ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

blank
ପଟ୍ଟାମୁଣ୍ଡାଇ ୫/୯ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିରେ ଶୁକ୍ରବାର ଆନନ୍ଦଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୯ଘଟିକା ସମୟରେ ସଂଖ୍ୟାଲଘୁ ବସ୍ତିରେ ଥିବା ମଦ୍ରାସା ନିକଟରୁ ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ କେନାଲ ପୋଲ ଓ ବଜାର ପରିକ୍ରମା କରି ବାଳିକା ହାଇସ୍କୁଲ ଦେଇ ମଦ୍ରାସା ନିକଟରେ ପହଂଚି ଥିଲା । ମଦ୍ରସା ପ୍ରଙ୍ଗଣରେ ସମୂହ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୌଲାନା ଆଶ୍ରଫୁଲ ଓସିମ ଆକ୍ଟର, ମୌଲାନା ଶଲାଉଦିନ ଖାଁ ପ୍ରମୁଖ ଯୋଗ ଦେଇ ମହମ୍ମଦଙ୍କ ଜୀବନୀ ଏବଂ ମହାନ୍ ମାନବୀୟ କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସର୍ଦାର ଶେଖ ଅବଦୁଲ ବାରି, ଶେଖ ମୋହିଉଁଦିନ, ଶେଖ ସାରାତୁଲ୍ଲା, ଶେଖ ଇସ୍ମାଇଲ, ଅଫସାର ଖାଁ, ବରକତ ଖାଁ, ଶେଖ ଇସଲାମ, ଶେଖ ଆମରୁଲ, ଶେଖ ମାଦନି, ଶେଖ ମୁସ୍ତର ଅଲ୍ଲୀ, ମିର୍ଜା ସରିଫ, ଶେଖ ହସନେନ, ଶେଖ ଜୁମା ପ୍ରମୁଖ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ଅରୁଣ ନାୟକ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ନାୟକ, ଏସ ଡି ପି ଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପୋଲିସ ଫୋର୍ସ ସହିତ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

 

Next Post

Let's think.- ଭାରତର ଅତୀତ ଶିକ୍ଷା ଧ୍ୱଂସ

Fri Sep 5 , 2025
ଭାରତରେ ବହୁ ପ୍ରାଚୀନ କାଳ ରାଜାମହାରାଜାଙ୍କ ସମୟରେ ବିଭିନ୍ନ ସ୍ଥାନରେ ଗୁରୁକୁଳ ସ୍ଥାପନ କରାଯାଇ ବିଦ୍ୟା, ଶାସ୍ତ୍ର ଓ ଶିକ୍ଷାକୁ ସମ୍ମାନ ଦିଆଯାଇ ଆସୁଥିଲା। ଅନେକ ଗୁରୁକୁଳରେ ଏତେ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଥିଲା ଯେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ । ଆଉ ସେଗୁଡିକ ସ୍ୱତଃ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇ ଯାଇଥିଲା। ସେହି ସମୟରେ ବିଶେଷ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱବିଦ୍ୟାଳୟ ହେଉଛି– ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading