୯୩ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ ୨୭୭ଜଣ ଅନୁପସ୍ଥିତ ଥିବା ବେଳେ ୧୭ହଜାର ୯୧୬ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଏ-୧ ଗ୍ରେଡ୍‌ରେ ୬୩ଜଣ, ଏ-୨ଗ୍ରେଡ୍‌ରେ ୪୨୮ଜଣ,ବି-୧ ଗ୍ରେଡ୍‌ରେ ୧୩୩୩ଜଣ, ବି-୨ ଗ୍ରେଡ୍‌ରେ ୩୧୬୬ଜଣ, ସି- ଗ୍ରେଡ୍‌ରେ ୪୯୮୮ଜଣ, ଡି- ଗ୍ରେଡ୍‌ରେ ୫୧୮୭ଜଣ ଓ ଇ- ଗ୍ରେଡ୍‌ରେ ୨୧୦୮ଜଣ ପାସ କରିଛନ୍ତି। ଜଣଙ୍କର ପରିକ୍ଷା ଫଳ କପି ଯୋଗୁଁ ସ୍ଥଗିତ ରହିଥିବା ବେଳେ ୬୪୨ଜଣ ଫେଲ ହୋଇଛନ୍ତି। ମୋଟ ୧୭ହଜାର ୨୭୩ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୮ହଜାର ୪୯୪ଜଣ ଛାତ୍ର ଓ ୮ହଜାର ୭୭୯ଜଣ ଛାତ୍ରୀ ଅଛନ୍ତି। ଜିଲ୍ଲାର ମୋଟ ପାସ ହାର ୯୬.୪ପ୍ରତିଶତ ହୋଇଥିବା ବେଳେ ଛାତ୍ର ପାସହାର ୪୭.୪୧ ପ୍ରତିଶତ ଓ ଛାତ୍ରୀଙ୍କ ପାସ ହାର ୪୯ପ୍ରତିଶତ ରହିଛି। କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କାଠିଆପଡାର ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମଜ୍ୟୋତି ରାଉତ ମୋଟ ୫୭୫ନମ୍ବର ମାର୍କ ରଖି ଏ-୧ଗ୍ରେଡରେ ପାସ କରିବା ସହ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ସୂଚନା ଦେଇଛନ୍ତି। ଶୁଭମଜ୍ୟୋତି ହେଉଛନ୍ତି ମହାକାଳପଡା ବ୍ଲକର ଖୋଳାନଈ ଗ୍ରାମର ମନୋଜ କୁମାର ରାଉତ ଓ ମିନତୀ ସୁନ୍ଦରରାୟଙ୍କ ପୁତ୍ର।

Next Post

ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗ , ରାହୁଲଗାନ୍ଧୀଙ୍କ ପାଇଁ ବିଜୟ ଉତ୍ସବ ପାଳିଲା ଜିଲ୍ଲା କଂଗ୍ରେସ

Fri May 2 , 2025
କେନ୍ଦ୍ରାପଡ଼ା,୨ା୫: ସଂସଦରେ ଜାତି ଭିତ୍ତିକ ଜନଗଣନା ପାଇଁ କଂଗ୍ରେସ ସାଂସଦ ତଥା ବିରୋଧୀଦଳନେତା ରାହୁଲ ଗାନ୍ଧୀ ଯେଉଁ ଦାବି କରିଥିଲେ ତାହା ପୁରଣ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ବିଜୟ ଦିବସ ପାଳନ କରାଯାଇଛି। ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ କଂଗ୍ରେସ ନେତାମାନେ କହିଲେ ଜାତି ଭିତ୍ତିକ ଜନଗଣନା ହେବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading