ସାଢେ ଚାରି କୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ

ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳିତ

 

blank

ପଟ୍ଟାମୁଣ୍ଡାଇ ୨୬/୧୨  -ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନର ସୁରକ୍ଷା ସହ ଗରିବ ଖଟିଖିଆ ସାଧାରଣ ଜନତାର ସ୍ୱାର୍ଥ ଓ ଅଧିକାର ପାଇଁ ବିଜେଡି ଜଡିତ। ବିଜୁ ଜନତା ଦଳର ସୁପ୍ରୀମ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତା ଦେଇ ସାରାରାଜ୍ୟରେ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଗଣତନ୍ତ୍ରରେ ହାରଜିତ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି । ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶବାସୀଙ୍କ ଦଳ। ବିଜେଡି ସାଢେ ଚାରି କୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ଜଡିତ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶୁକ୍ରବାର ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଦଳର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବିଜେଡି କର୍ମୀ ସମାବେଶରେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

blank
ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ବିଧାୟକ ସାହୁ କହିଥିଲେ ବିଗତ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ନବୀନ ନେତୃତ୍ୱରେ ନବକଳେବର ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ମହିଳା ସଶକ୍ତିକରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଶିଖର ଛୁଇଁ ଥିବାବେଳେ ବାତ୍ୟା ବନ୍ୟା ଆଦି ବିପର୍ଯୟ ମୁକାବିଲା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ମାତ୍ର ମିଥ୍ୟା ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ଦେଢବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶ ନାଁରେ କେବଳ ହତାଶା ସୃଷ୍ଟି କରିଛନ୍ତି ବୋଲି କଟାକ୍ଷ କରିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ସମସ୍ତ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ବିକାଶ ନାନାହିଁ । ଚାଷୀକୁ ସାର ମିଳୁନି।ମଣ୍ଡି ଖୋଲୁନି। ମିଶନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି । ଯୁବ ସମାଜ ହତାଶ। ଗତ ଅଠର ମାସରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି। ଆଇନଶୃଙ୍ଖଳା କଥା ନ କହିବା ଭଲ। ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଏପରିକି ଛୋଟ ଛୋଟ ଝିଅମାନେ ମଧ୍ୟ ନିରାପଦ ନୁଁହନ୍ତି । ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ । ବିଜେଡି ସୁପ୍ରିମ ତଥଅ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ଆମର ପରିଚୟ। ତେଣୁ ବିଜେଡିର ଯୁବ ବନ୍ଧୁମାନେ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ ବିଧାୟକ ସାହୁ ଆହ୍ୱାନ ଜଣାଇଥିଲେ। ଏହି ସମାବେଶରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ,ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ଉପାଧକ୍ଷ ଗଣେଶ ଗୁଡ଼ିଆ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ନଗର ବିଜେଡି ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଶିକ୍ଷକ ନେତା ପଂଚାନନ ଧଳ, ବରିଷ୍ଠ ନେତା ନିମାଇ କର ବର୍ଷିଆନ ନେତା ଯଦୁମଣି ଦାସ, ରାଜନଗର ବିଜେଡି ବରିଷ୍ଠନେତା ବିଜୟ ନାୟକ, କଳାକାର ପ୍ରଧାନ ପ୍ରମୁଖ ଭାଷଣ ଦେଇ ସଂଗଠନକୁ ଅଧିକ ମଜଭୁତ କରି ଜନତାଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଶୋକ ଧଳ, ବାବନ ସାହୁ, ଉତମ ଖୁଂଟିଆ,ଦେବାଶିଷ ନାୟକ ଶଶିକାନ୍ତ ପଣ୍ଡା, ବିପୁଲ ପାଢୀ, ଶିବୁ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ସମାରୋହ ଉଦଯାପିତ

Fri Dec 26 , 2025
କେନ୍ଦ୍ରାପଡ଼ା,୨୬ା୧୨:ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ଜିଲ୍ଲା ସ୍ତରୀୟ ଶତବାର୍ଷିକୀ ଉତ୍ସବ ସହରସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣରେ ପାର୍ଟିର ଲାଲ୍ ପତାକାକୁ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ଉତ୍ତୋଳନ କରିବା ପରେ ବରିଷ୍ଠ ସଭ୍ୟ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କର୍ମୀଙ୍କୁ ସମ୍ବୋଧିତ କରି ରାଜ୍ୟ କମିଟି ସଭ୍ୟ ରମଣୀ ରଞ୍ଜନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading