ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

blank
କେନ୍ଦ୍ରାପଡା,୨୯ା୩: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଡଃ ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ୍‌ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘର ନାନା ଜନହିତକର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସମ୍ପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ ସମାଜର ବହୁମୁଖୀ ଉନ୍ନତି ନିମନ୍ତେ ସଂଘର ସଦସ୍ୟ/ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ । ସଂଗଠନ ସମ୍ପାଦକ ବୈଷ୍ଣବ ସ୍ୱାଇଁ ସଂଘର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ମୁଖ୍ୟ ପରିଚାଳକ ବିଶ୍ୱଜିତ୍ ରାଉତରାୟ, ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକ ଅଶ୍ୱିନୀ କୁମାର ଦାସ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ରାଜନଗରରୁ ଅନିଲ ବଳ, ମାର୍ଶାଘାଇର ଶ୍ରୀକାନ୍ତ ସାହୁ, ଗରଦପୁରରୁ ଶରତ କୁମାର ନାୟକ, ଡେରାବିଶରୁ ଅଧ୍ୟାପକ ପ୍ରଭାକର ସାମଲ, ଗୋଲଖ ମହାଭୋଇ, ଆଳିରୁ ନରହରି ମହାପାତ୍ର, ପଟ୍ଟାମୁଣ୍ଡାଇରୁ ରାଜ କୁମାର ବିଶ୍ୱାଳ ଓ ଅନ୍ୟମାନେ ଯୋଗ ଦେଇଥିଲେ । ସଂଘର ଆଭିମୁଖ୍ୟ ସମ୍ପର୍କରେ ସର୍ବଶ୍ରୀ ନିତ୍ୟାନନ୍ଦ ମିଶ୍ର, ହରେକୃଷ୍ଣ ବରାଳ, ବିଦ୍ୟୁତ୍ କୁମାର ଖୁଣ୍ଟିଆ, ନରୋତ୍ତମ ପାର୍ଥ ସାରଥି, ନିମାଇଁ ଚରଣ ମହାନ୍ତି, ଅକ୍ଷୟ ନାୟକ, ଅଧ୍ୟାପକ ଅଜୟ ସାମଲ ଓ ଅନ୍ୟମାନେ ଆଲୋକପାତ କରିଥିଲେ । ଉକ୍ତ ସମ୍ମିଳନୀରେ ୧୫୦ରୁ ଉର୍ଦ୍ଧ୍ୱ ସଦସ୍ୟ/ସଦସ୍ୟା ଯୋଗ ଦେଇଥିଲେ । ସର୍ବଶ୍ରୀ କୋଷାଧ୍ୟକ୍ଷ ସୁରେଶ ପଟ୍ଟନାୟକ, ଶ୍ରୀନିବାସ ପରିଡା, ଅଧ୍ୟାପକ ଦୟାନିଧି ପାତ୍ର, ମଧୁସୂଦନ ବାରିକ, ପ୍ରତାପ ନାୟକ, ଶ୍ରୀଚରଣ ସାମଲ, ଉପେନ୍ଦ୍ର ସ୍ୱାଇଁ ଓ ଅନ୍ୟମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଗାମୀ ଦିନମାନଙ୍କରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅବସରପ୍ରାପ୍ତ କର୍ମଚାରୀ ସଂଘ ମିଳିତ ଭାବରେ ସ୍ୱର ଉତ୍ତୋଳନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା ।

Next Post

୫ବର୍ଷରେ ରାଜ୍ୟରେ ୯୫ ହଜାରରୁ ଅଧିକ ଶିଶୁ କୁପୋଷଣରେ ଆକ୍ରାନ୍ତ

Sat Mar 29 , 2025
ଭୁବନେଶ୍ୱର, ୨୯/୩-ରାଜ୍ୟ ବିଧାନସଭାରେ ମହିଳା ଓ ଶିଶୁ ବିକାଶ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଶନିବାର ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୯୫,୪୪୩ ଜଣ ଶିଶୁ ଗୁରୁତର କୁପୋଷଣ (ଏନଏଏମ)ରେ ପୀଡିତ ହୋଇଛନ୍ତି। ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୯-୨୦ରେ ଓଡ଼ିଶାରେ ମୋଟ ୨୬,୮୨୭ ଜଣ ଶିଶୁ ଏସଏଏମରେ ପୀଡିତ ଥିଲେ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading