ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରାପଡ଼ାରେ କଂଗ୍ରେସର ବିରୋଧ

blank
କେନ୍ଦ୍ରାପଡ଼ା,୨୮ା୬:ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରାଯାଇଛି। କେନ୍ଦ୍ରାପଡ଼ା ସହରର ପ୍ରବେଶ ପଥ ଦୁହୁରିଆ ଠାରେ କଂଗ୍ରେସ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଳା ପତକା ଓ କଳା ବେଲୁନ ଦେଖାଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ୍ ବୋଲି କଂଗ୍ରେସ ନେତା ଓ କର୍ମୀମାନେ ସ୍ଲୋଗାନ ଦେଇଥିଲେ। କେନ୍ଦ୍ରାପଡ଼ା ବ୍ଲକ କୋର ଗ୍ରାମପଞ୍ଚାୟତର ପାଳକଣା ଗ୍ରାମକୁ ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ବିଭାଘରକୁ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ଏ ନେଇ ପୂର୍ବରୁ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଥିଲା। ଏହି ଖବର ପାଇ କଂଗ୍ରେସ ନେତା ଓ କର୍ମୀମାନେ ଦୁହୁରିଆ ଠାରେ ପୂର୍ବରୁ ଜଗି ରହିଥିଲେ। ଧର୍ମେନ୍ଦ୍ର ପ୍ରାୟ ସାଢେ ୧୧ଟା ବେଳେ କେନ୍ଦ୍ରାପଡ଼ାର ପ୍ରବେଶ ପଥ ଦୁହୁରିଆରେ ପହଞ୍ଚିବା ପରେ କଂଗ୍ରେସ ନେତା ଓ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ବିକ୍ଷୋଭକାରୀମାନଙ୍କୁ ପୋଲିସ ଗିରଫ କରିଥିଲା। ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ଏହି ଅବସରରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ବହୁ କଷ୍ଟ କରି ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇ ଯାଇଥିଲା। ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ପଡିଛି। ତେଣୁ କେନ୍ଦ୍ରମନ୍ତ୍ରୀଙ୍କର କେନ୍ଦ୍ରାପଡ଼ା ଆସିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା କହିଲେ ପ୍ରଶ୍ନ ପତ୍ର ଲିକ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଧା ସଳଖ ସଂପୃକ୍ତି ରହିଛି। ତେଣୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା। ହେଲେ ସେ ତାହା ନ କରି କେନ୍ଦ୍ରାପଡ଼ା ଗସ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମ ଶିକ୍ଷା ବ୍ୟବସ୍ଥାକୁ କ୍ଷମତାରେ ଥିବା ନେତା ଓ ମନ୍ତ୍ରୀମାନେ କଳୁଷିତ କରୁଛନ୍ତି। ଏହାଦ୍ୱାରା ଦେଶର ବିକାଶ ବାଧାପ୍ରାପ୍ତ ହେଉଛି ଓ ଦେଶର ଭବିଷ୍ୟତ ନାଗରିକଙ୍କ ଜୀବନ ଅନ୍ଧାରକୁ ଠେଲି ହୋଇ ଯାଉଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ କାନୁନଗୋ, ଦର୍ପ ସାହୁ, ମାନଗୋବିନ୍ଦ ଦାସ, ଛାତ୍ର କଂଗ୍ରେସ ସଭାପତି ଦିବ୍ୟ ରଞ୍ଜନ ରାଉତ, ଶୈଳେନ୍ଦ୍ର ମଲ୍ଲିକଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Next Post

ତୁଳସୀକ୍ଷେତ୍ରରେ ଶ୍ରୀବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା

Mon Jun 29 , 2026
କେନ୍ଦ୍ରାପଡା,୨୯ା୬: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ବଳଦେବଜୀଉ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ପକ୍ଷରୁ ସ୍ଥିର କରାଯାଇଥିବା ନିର୍ଘଣ୍ଟ ଅନୁଯାଇ ନୀତିକାନ୍ତୀ କରାଯାଇଛି। ସୋମବାର ସକାଳ ୭ଟା ଭିତରେ ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ସକାଳ ୭ଟା ୩୦ରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ କରାଯିବା ପରେ ପୂର୍ବାହ୍ନ ୧୦ଟାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading