
ପଟ୍ଟାମୁଣ୍ଡାଇ ୧୩/୨ – ପଟ୍ଟାମୁଣ୍ଡାଇ କଲେଜ ବିଜ୍ଞାନ ସଂସଦ ପକ୍ଷରୁ ବନ୍ୟପ୍ରାଣୀ ଓ କୁମ୍ଭୀର ସଂରକ୍ଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଗଣିତ ବିଭାଗ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ପୌରହିତ୍ୟରେ ଶୁକ୍ରବାର ଆୟୋଜିତ ଆଲୋଚନା ଚକ୍ରରେ ଓଡ଼ିଶା ବନ ବିଭାଗ କୁମ୍ଭୀର ବିଶେଷଜ୍ଞ ତଥା ସ୍ୱେଚ୍ଛାସେବୀ ବିଶେଷଜ୍ଞ ଓ ଜୈବ ବିବିଧତା ସଂରକ୍ଷଣ (ଆଇୟୁସିଏନ/ଏସଏସସି ) ସଦସ୍ୟ ଡ଼ ସୁଧାକର କର ଯୋଗଦେଇ ଭିତରକନିକା ଜାତୀୟ ଉଦ୍ୟାନର ସୁରକ୍ଷା ସହ ବନ୍ୟପ୍ରାଣୀ ସଂରକ୍ଷଣ ଓ କୁମ୍ଭୀରଙ୍କ ସୁରକ୍ଷା ପାଇଁ ବୈଜ୍ଞାନିକ ପ୍ରଜନନ ଏବଂ ସେମାନଙ୍କ ଅଣ୍ଡାକୁ ସୁରକ୍ଷିତ ରଖିବା ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ବିରଳ ଧଳା କୁମ୍ଭୀର ପାଇଁ ବିଶ୍ୱପ୍ରସିଦ୍ଧ। କୁମ୍ଭୀରଙ୍କ ବଂଶବୃଦ୍ଧି, ବାସସ୍ଥଳୀ ସୁରକ୍ଷା ଏବଂ ନଦୀପଠା ସଂରକ୍ଷଣ ନିମନ୍ତେ ବୈଜ୍ଞାନିକ ପଦ୍ଧତି ଆପଣେଇବା ସହିତ ଜନସଚେତନତା ଜରୁରୀ , ଯାହା ପରିବେଶର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ବିରଳ ଧଳା କୁମ୍ଭୀରଙ୍କ ପ୍ରାକୃତିକ ବାସସ୍ଥଳୀ, ଯେଉଁଠାରେ ଗୌରୀ, ମଲ୍ଲି ଏବଂ ଶ୍ୱେତା ପରି କୁମ୍ଭୀର ଦେଖିବାକୁ ମିଳନ୍ତି ବୋଲି ସେ କହିଥିଲେ । କଲେଜ ଉଦ୍ଭିଦ ବିଜ୍ଞାନ ଏଚଓଡି ଡ଼ ଅଞ୍ଜଲି କୁମାରୀ ଦାଶଙ୍କ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି କହିଥିଲେ ଯେ ବନ୍ୟଜନ୍ତୁ ସଂରକ୍ଷଣରେ ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ବନ୍ୟପ୍ରାଣୀ ସପ୍ତାହ ପରି ସଚେତନତା କାର୍ଯ୍ୟକ୍ରମ ବହୁତ ଗୁରୁତ୍ୱପୂର୍ଣ୍ଣ।ପରିବେଶ ସନ୍ତୁଳନରେ କୁମ୍ଭୀର ଜଳଜ ପରିବେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାନ୍ତି । ତେଣୁ ସଚେତନ ରହି କୁମ୍ଭୀରଙ୍କ ବଂଶବୃଦ୍ଧି ଉପରେ ଗୁରୁତ୍ୱ ଦେବା ଅପରିହାର୍ଯ୍ୟ । ଏହି ଆଲୋଚନା ମାଧ୍ୟମରେ ଯୁବପିଢ଼ି ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଆଗ୍ରହୀ ହେବେ ବୋଲି ସେ କହିଥିଲେ । ପଟ୍ଟାମୁଣ୍ଡାଇ କଲେଜ ବିଜ୍ଞାନ ସଂସଦର ଉପସଭାପତି ଡ଼ ରମେଶ କୁମାର ସାହୁ, ସରୋଜିନୀ ମିଶ୍ର ପ୍ରମୁଖ କାର୍ଯ୍ୟାକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟପକ ବୈକୁଣ୍ଠ ଚରଣ ରାଉଳ, ରଞ୍ଜନ କୁମାର ଗାହାଣ, ସୁଚିସ୍ମିତା ବିଶ୍ୱାଳ, ଜ୍ୟୋତି ରଞ୍ଜନ ସାମଲ, ରାସେସ ଦାସ, ଅମିତ୍ କୁମାର ସାହୁ, ଲବ୍ରୋଟୋରି ଅସିଷ୍ଟାଣ୍ଡ ଅଭିମନ୍ୟୁ ମହାନ୍ତି, ସତ୍ୟରଞ୍ଜନ ସାମଲ ସହେଯାଗ କରିଥିଲେ । ଶେଷରେ ବିଜ୍ଞାନ ସଂସଦ ସହ ଉପସଭାପତି ଡ ସୁନିଲ ପ୍ରଧାନ,ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପିକା/ଅଧ୍ୟାପକ ବହୁ ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ ।
