ହାଇଦ୍ରାବାଦରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ * ହତ୍ୟା ସନ୍ଦେହ ଘଟଣାର ତଦନ୍ତ ଓ ଅଭିଯୁକ୍ତ ଗିରଫ ଦାବୀରେ ରାସ୍ତାରୋକ

blank
ପଟ୍ଟାମୁଣ୍ଡାଇ ତା ୮/୫- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତରଡ଼ିପାଳ ଗ୍ରାମର ପ୍ରଶାନ୍ତ ମହାନ୍ତି ସୁଦୂର ହାଇଦ୍ରାବାଦରେ କାମ କରନ୍ତି ।  ସପରିବାର ସହ ପ୍ରଶାନ୍ତ ହାଇଦ୍ରା ବାଦରେ ରହୁଥିଲେ ।  ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ।  ତେବେ ହାଇଦ୍ରାବାଦରେ ଥିବା ସମୟରେ ନିକଟରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।  ତେବେ ମୃତ ପ୍ରଶାନ୍ତଙ୍କ ମର ଶରୀର ନିଜ ଗାଁ ତରଡ଼ିପାଳ ରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।  ହାଇଦ୍ରାବାଦ ପୋଲିସ ଏହି ମାମଲାରେ ଉପଯୁକ୍ତ ତଦନ୍ତ କରି ନଥିବାରୁ ଓଡିଶା ସରକାର ଙ୍କ ଜରିଆରେ ତେଲେଙ୍ଗାନା ସରକାର ଓ ହାଇଦ୍ରାବାଦ ପୋଲିସ ଉପରେ ଚାପ ସୃଷ୍ଟି କରିବା ଏବଂ ଉପଯୁକ୍ତ ତଦନ୍ତ ଓ ଅଭିଯୁକ୍ତ ଗିରଫ ଦାବିରେ ତରଡ଼ିପାଳ ଗ୍ରାମର କିଛି ଲୋକ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଛି ସ୍ଥିତି ଅନୁଧ୍ୟାନ କରିଛି ।

Next Post

ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌରପାଳିକା ଦ୍ୱାରା ଖାଦ୍ୟ ବିକ୍ରୟ ଷ୍ଟଲ ଓ ହୋଟେଲରେ ଚଢ଼ାଉ

Fri May 8 , 2026
ପଟ୍ଟାମୁଣ୍ଡାଇ ୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌରପାଳିକା କର୍ତୃପକ୍ଷଙ୍କ ଦ୍ୱାରା ହୋଟେଲ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ଭୋଜନାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟର ଗୁଣବତା ଯାଂଚ କରାଯିବା ସହ ବାସୀ ଖାଦ୍ୟ ନଷ୍ଟ କରିଦିଆଯାଇଛି । ଏକକ ବ୍ୟବହୃତ ପଲିଥିନ ଏବଂ ପ୍ଲାଷ୍ଟିକ ଜବତ କରାଯାଇ ଜରିମାନା ବାବଦରେ ୩୦ହଜାର ୫୦୦ଟଙ୍କା ଆଦାୟ କରାଯାଇଛି । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading