ପିଏମଶ୍ରୀ କୋରୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ

blank
କେନ୍ଦ୍ରାପଡ଼ା,୨୪ା୧:ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ମାନେ ଦୁର୍ବଳ ନୁହଁନ୍ତି। ଏ କ୍ଷେତ୍ରରେ ସାମାଜିକ ସଚେତନତାର ଅଭାବ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ରୂପେ ସ୍କୁଲ୍ ପରିଚାଳନା ସମିତି ସଭାପତି ମଧୁସ୍ମିତା ନାୟକ ଯୋଗଦେଇ ନାରୀ ଦୂର୍ବଳ ନୁହଁ ସବଳ ବୋଲି ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ତୃପ୍ତିରେଖା ପରିଡା ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ଉପସ୍ଥିତ ବାଳିକା ମାନେ ସମାଜରେ ଥିବା ଲିଙ୍ଗଗତ ଭେଦଭାବ ସମ୍ପର୍କରେ କହିିଥିଲେ। ଶିକ୍ଷକ ହିମାଂଶୁଶେଖର ପରିଡା, ସାବିତ୍ରୀ ବିଶ୍ୱାଳ, ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ପୁଷ୍ପମିତ୍ରା ଦିବେଦୀ, ରଞ୍ଜନ କୁମାର ମଲିକ, ଦୀପ୍ତିରେଖା ପରିଡା, ଇତିଶ୍ରୀ ପ୍ରଧାନ, ମୋନାଲିସା ବେହୁରା, ଦୀପ୍ତିମୟୀ ମୁଦୁଲି, କଳ୍ପନା ମଞ୍ଜରି ଦାସ, ଚିତ୍ରସେନ ମାଝୀ, ଏଲିନା ରାଉତରାୟ, ଅରବିନ୍ଦ ବାରିକ, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ ପ୍ରମୁଖ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷୟତ୍ରୀ ସାବିତ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବାଇକ ଚୋରୀ ମାମଲା, ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ

Sat Jan 24 , 2026
ପଟ୍ଟାମୁଣ୍ଡାଇ ୨୪/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ହୋଇଥିବା ବାଇକ ଚୋରୀ ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଦେବାନୀ ଅଦାଲତର ବିଚାରପତି ଡି କେ ବାଲକିଷ୍ଣନ ଅଭିଯୁକ୍ତ ଦୀପକ ସେଠୀଙ୍କୁ ୨ ବର୍ଷ ୨ ମାସ ୧୫ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେ  ଗତ 10 ମାସ ହେବ ଜେଲରେ ଅଛନ୍ତି । ଆଊଏକ ବର୍ଷ ଚାରି ମାସ ପନ୍ଦର ଦିନ  ଦଣ୍ଡାଦେଶ କ;ଇବେ ବୋଲି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading