
ପଟ୍ଟାମୁଣ୍ଡାଇ୭/୬-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ମୁସଲମାନ ବସ୍ତିରେ ଶନିବାର ଶାନ୍ତି ଶୃଙ୍ଖଳାର ସହ ପବିତ୍ର ଇଦ୍-ଉଲ୍-ଜୁହା ପାଳିତ ହୋଇଯାଇଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବସ୍ତିରେ ଥିବା ବିଭିନ୍ନ ସାହି ଓ ମସଜିଦମାନଙ୍କୁ ରଙ୍ଗିନ ଆଲୋକ ମାଳାରେ ସଜାଯାଇଛି । ଏଥିପାଇଁ ଶନିବାର ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ବସ୍ତ୍ର ପିନ୍ଧି ମସ୍ଜିଦ୍ରେ ପହଁଚିଥିଲେ । ଇଦଘା ଠାରେ ସକାଳ ସାଢେ ୮ ରେ ମୌଲାନା ଇସ୍ରାଫିଲ ଆମଜାଦୀ, ମୌଲାନା ସଲାଉଦିନ ଖାଁଙ୍କ ଅଧ୍ୟକ୍ଷତାରେ ସାମୁହିକ ନମାଜ ପାଠ ହୋଇଥିଲା। କାର୍ଯ୍ୟକ୍ରମରେ ଏହି ପର୍ବର ମହତ୍ୱ ସମ୍ପର୍କରେ ଉପସ୍ଥିତ ମୁସଲମାନ ସମ୍ପ୍ରଦାୟକୁ ଅବଗତ କରାଯିବା ସହିତ ମିଳିତ ଭାବରେ ଆମ ଦେଶ ଭାରତ ପାଇଁ ସାମୁହିକ ପ୍ରାର୍ଥନା ହୋଇଥିଲା। ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଥିଲେ। ଏହି ସମୂହ ନମାଜ ପାଠ କାର୍ଯ୍ୟକ୍ରମରେ ୧୫୦୦ରୁ ଊର୍ଦ୍ଧ୍ୱ ମୁସଲମାନ ଭାଇ ମାନେ ଭାଗ ନେଇଥିଲେ। ଏହି ପର୍ବକୁ ଶେଖ ମୋଇଉଁଦିନ, ଶେଖ ଅବଦୁଲ ବାରି, ଶେଖ ସାରାତୁଲ୍ଲା, ଇସ୍ମାଇଲ ଅଲ୍ଲୀ, ଶେଖ ଆମରୁଲ, ମୁସ୍ତର ଅଲ୍ଲୀ, ଶେଖ ଜାକିର ହୁସେନ, ମିର୍ଜ଼ ଇବ୍ରାର ବେଗ, ତାରିକ ମହମ୍ମଦ, ମହମ୍ମଦ ଫିର୍ଦୋଷ, ଶେଖ ବାଦଶାହ, ଶେଖ ଜୁମା ପ୍ରମୁଖ ପରିଚାଳନା କରିଥିଲେ ।
