ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟ ; ଭାଙ୍ଗିରୁଜି ଗଲା ଦୁଇ ବର୍ଷର ରାସ୍ତା, ନିମ୍ନମାନର ନିର୍ମାଣ ଅଭିଯୋଗ

blank
କେନ୍ଦ୍ରାପଡ଼ା,୫ା୭: କେନ୍ଦ୍ରାପଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନ ଗାଙ୍ଗପଡ଼ା ପଞ୍ଚାୟତର ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟି ହୋଇପଡିଛି । ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଦୁଇ ବର୍ଷ ନ ଯାଉଣୁ ରାସ୍ତାର ଅବସ୍ଥା ସଙ୍ଗୀନ ହୋଇଗଲାଣି। ଏହି ଦେଇ ପୋଇପାଟ ଗ୍ରାମକୁ ଯିବା ଆସିବା କରୁଥିବା ଲୋକମାନେ ହଇରାଣ ହରକତ କରୁଛନ୍ତି। ଏହି ପୋଇପାଟ ଗ୍ରାମରେ ୮୦ ପରିବାରର ପ୍ରାୟ ୫୦୦ରୁ ଉର୍ଦ୍ଧ ଲୋକ ବାସ କରୁଛନ୍ତି। ଏହି ଗ୍ରାମର ଲୋକମାନେ ଏହି ରାସ୍ତାଦେଇ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇକୁ ଯିବା ଆସିବା କରିଥାନ୍ତି। କଟକ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇର ଏହା ହେଉଛି ମଧ୍ୟସ୍ଥଳ। ରାସ୍ତା ଏପରିକି ହୋଇଛି ଯେ ବର୍ଷାଦିନରେ ରାସ୍ତାରେ ପାଣି ଭର୍ତ୍ତି ହୋଇଯାଉଛି । ଟିକେ ବେହୁସିଆର ହେଲେ ଖାଲଭିତରେ ଗ୍ରାବସୀମାନେ ପଡୁଛନ୍ତି । ସେହିପରି ଏହି ଗ୍ରାମରୁ କଲେଜ ଓ ସ୍କୁଲକୁ ପିଲାମାନେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇକୁ ପାଠ ପଢିବା ପାଇଁ ଆସିଥାନ୍ତି। ସେହିପରି ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯିବା ଆସିବା କରିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। କାରଣ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି। ଯାହା ଫଳରେ ବାଇକ ଓ ସାଇକଲରେ ଯିବା ଆସିବା କରୁଥିବା ଲୋକମାନେ ପଡି ଖଣ୍ଡିଆ ଖାବରା ହେଉଛନ୍ତି। ସେହିପରି ରାସ୍ତା ଭାଙ୍ଗିରୁଜି ଯାଇଥିବାରୁ ଚିପ୍ସ ଖଣ୍ଡ ରାସ୍ତା ଉପରେ ପଡି ରହିଛି। ଗାଡିର ଚକାକୁ ଏହି ଚିପ୍ସ ଖଣ୍ଡଗୁଡିକ ଅନିୟନ୍ତ୍ରିତ କରି ଦେଉଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ କୁହନ୍ତି ଯେଉଁ ଠିକାଦାର ଏହି ରାସ୍ତା କାମ କରିଛନ୍ତି ତାଙ୍କ ବିରୋଧରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କାରଣ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରାସ୍ତା ନିର୍ମାଣ ହୋଇଛି। ଯାହାର ଫଳସ୍ୱରୂପ ଏବେ ଲୋକମାନେ ହଇରାଣ ହରକତ ହେଉଛନ୍ତି। ସେହିପରି ଏହି ରାସ୍ତାରେ ଲୋକମାନେ ଟ୍ରାକ୍ଟର ନେଇ ବିଲକୁ ଯାଇଥାନ୍ତି। ବିଲକୁ ହଳ କରିବା ଓ ଅମଳ ପରେ ଧାନ ସଂଗ୍ରହ କରିବା ପାଇଁ ଟ୍ରାକ୍ଟର ଯାଇ ପାରୁନାହିଁ। କାରଣ ଟ୍ରାକ୍ଟର ଚାଳକ ଏହି ରାସ୍ତାରେ ଟ୍ରାକ୍ଟର ଚଳାଇବା ପାଇଁ ଅମଙ୍ଗ ହେଉଛନ୍ତି। ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି। ଏହି ପଞ୍ଚାୟତର ସରପଞ୍ଚ ଅଶ୍ୱିନୀ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହା ନିର୍ମାଣ କରାଯାଇଛି। କେନ୍ଦ୍ରାପଡ଼ାର ଜଣେ ଠିକାଦାର ଏହି ରାସ୍ତା ନିର୍ମାଣ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରଜ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ ଏ ନେଇ ସେ ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବେ।

Next Post

ବିରୂପା ନଦୀବନ୍ଧ ରାସ୍ତା ଶୋଚନୀୟ, ଦୈନନ୍ଦିନ ଘଟୁଛି ଦୁର୍ଘଟଣା, ବେଫିକର ବିଭାଗୀୟ ଅଧିକାରୀ

Sat Jul 5 , 2025
ଡେରାବିଶ ୫/୭ବେବର୍ତା ଅଜୟ ଦାଶ-ଡେରାବିଶ ବ୍ଲକ ଅନ୍ତର୍ଗତ ବିରୂପା ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ ଶୋଚନୀୟ ହୋଇପଡିଛି। ଫଳରେ ଦୈନଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ନଦୀ ବନ୍ଧ ରାସ୍ତାଟି ଯାଜପୁର ଜିଲ୍ଲା ରତ୍ନଗିରି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ସଂଯୋଗ କରିଛି। ନଦୀ କୂଳିଆ ଗ୍ରାମବାସୀ ମାନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading