କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୧୪୦ତମ ପ୍ରତିଷ୍ଠା ଦିବସ

blank
କେନ୍ଦ୍ରାପଡା,୨୯ା୧୨:କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା କଂଗ୍ରେସ ଦଳର ପତାକା ଉତ୍ତୋଳନ କରିଥିଲେ। ଏହାପରେ କଂଗ୍ରେସ ଦଳର ଗୈାରବମୟ ଇତିହାସ, ଦେଶ ପାଇଁ ସମର୍ପିତ ଅନେକ କାର୍ଯ୍ୟାବଳୀ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁବାଷ ଚନ୍ଦ୍ର ବୋଷ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ତ୍ୟାଗ ଓ ଦେଶ ପାଇଁ ଥିବା ଅବଦାନ ଓ ବଳିଦାନ ସଂପର୍କରେ ସମାବେଶରେ ଆଲୋଚନା କରାଯାଇଥିଲା । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲା ସଭାପତି ଡାକ୍ତର ଦେବାସ୍ମିତା ଶର୍ମା, ଫକିର ଚରଣ ଖଟୁଆ, ଜଗନ୍ନାଥ ସେଠୀ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ ଦାସ, ବିଭ୍ରାଶୁଂ ଲେଙ୍କା, ହରୀଶ ପଟ୍ଟନାୟକ, ସନ୍ତୋଷ ବେହେରା, ମଙ୍ଗୁଳି ଚରଣ ବେହେରା, ଜିତେନ୍ଦ୍ର ନାଥ ଜେନା, ବିଜୟ ମଲ୍ଲିକ, ସନ୍ଧ୍ୟାରାଣୀ ପ୍ରଧାନ, ତରନୁମ୍ ବେଗମ,ଉମେଶ ପାଢୀ ପ୍ରମୁଖ ବହୁ କର୍ମୀ ଓ ନେତୃତ୍ୱ ଯୋଗଦେଇ ଅଭିଭାଷଣ ରଖିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଦଳକୁ ସଶକ୍ତ କରିବା ଓ ସଂଗଠନକୁ ଅଧିକ ସୁଦୃଢ କରିବାପାଇଁ ନେତା ଓ କର୍ମୀମାନେ ଶପଥ ଗ୍ରହଣ କରିଥିଲେ।

Next Post

ବନ୍ଦେ ମାତରମ ହାଇସ୍କୁଲରେ ଗୁରୁପୂଜନ ଓ ବନ୍ଧୁ ମିଳନ

Mon Dec 29 , 2025
ପଟ୍ଟାମୁଣ୍ଡାଇ ତା୨୯/୧୨ ଅଣ୍ଢରା ବନ୍ଦେ ମାତରମ ନୋଡାଲ ହାଇସ୍କୁଲର ୧୯୯୭ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଶିକ୍ଷକ, ଶିକ୍ଷୟତ୍ରୀ ଓ ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ପ୍ରଥମେ ଗ୍ରାମ ଦେବତୀ ମା’ ଧ୍ୟାନଧ୍ୟାଇଙ୍କ ପୀଠରେ ସ୍ୱାଗତ କରାଯାଇ ଗାଁ ପରିକ୍ରମା କରାଯିବା ପରେ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading