ସୁମଙ୍ଗଳ ଯୋଜନାର ବ୍ୟାପକ ସଚେତନତା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟାନ୍ୱୟନ ସମୀକ୍ଷା

ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ

blank
କେନ୍ଦ୍ରାପଡ଼ା,୧୨ା୫:ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସସି ଓ ଏସଟି ଅତ୍ୟାଚାର ମାମଲା, ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ, ଅନ୍ତର୍ଜାତୀୟ ବିବାହ ପ୍ରୋତ୍ସାହନ ଯୋଜନା “ସୁମଙ୍ଗଳ” ଏବଂ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଅତ୍ୟାଚାର ମାମଲାର ପୀଡ଼ିତମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ସହ ବିଚାରାଧୀନ ମାମଲାଗୁଡିକର ଶୀଘ୍ର ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୀଡ଼ିତ ପରିବାରମାନଙ୍କୁ ସମସ୍ତ ସରକାରୀ ସହାୟତା ସମୟୋପଯୋଗୀ ଭାବେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା। ସେହିପରି “ସୁମଙ୍ଗଳ” ଯୋଜନା ସମ୍ପର୍କରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ପହଞ୍ଚାଇବା ଏବଂ ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ସାମାଜିକ ସମାନତା ବୃଦ୍ଧିରେ ଏହି ଯୋଜନାର ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜଙ୍ଗଲ ଅଧିକାର ଆଇନ ଅଧିନରେ ଯୋଗ୍ୟ ପରିବାରମାନଙ୍କୁ ଅଧିକାର ପତ୍ର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆବେଦନ ଗୁଡିକର ଶୀଘ୍ର ନିଷ୍ପତ୍ତି ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଡିଏସପି ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଭୀମ ଆର୍ମି ସଭାପତି ନଗେନ୍ଦ୍ର ଜେନା, ସଦସ୍ୟ ପୁରୁଷୋତ୍ତମ ମଲ୍ଲିକ, ସଦସ୍ୟା ଜୟନ୍ତୀ ସରେନ, ନେଚର କ୍ଳବ ସମ୍ପାଦକ ଅଲ୍ୟଳ କୁମାର ବଳଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ। ବୈଠକରେ ଭୀମ ଆର୍ମି ସଭାପତି ନଗେନ୍ଦ୍ର ଜେନା ଏସସି ଓ ଏସଟି ସମ୍ପର୍କିତ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇଥିବାବେଳେ ସେଗୁଡିକର ସମାଧାନ ପାଇଁ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

Next Post

୨ଗୋରୁ ବୋଝେଇ ଗାଡି ଜବତ, ୩ଗିରଫ

Tue May 12 , 2026
ପଟ୍ଟାମୁଣ୍ଡାଇ ୧୨/୫- କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ମଙ୍ଗଳବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ପଟ୍ଟାମୁଣ୍ଡାଇ ବଜାର ଅଂଚଳରେ ଦୁଇ ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ସଦଳବଳେ ଚଢ଼ାଉ କରଥିଲେ । ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରୁ ୨ଟି ଗୋରୁ ବୋଝେଇ ଗାଡି ଭିତରେ ଦୟନୀୟ ଭାବେ ବନ୍ଧାଯାଇଥିବା ୮ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading