ବିଶିଷ୍ଟ ସମାଜସେବୀଙ୍କ ଶ୍ରାଦ୍ଧବାର୍ଷିକୀ

blank
କେନ୍ଦ୍ରାପଡ଼ା, ୧୨ା୫: ଜିଲ୍ଲା ପ୍ରତିଭାପୂଜା ସଂସଦ ଆନୁକୁଲ୍ୟରେ ଗରାପୁରସ୍ଥିତ ରେସୱା ଶକ୍ତିସଦନରେ ଅନ୍ତେବାସୀମାନଙ୍କ ଗହଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସର୍ବଜନପ୍ରିୟ ସମାଜସେବୀ ସ୍ୱର୍ଗତା କ୍ୟାଥରିନ୍ ଦାସଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତା ଦାସଙ୍କ ଗରୀବ ନଷ୍ପେଶିତ ଲୋକଙ୍କ ପ୍ରତି ତାଙ୍କର ମନୋଭାବ ଓ ଦୟାପରାୟଣତା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଉମେଶ ଚନ୍ଦ୍ର ସାହୁ, ସମାଜସେବୀ ଭାଗିରଥି ଜେନା, ଗୋଲଖ ଚନ୍ଦ୍ର ପଢିଆରୀ, ଶକ୍ତିସଦନର ତତ୍ୱାବଧାରୀକା ସୁଶ୍ରୀ ମିନତୀ ମହାରଣା, ପ୍ରଫୁଲ୍ଲ ଦାସ, ଆଶିଷ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରଫେସର ସାହୁ ପିଲାମାନଙ୍କ ପାଇଁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ସ୍ୱର୍ଗତା ଦାସଙ୍କ ସ୍ୱାମୀ କେନ୍ଦ୍ରାପଡା ସହରର ବଡହାଟରେ ଜନ୍ମ ହୋଇ ଅଧୁନା ଆମେରିକାସ୍ଥିୁତ ଆଲାସ୍କା ବିଶ୍ୱବିଦ୍ୟାଳୟର ଜଣେ ପ୍ରତିଷ୍ଠିତ ପ୍ରଫେସର ଭାବେ ଅବସ୍ଥାପିତ ଅଛନ୍ତି। ପ୍ରାରମ୍ଭରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Next Post

ସୁମଙ୍ଗଳ ଯୋଜନାର ବ୍ୟାପକ ସଚେତନତା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟାନ୍ୱୟନ ସମୀକ୍ଷା

Tue May 12 , 2026
ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ କେନ୍ଦ୍ରାପଡ଼ା,୧୨ା୫:ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସସି ଓ ଏସଟି ଅତ୍ୟାଚାର ମାମଲା, ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ, ଅନ୍ତର୍ଜାତୀୟ ବିବାହ ପ୍ରୋତ୍ସାହନ ଯୋଜନା “ସୁମଙ୍ଗଳ” ଏବଂ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଅତ୍ୟାଚାର ମାମଲାର ପୀଡ଼ିତମାନଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading