ବିଧବା ବୋହୁଙ୍କ ଗାଲ କାମୁଡ଼ିଲେ ଶଶୁର , ଥାନରେ 2ଟି ଅଭିଯୋଗ

blank
ପଟ୍ଟାମୁଣ୍ଡାଇ ୧୧/୮ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ପଂଚାୟତ ରାଘବପୁର ଗ୍ରାମରେ ଜନୈକ ଶଶୁର ନିଜର ବିଧବା ବୋହୁଙ୍କ ଗାଲ କାମୁଡି ଦେଇଥିବା ଗତ ମାସ ୩୧ ତାରିଖରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବୋହୁ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଥିବା ବେଳେ ଶାଶୁ ପାଲଟା ଏତଲା ଦେଇଛନ୍ତି । ଏଥିନେଇ ପୋଲିସ ଉଭୟଙ୍କ ଅଭିଯୋଗ ଉପରେ ମାମଲା ନଂ-୨୭୩/୨୦୨୫ ବୋହୁର ଏତଲା ଉପରେ ୨୭୪/୨୦୨୫ ରୁଜୁକରି ତଦନ୍ତ ଚଲାଇଛି ।
ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ପଂଚାୟତ ରାଘବପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଶ୍ବଶୁର ଶାଶୁ ଓ ଦ଼ିଅର ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଛନ୍ତି । ସଦା ବେଳେ ଅଶୀଳ ଭାଷାରେ ଗାଳି ଗୁଲଜ ସହ ମାଡ ମାରିଆସୁଛନ୍ତି । ଏପରିକି ଘରୁ ବାହାର କରିଦେବାକୁ ଧମକ ଦେଇଛନ୍ତି । ଯାହାଫଳରେ ନିର୍ଯ୍ୟାତନା ସହି ନପାରି ନିଜର ଛୋଟ ପିଲାମାନଙ୍କୁ ଧରି ବିଧବା ବୋହୁ ନିଜ ଶାଶୁ ଘର ସଂଲଗ୍ନ ଏକ ଛୋଟ ଘରେ ରହୁଆସୁଥିଲେ । ସେଠାରେ ବର୍ଷା ଦିନେ ପାଣି ଗଳିବାରୁ ଶଶୁର ବଳରାମଙ୍କୁ ଜଣାଇବାରୁ ସେ ଶାଶୁ ଓ ଦେଢ଼ଶୁର ଉତ୍ୟକ୍ତ ହୋଇ ବୋହୁଙ୍କୁ ଗାଳି ଗୁଲଜ ଓ ମାରଧର କରିଥିଲେ । ଶଶୁର ରାଗି ଯାଇ ବିଧବା ବୋହୁ ଙ୍କ ଗାଲ କାମୁଡି ଦେବାରୁ ଗାଲରୁ ରକ୍ତ ବାହାରିଥିବା ନେଇ ବୋହୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମାତ୍ର ଘଟଣା ଦିନ ପ୍ରଥମେ ଶାଶୁ ଥାନାରେ ପହଁଚି ବୋହୁ ମାଡମାରି ଶ୍ୱଶୁରକୁ ତଳେପକାଇ ଦେଇଥିବା ନେଇ ଅଭିଯୋଗ କରିଥିଲେ । ସେଥିରେ ବୋହୂ ମାଡିବସି ଶ୍ବଶୁରଙ୍କ ହାତକୁ କାମୁଡିବା ସହିତ ଛଡାଛଡି ବେଳେ ଶାଶୁ ହାତକୁ ମଧ୍ୟ କାମୁଡି ଦେଇଥିଲା । ଘଟଣା ସବୁ ଓ୍ବାର୍ଡ ମେମ୍ବରଙ୍କ ଉପସ୍ଥିତିରେ ଘଟିଥିଲା । ଗ୍ରାମାଂଚଳ ଥାନା ପୋଲିସ ଉଭୟ ପକ୍ଷଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ କରୁଛି ।

Next Post

ରାଜସ୍ୱ ଅମଲା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସମୂହ ଛୁଟିରେ

Mon Aug 11 , 2025
କେନ୍ଦ୍ରାପଡ଼ା,୧୧ା୮:ଓଡିଶା ରାଜସ୍ୱ ଅମଲା ସଙ୍ଘର ଡାକରାରେ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କର୍ମଚାରୀମାନେ ସମୂହ ଛୁଟିରେ ଯିବା ସହ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି। ସଙ୍ଘ ପକ୍ଷରୁ କୁହାଯାଇଛି ଯେ ବହୁ ପ୍ରତୀକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading