ଚୋରା ମଦ ସାମାଜିକ ଚଳଣିରେ ବିଶୃଙ୍ଖଳା ସୃଷ୍ଟି କରୁଛି , ମଦମୁକ୍ତି ପାଇଁ ଗାଁ ମହିଳାଙ୍କ ଅଭିଯାନ ଆରମ୍ବ

 

ପଟ୍ଟାମୁଣ୍ଡାଇ ୯/୮ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ପୌରାଂଚଳ ଚାହାପଡା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । ଏହି ଗ୍ରାମରେ ସରକାରୀ ଆଇଟିଆଇ ସମୁଖ ରାସ୍ତା ଛକରେ ବେଆଇନ ଚୋରା ମଦ ସମେତ ବିଭିନ୍ନ ନିଶା କାରବାର ବୃଦ୍ଧି ପାଇବା ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବେଆଇନ ମଦ ଓ ନିଶା କାରବାରକୁ ରୋକିବା ପାଇଁ ଚାହାପଡା ଗ୍ରାମ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଂଟା ଭିଡି ବୁଧବାର ସଂନ୍ଧ୍ୟାରେ ଘରୁ ପଦାକୁ ବାହାରିଛନ୍ତି । ଗାଁ ମନ୍ଦିର ନିକଟରେ ଏକ ପ୍ରତିବାଦ ସଭା କରି ଗାଁରୁ ବେଆଇନ ମଦ ଓ ନିଶା ବନ୍ଦ କରିବାକୁ ଚୋରା ମଦ ବେପାରିଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମର ଶତାଧିକ ମହିଳା ଚୋରା ମଦକୁ ବିରୋଧୀ କରି ସ୍ଥାନୀୟ ଆଇଟିଆଇ ଛକକୁ ଯାଇ କେତେଜଣ ଚୋରା ମଦବେପାରିକୁ ତାଗିଦ କରିଛନ୍ତି । ଗାଁର ବେଆଇନ ମଦ ଦୋକାନିକୁ ମଦ ନଦେବାକୁ ସରକାରୀ ସିକୃତୀପ୍ରାପ୍ତ ଦୋକାନୀଙ୍କୁ ଚେତାବନୀ ଦେବା ସହିତ ପ୍ରଶାସନ ଚୋରା ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ଗ୍ରାମର ଶତାଧିକ ମହିଳା ଆନ୍ଦୋଳନ କରିବାକୁ ପଛଘୁଂଚା ଦେବେ ନାହିଁ ବୋଲି ଜିଲା ପ୍ରଶାସନଙ୍କୁୁ ଚେତାବନୀ ଦେଇଛନ୍ତି ।

ଚହାହାପଡା ଗ୍ରାମ ଛକ, ଆଇଟିଆଇ ଛକ, ପୋଲଛକ ନିକଟରେ କେତେଜଣ ବ୍ୟବସାୟୀ ବର୍ଷବର୍ଷ ଧରି ଚୋରା ମଦ କାରବାର କରି ଚାଲିଛନ୍ତି। ଚୋରାମଦ କାରବାର ବୃଦ୍ଧି ଯୋଗୁ ପରିବାରରେ ନାନା ବିଶୃଙ୍ଖଳା ଓ ଗଣ୍ଡଗୋଳ ଘଟୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଏଠାରେ ଏକ ସରକାରୀ ଆଇଟିଆଇ କଲେଜ ଥାଇ ମଧ୍ୟ ଚୋରା ନିଶା କାରବାର ଉପରେ ଅବକାରୀ ଓ ପୋଲିସ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ଛକରେ ଚୋରା ମଦ ବେପାର ହେଉଥିବାରୁ ଗରିବ ଖଟିଖିଆ ଲୋକେ ସେଠାରୁ ମଦ ପିଇ ଘରେ ସ୍ତ୍ରୀ ପିଲାଛୁଆମାନଙ୍କୁ ମାଡ଼ ମାରୁଥିବା ଏବଂ ଏଭଳି ହିଂସା ଘଟଣାକୁ ନେଇ ଶ୍ରମିକ ଓ ଗରିବ ଲୋକଙ୍କ ଘରେ ଚୁଲି ଜଳୁନାହିଁ । ସାମାଜିକ ଚଳଣିରେ ଦେଖା ଦେଇଥିବା ପାରିବାରିକ ବିଶୃଙ୍ଖଳା ସୃଷ୍ଟି ପାଇଁ ନିଶା ଦ୍ରବ୍ୟ ସେବନ ହିଁ ପ୍ରମୁଖ କାରଣ ଅଟେ। ତେବେ ଏହି ବେଆଇନ ମଦ କାରବାରକୁ ରୋକ୍ ନ ଲଗାଇଲେ ଆମ ସୁନ୍ଦର ଘର ସଂସାର ଉଜୁଡିଯିବ ବୋଲି ରିନା ନାୟକ, ମାଳତୀ ଦାସ, ସରସ୍ୱତି ସାହୁ, ଭାରତୀ ଦାସ, ପାର୍ବତୀ ସାହୁ,ଜମୁନା ସାହୁ, ବିଦୁଲତା ସାହୁ, ବନ୍ଦନା ଦାସ, ଶାନ୍ତି ନାୟକ, ରଜନୀ ସାହୁ, ନମୀତା ଦାସ, ସଙ୍ଗିତା ସାହୁଙ୍କ ସମେତ ଶତାଧିକ ମହିଳା ପ୍ରତିବାଦ କରିବା ସହିତ ବୁଧବାର ସଂନ୍ଧ୍ୟାରେ ପଦାକୁ ଆସି ମଦ ବିରୋଧୀ ଅଭିଯାନ ଚଳାଇଥିଲେ । ଏହା ଜାଣି କେତେକ ଚୋରା ବେପାରୀ ଦୋକାନ ବନ୍ଦ କରି ଦୌଡି ପଳାଇଥିଲେ ।

Next Post

ଦିନ ଦ୍ୱୀପ୍ରହରରେ ସଶସ୍ତ୍ର ଡକାୟତି , ଭିଜିଲାନ୍ସ ଅଫିସରୁ ଆସିଥିବା କହି , ଦେଢ ଲକ୍ଷ ଟଙ୍କା ସମେତ ୨୦ ଭରିର ସୁନା ଗହଣା ଓ ତିନୋଟି ମୋବାଇଲ ଲୁଟିନେଲେ ଦୁର୍ବୁତ

Thu Jul 10 , 2025
ଡ଼େରାବିଶ ୧୦ । ୦୭ (ଅଜୟ ଦାସ) – ଦିନ ଦ୍ୱୀପ୍ରହରରେ ପରିବାର ଲୋକଙ୍କୁ ମାରାଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସମେତ ବହୁ ମୁଲ୍ୟବାନ ଗହଣା , ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୁତମାନେ ଲୁଟି ନେଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ଅଧିନ ଡେରାବିଶ ଥାନା ଅଂଚଳରେ ଘଟିଛି। ସୁଚନା ଅନୁଯାଇ ଏହି ଥାନା ଅଧିନ ଚାଟରାଚକଡା ପଂଚାୟତର ଓଲଢି ଗ୍ରାମର ଅବସରପ୍ରାପ୍ତ ଡା ଜଲିଲ ଅହେମ୍ମଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading