ଆଧ୍ୟାତ୍ମିକତା ହେଉଛି ନିଜକୁ ଚିହ୍ନିବାର ଏକ ଅନ୍ତର୍ନିହିତ ପ୍ରକ୍ରିୟା : ବରିଷ୍ଠ ନାଗରିକ ମଂଚର ଆଧ୍ୟାତ୍ମିକ ଆଲୋଚନାଚକ୍ର

blank

ପଟ୍ଟାମୁଣ୍ଡାଇ ୨୫/ ୬- ବାର୍ଦ୍ଧକ୍ୟ ହେଉଛି ଜୀବନର ସବୁଠାରୁ ପବିତ୍ର ସମୟ, ଯେଉଁଠାରେ ସାଂସାରିକ ମୋହମାୟାରୁ ଦୂରେଇ ସେହି ପରମବ୍ରହ୍ମଙ୍କ ଚରଣରେ ମନ ନିବେଶ କରିବାର ସୁଯୋଗ ମିଳିଥାଏ। ସଂପ୍ରତି ମାନବ ସଭ୍ୟତାର ବିବର୍ତ୍ତନ କ୍ରମରେ ଏକ ବିଚିତ୍ର ତଥା ଜଟିଳ ସନ୍ଧିକ୍ଷଣରେ ଆସି ପହଞ୍ଚିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚରମ ଉତ୍କର୍ଷ ମନୁଷ୍ୟକୁ ଭୌତିକ ସୁଖସୁବିଧାର ଶିଖରରେ ଅଧିଷ୍ଠିତ କରିଥିଲେ ହେଁ, ଏକ ଅଦ୍ଭୁତ ବିରୋଧାଭାସ ଆଜିର ମାନବ ଜୀବନକୁ ଆଚ୍ଛାଦିତ କରି ରଖିଛି। ଆକାଶଛୁଆଁ ଅଟ୍ଟାଳିକା, ଦ୍ରୁତଗାମୀ ଯାନବାହନ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଯାଦୁକରୀ ସ୍ପର୍ଶରେ ଜୀବନ ବେଶ୍ ଆରାମଦାୟକ ମନେହେଉଛି, କିନ୍ତୁ ଅନ୍ୟପଟେ ମନୁଷ୍ୟ ମାନସିକ ଅଶାନ୍ତି, ଅସନ୍ତୋଷ, ଶୂନ୍ୟତା ଓ ଅର୍ଥହୀନତାର ଏକ ଦୁର୍ବିଷହ ଭାର ତଳେ କ୍ରମଶଃ ଦବିଯାଉଛି। ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ଠିଆ ହୋଇଥିଲେ ମଧ୍ୟ, ଅନ୍ତରର ଅତଳ ଗହ୍ୱରରେ ଏକାକୀପଣର ଯନ୍ତ୍ରଣା ଆଜିର ମଣିଷକୁ ଧୀରେଧୀରେ ଗ୍ରାସି ନେଉଛି। ଏହି ପରିପ୍ରେକ୍ଷିତରେ ଆଧ୍ୟାତ୍ମିକତା ହେଉଛି ନିଜକୁ ଚିହ୍ନିବାର ଏକ ଅନ୍ତର୍ନିହିତ ପ୍ରକ୍ରିୟା ଏବଂ ନିଜ ମନକୁ ଶାସନ କରିବାର ଏକ ସୂକ୍ଷ୍ମ କଳା। ଏହା ଜୀବନର ଗଭୀରତମ ଅର୍ଥକୁ ଅନୁଭବ କରିବାର ଏକ ମାର୍ଗ, ଯାହା ମନୁଷ୍ୟକୁ ବୁଝାଇଥାଏ ।ଆଧ୍ୟାତ୍ମିକତା ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରି ମଣିଷର ଅନ୍ତରରେ ଏକ ସମତୁଳନ ରକ୍ଷା କରେ। ଆଧ୍ୟାତ୍ମିକତା ଆମକୁ କର୍ମରୁ ବିଚ୍ୟୁତ କରେ ନାହିଁ, ବରଂ କର୍ମକୁ ଶୃଙ୍ଖଳିତ ଓ ଉଦ୍ଦେଶ୍ୟପୂର୍ଣ୍ଣ କରିଥାଏ। ଏହା ବାହ୍ୟ ଜଗତର କୋଳାହଳ ମଧ୍ୟରେ ଅନ୍ତରର ପ୍ରଶାନ୍ତି ଖୋଜିବାର ଏକ ଦିବ୍ୟ ଚେତନା। ବୋଲି ବରିଷ୍ଠ ନାଗରିକ ମଂଚ ପଟ୍ଟାମୁଣ୍ଡାଇ ଚିତୋବିନୋଦନ କକ୍ଷରେ ଅନୁଷ୍ଠିତ ଆଧ୍ୟାତ୍ମିକ ଆଲୋଚନାଚକ୍ରରେ ଯୋଗ ଦେଇ ଆଲୋଚକମାନେ ମତ ଦେଇଛନ୍ତି।

 

ମଂଚର ସାଂସ୍କୃତିକ ସମ୍ପାଦକ କଥାକାର ପ୍ରଦୀପ ନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇଥିଲା । ବୃନ୍ଦାବନରୁ ଆସିଥିବା ରାମ ଚରିତ ପ୍ରବକ୍ତା ଅନୁପମ କୃଷ୍ଣ ଦାସ ସାର ଗର୍ଭକ ଆଧ୍ୟାତ୍ମିକ ଆଲୋଚନାରେ କହିିଥିଲେ ଯେ ବର୍ତ୍ତମାନର ମାନସିକ ସ୍ୱାସ୍ଥ୍ୟ ସଙ୍କଟର ମୂଳ କାରଣ ହେଉଛି ଆଧ୍ୟାତ୍ମିକତାର ଅଭାବ। ଆଧ୍ୟାତ୍ମିକତା ମନୁଷ୍ୟକୁ ସହନଶୀଳତା ଶିଖାଏ ଏବଂ ବିଫଳତାକୁ ସାହସର ସହ ଗ୍ରହଣ କରିବାର ଶକ୍ତି ଦିଏ। ଶ୍ରେଷ୍ଠ ଆଧ୍ୟାତ୍ମିକ ଚେତନା ହେଉଛି “ଆତ୍ମବତ୍ ସର୍ବଭୂତେଷୁ” ଅର୍ଥାତ୍ ସମସ୍ତଙ୍କୁ ନିଜ ପରି ଦେଖିବା। ଯେତେବେଳେ ଏହି ଭାବନା ଜାଗ୍ରତ ହୁଏ, ସମାଜରୁ ଘୃଣା ଓ ଅହଂକାର ଦୂର ହୋଇ ମନୁଷ୍ୟ ‘ମୁଁ’ର ସୀମିତ ଗଣ୍ଡିରୁ ବାହାରି ‘ଆମେ’ର ବୃହତ୍ତର ଚେତନା ସହ ଯୋଡ଼ି ହୋଇଥାଏ। ଆଧ୍ୟାତ୍ମିକତା କୌଣସି ପଳାୟନବାଦ ନୁହେଁ, ବରଂ ଏହା ଦାୟିତ୍ୱବୋଧର ଏକ ଉଚ୍ଚତର ଶୈଳୀ। ଆଧ୍ୟାତ୍ମିକତା ବିନା ମାନବ ଜୀବନ ଏକ ଦୂର୍ଦ୍ଦଶାଗ୍ରସ୍ତ ଯାତ୍ରା ପରି, ଯେଉଁଠି ଗନ୍ତବ୍ୟ ଥାଇ ମଧ୍ୟ ଦିଗ ନାହିଁ। ଭୌତିକ ଉନ୍ନତି ଯେତେବେଳେ ଆଧ୍ୟାତ୍ମିକ ଚେତନା ସହିତ ସମନ୍ୱିତ ହୁଏ, ସେତେବେଳେ ଜୀବନ ପରିପୂର୍ଣ୍ଣ ହୋଇଉଠେ। ଅସ୍ଥିର ବିଶ୍ୱରେ ଆଧ୍ୟାତ୍ମିକତା କେବଳ ଏକ ବିକଳ୍ପ ନୁହେଁ, ବରଂ ଜୀବନକୁ ମର୍ଯ୍ୟାଦାର ସହ ବଞ୍ଚିବାର ଏକମାତ୍ର ଆଧାର ବୋଲି ସେ କହିଥିଲେ । ଏଥିରେ ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ପ୍ର କୈଳାସ ଚନ୍ଦ୍ର ପାତ୍ର, ପାବନି ରାଉତ, ବିଜୟ କୁମାର ରାଉତ, ଶିକ୍ଷାବିତ ପ୍ରମୋଦ ନାୟକ, ନାଟ୍ୟକାର ଗୋଲକ ମହାରଣା, ପଣ୍ଡିତ ତ୍ରୈଲୋକ୍ୟ ପ୍ରାସାଦ ମିଶ୍ର, ବଂଶୀଧର ନାୟକ, ତୀର୍ଥାନନ୍ଦ ଭଦ୍ର, ଇଂ ତପନ ପାତ୍ର, ପ୍ରସନ୍ନ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

Next Post

केंद्रीय शिक्षा मंत्री धर्मेंद्र प्रधान का केंद्रापड़ा दौरा

Sun Jun 28 , 2026
मैट्रिक और प्लस टू के स्टूडेंट्स को सम्मानित कियै KENDRAPARA, 28/6: केंद्रीय शिक्षा और स्किल डेवलपमेंट मंत्री धर्मेंद्र प्रधान आज एक सोशल प्रोग्राम में शामिल होने के लिए केंद्रापड़ा ज़िले के दौरे पर आए हें। सुबह 11 बजे केंद्रपाड़ा पहुंचने के बाद, दुहुरिया में हज़ारों भाजपा नेताओं और कार्यकर्ताओं ने […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading