ନାରୀ ଶକ୍ତି ବନ୍ଦନ ପାଇଁ କେନ୍ଦ୍ରାପଡାରେ ବିଶାଳ ଶୋଭାଯାତ୍ରା

blank
କେନ୍ଦ୍ରାପଡ଼ା,୧୬ା୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନାରୀମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଆହୁତ କାର୍ଯ୍ୟକ୍ରମ ନାରୀଶକ୍ତି ବନ୍ଦନ ପାଇଁ ଏକ ବିଶାଳ ଶୋଭାଯାତ୍ରା ସଂସଦୀୟ ନିର୍ବାଚନମଣ୍ଡଳୀ କ୍ଷେତ୍ର ସଂଯୋଜିକା ଡ଼. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ତିନିମୁହାଣୀରେ ପହଞ୍ଚିଥିଲା। ଏଥିରେ ଦୁଇ ହଜାରରୁ ଅଧିକ ନାରୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସଂସଦୀୟ କ୍ଷେତ୍ରର ସଂଯୋଜିକା ଡ଼. ଜେନା କହିଲେ ନୀତି ନିର୍ଦ୍ଧାରଣରେ ନାରୀ ମାନଙ୍କ ସମ୍ପୃକ୍ତିକୁ ଅଧିକରୁ ଅଧିକ କରିବା ପାଇଁ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ବିଧେୟକ ସଂସଦରେ ଆଣିଛନ୍ତି। ଏହି ବିଧେୟକ ଦ୍ୱାରା ତୃଣମୂଳ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ନାରୀମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇବ। ଦେଶର ବିକାଶ ପାଇଁ ଯେଉଁ ନୀତି ନିର୍ଦ୍ଧାରଣ ହେଉଛି ସେଥିରେ ମହିଳା ମାନେ ଗୁରୁଦାୟିତ୍ୱ ବହନ କରିବେ। ଏହାଦ୍ୱାରା ଭାରତ ବିଶ୍ୱଗୁରୁ ହୋଇପାରିବ। ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ଡ଼. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାନେତ୍ରୀ ଡ଼. ଐଶ୍ୱର୍ଯ୍ୟା ବିଶ୍ୱାଳ, ଉପସଭାନେତ୍ରୀ ତନୁଜା ନନ୍ଦ ବିଶ୍ୱାଳ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦିକା ପ୍ରତିମା ନାୟକ, ଜିଲ୍ଲା ଉପସଭାପତି ମନୀଷା ପଣ୍ଡା, ଉଷାରାଣୀ ମିଶ୍ର, ପ୍ରିୟଦର୍ଶିନୀ ନନ୍ଦ, ବନ୍ଦନା ରାଉତରାୟ, ନମିତା ବଳ, ଝିଲିରାଣୀ ଦାସ, ପ୍ରିୟଙ୍କା ଶତପଥୀ, ଜିଲ୍ଲା ପରିଷଦ ସଭ୍ୟା ଡଲି ଶତପଥୀ, ମାନସୀ ସାହୁ, ପଙ୍କଜିନୀ ସାମଲ, ପ୍ରିୟଙ୍କା ଶତପଥୀ, ରୀନାଲତା ଦାସ, ପ୍ରଜ୍ଞା ପାରମିତା, ଶର୍ମିଷ୍ଠା ସାମଲ, ରାଜଲକ୍ଷ୍ମୀ ଦାସ, ରେଖାରାଣୀ, ପ୍ରିୟତମା ରାଉଳ, ତନୁଜା ଥାପା, ପାର୍ବତୀ ବେହେରା, ନିହାରିକା ନାୟକ, ସସ୍ମିତା ସାହୁ ପ୍ରମୁଖ ଶତାଧିକ ନେତୃତ୍ୱ ଓ ହଜାର ହଜାର ସଂଖ୍ୟାରେ ମହିଳାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Next Post

ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Fri Apr 17 , 2026
ପଟ୍ଟାମୁଣ୍ଡାଇରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପଟ୍ଟାମୁଣ୍ଡାଇ ୧୭/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଜେଡି ତରଫରୁ ପ୍ରବାଦପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସ୍ଥାନୀୟ ବାଇପାସ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଂନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତରେ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading