ବେଲତଳରେ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା

blank
ପଟ୍ଟାମୁଣ୍ଡାଇ ୭ା୪: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ  ଅନ୍ତର୍ଗତ ବେଲତଳ ଠାରେ ୭୮ତମ ମା’ଅନ୍ନପୂର୍ଣ୍ଣା ଦେବୀଙ୍କ ପୂଜା ଉତ୍ସବ ଗ୍ରାମବାସୀ ମାନଙ୍କ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶୁକ୍ରବାର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ ବେଦଜ୍ଞପଣ୍ଡିତ ମାନଙ୍କ ଦ୍ୱାର ଦେବୀଙ୍କ ମହାସପ୍ତମୀ ବିହିତ ପୂଜାରମ୍ଭ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଚକ୍ଷୁଦାନ ପରେ ପ୍ରାଣ ପ୍ରତିଷ୍ଠା କରାଯାଇ ଷୋଡଶ ଉପଚାର ପୂଜା କରାଯାଇଥିଲା। ପରେ ଶ୍ରୀଚଣ୍ଡୀ ପାଠ, ଘୃତାହୂତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଶନିବାର ମହାଷ୍ଟମୀ ଜନିତ ବିହିତ ପୂଜାରମ୍ଭ, ଷୋଡଶ ଉପଚାର ପୂଜା ପରେ ଶ୍ରୀଚଣ୍ଡୀ ପାଠ, ଘୃତାହୂତି ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ସନ୍ଧିବଳି ପ୍ରେକ୍ଷଣ ପରେ ଅଷ୍ଟୋତୋର ଶତ ଦୀପ ଉତ୍ସର୍ଗ ଓ ଝୁଣାଦାନ କରାଯାଇଥିଲା। ରବିବାର ମହାନବମୀ ଜନିତ ବିହିତ ପୂଜା ପରେ ଚଣ୍ଡିପାଠ, ଅଷ୍ଟୋତୋର ଶତ ଦୀପ ଉତ୍ସର୍ଗ, ଗୀତାହୂତି,ଚଣ୍ଡିଆହୂତି,ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ସୋମବାର ମା’ଅନ୍ନପୂର୍ଣ୍ଣା ଦଶମୀରେ ପୂଜା କରାଯାଇଥିଲା । ମଙ୍ଗଳବାର ଦେବୀ ମା’ଅନ୍ନପୂର୍ଣ୍ଣାଙ୍କ ବିର୍ଶଜନ ପୂଜ କରାଯିବ ବୋଲି ଗ୍ରାମବସୀ ନବକିଶୋର ପଣ୍ଡା କହିଛନ୍ତି । ଏଠାରେ ସବୁଦିନ ସଂଗୀତ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Next Post

ଜନଶକ୍ତି ପାର୍ଟିର ସଚେତନତା ପଦଯାତ୍ରା।

Mon Apr 7 , 2025
କେନ୍ଦ୍ରାପଡା ୭/୪:-କେନ୍ଦ୍ରାପଡା ବ୍ଲକର ବାରୋ ପଞ୍ଚାୟତର ଇଟିପୁର ଗ୍ରାମର ମୁଗବିଲଠାରେ ଜନଶକ୍ତିପାର୍ଟି ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଜନଶକ୍ତିପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜିବୀ ପ୍ରଦୀପ ଦାସ ନେତୃତ୍ୱ ନେଇ ଅପ୍ରେଲମାସର ପହିଲା ତାରିଖରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ସାରା ରାଜ୍ୟ ପରିକ୍ରମାକରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏହାବ୍ୟତୀତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading