ବନ୍ୟା ପରିସ୍ଥିତି : ପାଣି ଘେରରେଶହ ଶହ ଏକର ଚାଷଜମି , ଚିନ୍ତାରେ ଚାଷୀ

blank

  • ପାଣିରେ ଭାସୁଛି ସୁନା ଫସଲ
  • ବ୍ୟାପକ ଫସଲ ଓ ପନିପରିବା ନଷ୍ଟ
  • ପରିବା ଦର ଆକାଶ ଛୁଆଁ

 

blank
ପଟ୍ଟାମୁଣ୍ଡାଇ ୧୧/୭ – ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗତ ତିନିଦିନ ହେବ ପାଣି ସ୍ଥିର ରହିଛି । କିଛି ଅଂଶର ଜଳରାଶି କିମିଥିବା ବେଳେ ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ବୁଡି ରହିଛି । ଏକର ଏକର ପରିବା ଚାଷ ନଷ୍ଟ ହୋଇ ବନ୍ୟାପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ପନିପରିବା କିଆରିରେ କୋଉଁଠି ଅଂଟାଏ ପାଣି ତ ଆଉ କୋଉଁଠି ବେକେ ବନ୍ୟାଜଳ । ନିକଟ ଅତୀତରେ ଏହି ଅଂଚଳରେ କୁମ୍ଭୀର ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥଲା । ଏନେଇ ଚାଷୀ ଭୟରେ ବନ୍ୟାଜଳରେ କ୍ଷେତକୁ ଯାଉନାହାଁନ୍ତି । କେହି କେହି ଚାଷୀ ଜୀବନକୁ ପାଣି ଛଡାଇ ବେକେ ପାଣିରେ ଉଜୁଡି ଯାଉଥିବା ଫସଲକୁ ଅମଳ କରୁଛନ୍ତି । ବନ୍ୟା ଯୋଗୁଁ ନଦୀ ପଠାରେ ଚାଷ କରିଥିବା ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଶତାଧିକ ପରିବା ଚାଷୀ ଏବେ ସମ୍ପୂର୍ଣ ହତାଶ ହୋଇପଡିଛନ୍ତି।

blank
ତରଡିପାଳ ଚାଷୀ ହିମାଂଶୁ ବିଶ୍ୱାଳ, ରଂଜିତ ନାୟକ, ସନା ମଳିକ, ଦିପକ ବିଶ୍ୱାଳ, ପବିତ୍ର ସାମଲ, ଉଲ୍ଲାସ ମଲ୍ଲିକ ପ୍ରମୁଖ ଚାଷୀ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ,ଅଣ୍ଢରା, ଅମୃତମଣୋହି ବଲୁରିଆ, ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ସମେତ ପୌରାଂଚଳର ବାଲିପଡ଼ା, କଷଣଅଂଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ପଂଚାୟତର ଅନେକ ଗ୍ରାମର ନଦୀ ପଠାରେ ଥିବା ହେକ୍ଟର ହେକ୍ଟର ପରିବା କ୍ଷେତ ବନ୍ୟାଜଳ ପାଇଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଏକର ଏକର ଜମିରେ ଭେଣ୍ଡି, କାକୁଡି, ପୋଟଳ, କଖାରୁ, ଜହ୍ନି, ଛଚିନ୍ଦ୍ରା, ବାଇଗଣ ଆଦି ପନିପରିବାରେ ପୁରି ଉଠିଥିଲା । ପାଖ ଆଖ ହାଟବଜାରରେ ବସ୍ତା ବସ୍ତା ପରିବା ନେଇ ବିକ୍ରି କରି ପରିବାର ଚଳାଉଥିବା ଚାଷୀ ଆଜି ବନ୍ୟାରେ ଉଜୁଡିଯିବାରୁ ମୁଣ୍ଡରେ ହାତ ଦେଇ ବସିଛି । ବିନା ରୋଜଗାରରେ କିଭଳି ଭରଣ ପୋଷଣ ହେବ ସେନେଇ ଚାଷୀକୂଳ ଚିନ୍ତାରେ ପଡିଛନ୍ତି । ତେବେ ଚାଷୀଙ୍କ ଦୁଃଖ ବୁଝିବ କିଏେ ବାଲି ପ୍ରଶ୍ନ କରିଛନ୍ତି । କେବଳ ସରକାରୀ ସହାୟତା ଅପେକ୍ଷାରେ ସେମାନେ ରହିଛନ୍ତି । ସେହିଭଳି କୋବି ଚାଷ ପାଇଁ ଚାରା ପ୍ରସ୍ତୁତ କରି ସାରିଥିବା ଚାଷୀ ଚିନ୍ତାରେ ବସିଛନ୍ତି। କେବେ ପାଣି ଶୁଖି ପାଗ ହେଲା ପରେ ଲାଗିବ କୋବିଚାରା। ତିନି ଚାରି ଦିନ ହେଲା ବନ୍ୟା ପାଣିରେ ପରିବା ବୁଡି ରହିଥିବାରୁ ଏବେ ପରିବା ଶଢିଯାଇଛି। ଧାର କରଜ କରି ପରିବା ଚାଷ କରିଥିବାରୁ କେମିତି ପରିଶୋଧ କରିବେ ସେହି ଚିନ୍ତାରେ ଚାଷୀ ଘାରି ହେଉଛନ୍ତି । କେତେକ ଚାଷୀ ଥରେ ଥରେ ପରିବା ଆଣି ବଜାରରେ ବିକ୍ରି କରିଥିଲେ ଏବଂ ଆଉ କେତେକ ଫଳର ଅପେକ୍ଷାରେ ଥିଲେ । ମାତ୍ର ବନ୍ୟା ତାଙ୍କ ସ୍ୱପ୍ନକୁ ଭାଙ୍ଗି ନଷ୍ଟ କରିଦେଲା।

blank
ବୁୁଦ୍ଧିଜୀବୀ ସତ୍ୟପ୍ରୀୟ ସାମଲ,ରବିନ୍ଦ୍ର ଭଟ୍ଟ କୁହନ୍ତି ନଦୀ ପଠାରେ ଚାଷ କରାଯାଇଥିବା ପରିବା ଫସଲ ବନ୍ୟା ପାଣିରେ ନଷ୍ଟ ହୋଇଯିବା ପରେ ଏହାର ସିଧା ପ୍ରାଭାବ ପଡିଛି ସ୍ଥାନୀୟ ବଜାର ଉପରେ । ସ୍ଥାନୀୟ ଅଂଚଳରେ ପନି ପରିବା ଉତ୍ପାଦନ ପୁରା ବନ୍ଦ ହୋଇଯିବା କରାଣରୁ ବ୍ୟବସାୟୀ ମାନଙ୍କୁ ବାହାରୁ ଆମଦାନି କରିବାକୁ ପଡୁଛି । ତେଣୁ ପରିବା ଦର ଉପର ମୁହାଁ ହୋଇଛି । ବର୍ତମାନ ବଜାରରେ ବାଇଗଣ କିଲୋପ୍ରତି ୮୦ ଟଙ୍କା ରହିଥିବା ବେଳେ ପୋଟଳ କିଲୋ ପ୍ରତି ୬୦ ଟଙ୍କା ରହିଛି । ଅନ୍ୟାନ୍ୟ ପାରିବା ପତ୍ର ୫୦ ଉପରେ ରହିଛିି। ବନ୍ୟା ଆସିବା ଫଳରେ ଭାଗଚାଷୀ ମାନେ ବିଶେଷ ଭାବରେ କ୍ଷତିଗ୍ରସ୍ଥ ହେଉଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବାକୁ ସ୍ଥାନୀୟ ଅଂଚଳବାସୀ, ବୁଦ୍ଧିଜୀବୀ ଓ ଚାଷୀକୂଳ ଅନୁରୋଧ କରିଛନ୍ତି ।

Next Post

ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକ , କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦେବ

Fri Jul 11 , 2025
କେନ୍ଦ୍ରାପଡ଼ା,୧୧/୭: କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତ୍ତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାନେତ୍ରୀ ରୋଜାଲିନୀ ଦାସ, କ୍ଷିରୋଦ ପ୍ରାସଦ ସିଂହ, ସରୋଜକାନ୍ତ ସାହୁ, ଗଣେଶ୍ୱର ସାହୁ, ବିଜୟ କୁମାର ଲେଙ୍କା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading