ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଯାପିତ

blank
କେନ୍ଦ୍ରାପଡ଼ା,୨୮ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ରାଜସ୍ୱ କମିଶନର ଶୋଭନ କର ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାରଙ୍କ ସମାଜ ଗଠନରେ ମୁଖ୍ୟ ଭୂମିକା ରହିଥାଏ। କାରଣ କଳାକାରଙ୍କ ଅଭିନୟର ପ୍ରଭାବ ପ୍ରତ୍ୟେକ ମାନବ ଉପରେ ପଡିଥାଏ। କଳାକାରଙ୍କୁ ଆମ ସମାଜ ଉଚିତ ସମ୍ମାନ ପ୍ରଦାନ କରିବା ଆବଶ୍ୟକ ବୋଲି ଶ୍ରୀ କର ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍ସବ ଚରଣ ମହାପାତ୍ର, ସମାଜସେବୀ ଦେବେନ୍ଦ୍ର କୁମାର ଦାସ, ସମବାୟବୀତ ପ୍ରଫୁଲ୍ଲ କୁମାର ରାଉତ(ନଙ୍ଗୁଳି) ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୫୫ଟି ସାଂସ୍କୃତିକ ଦଳ ଭଜନ, ଜଣାଣ, ସଂକୀର୍ତ୍ତନ, ଘୋଡାନାଚ, କେନ୍ଦରାଗୀତ, ଖଞ୍ଜଣୀ ଭଜନ, ସଖୀନାଟ, ଓଡିଶୀନୃତ୍ୟ, ଏକତାରା ଭଜନ, ଦାସକାଠିଆ, ଓଡିଶୀ ନୃତ୍ୟ ବିଦ୍ୟା, ଭଜନ ସନ୍ଧ୍ୟା ଓ ପାଲା ପ୍ରଭୃତି ପରିବେଷଣ କରିଥିଲେ। ସେମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଗଗନବିହାରୀ ସିଂହ ମହୋତ୍ସବର ଉଦେଶ୍ୟ ଜ୍ଞାପନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ବିବରଣୀ ପାଠ ଓ କୋଷାଧ୍ୟକ୍ଷ ସତ୍ୟନାରାୟଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଉପସଭାପତି ସବିତା ବରଜ, ସାଂସ୍କୃତିକ ସମ୍ପାଦକ ବାବାଜି ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଦେବେନ୍ଦ୍ର କୁମାର ଦାସ, ପ୍ରଫୁଲ୍ଲ ଦାସ, ସଂସ୍କୃତି ଉପଦେଷ୍ଟା ମହେଶ ପାଢୀଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Next Post

ପଟ୍ଟାମୁଣ୍ଡାଇ ପୌରପରିଷଦରେ ବର୍ଜ୍ୟବସ୍ତୁ ସୁପରିଚାଳନା ଉପରେ ଆଲୋଚନାଚକ୍ର, ବିଏମସିର ସ୍ୱଛତା ସର୍ବେକ୍ଷଣ

Sat Nov 29 , 2025
ପଟ୍ଟାମୁଣ୍ଡାଇ ୨୯/୧୧ – ସ୍ୱଛ ସର୍ବେକ୍ଷଣକୁ ନେଇ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସହରକୁ ସରସ ସୁନ୍ଦର କରିବା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପୌରପରିଷଦ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରିରହିଛି । ସାଧାରଣ ଜନତା ଓ ସହରବାସୀଙ୍କ ସହଯୋଗ ପାଇଁ ଆହ୍ୱାନ କରି ବାର୍ତା ପ୍ରେରଣ କରାଯାଉଛି । ସହରକୁ ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ କରିବା ନିମନ୍ତେ ଶନିବାର ସ୍ୱଛ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading