
ପଟ୍ଟାମୁଣ୍ଡାଇ ତା ୪/୧- ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ ରୋକିହେବ ବୋଲି ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପ୍ରକାଶ କରିଛନ୍ତି ।
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତ ତରଫରୁ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଟିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ବିଦ୍ୟାଧର ପୃଷ୍ଟି ଯୋଗ ଦେଇ ବାଲ୍ୟବିବାହ ମୁକ୍ତ ନେଇ ସଚେତନତା କରି କହିଛନ୍ତି ଯେ, ବିବାହ ଏକ ସାମାଜିକ ପବିତ୍ର କର୍ମ ଏହାକୁ ସମ୍ପର୍ଣ୍ଣ ପାଇଁ ସାମାଜିକ ଓ ଆଇନଗତ ବ୍ୟବସ୍ଥା ରହିଛି । ତେଣୁ ଆଇନ ଅନୁମୋଦିତ ବୟସ ଅନୁସାରେ ବିବାହ କାର୍ଯ୍ୟ ହେବା ବିଧେୟ । ଏହାର ଉଲ୍ଲଘଂନ ପାଇଁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ରହିଥିବାରୁ ଏହାର ବ୍ୟାପକ ସଚେତନତା ସୃଷ୍ଟି ଜରୁରୀ । ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି । ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ଦାଶ,ରିଟେନର ଗୀତାଞ୍ଜଳୀ ପୃଷ୍ଟି, ନୋଟାରୀ ସତ୍ୟ ନାୟକ,ଶିଶୁ ମନ୍ଦିର ପ୍ରଧାନଗୁରୁଜୀ ପ୍ରଭାତ ନାୟକ ଯୋଗ ଦେଇ ସୁପ୍ରିମ କୋର୍ଟ ରାୟ ବାଲ୍ୟ ବିବାହ, ଆଞ୍ଚଳିକ ଭାଷାରେ ବିଭିନ୍ନ ରାୟ ଅନୁବାଦ, ତତ୍କାଳ ମୋକଦମା ସମାଧାନ ଆଦି ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅମେରେନ୍ଦ୍ର ରାଉତ, , ଅପର୍ଣ୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା ପରିଚାଳନା କରିଥିଲେ ।
