ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡା ବିଜେଡିର ମହାଆନ୍ଦୋଳନ

blank
କେନ୍ଦ୍ରାପଡା,୧୬ା୪: ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଘୋର ଅବହେଳା ତଥା ବହୁ ପ୍ରତିକ୍ଷିତ ଜିଲ୍ଲାର ମେଡିକାଲ କଲେଜ ଏବେ ସୁଦ୍ଧା ପ୍ରତିଷ୍ଠା ନକରାଇବା ପ୍ରତିବାଦରେ କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ମହାଆନ୍ଦୋଳନ ତଥା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଇତି ମଧ୍ୟରେ ଏହି ନିକଟରେ ରାଜ୍ୟରେ ଅନ୍ୟ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି । ଏଥିରେ ବିଡମ୍ବନା କେନ୍ଦ୍ରାପଡାର ସ୍ଥାନ ନାହିଁ । ଏହା ଘୋର ଅବିଚାର । ଗତ ବିଧାନସଭା ଅଧିବେଶନମାନଙ୍କରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଏ ସଂକ୍ରାନ୍ତିୟ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ବା ଅନ୍ୟ ଯେଉଁଠି ବି ପ୍ରତିଷ୍ଠା ପାଇଁ ଏକ କମିଟି ତିଆରି କରାଯାଇଛି ଓ ଏହାର ସୁପାରିଶ କ୍ରମେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଥିଲେ । କିନ୍ତୁ ଦୁଃଖ ଓ ଅନୁତାପର ବିଷୟ କି ଉକ୍ତ କମିଟି କେବେ ବୈଠକ କଲା ଓ କେଉଁ କେଉଁ ଜିଲ୍ଲା ନାମ ସୁପାରିଶ କଲା । କେଉଁ ଆଧାରରେ କଲା ତାହା ସନ୍ଦେହ ଘରରେ । କେନ୍ଦ୍ରାପଡାକୁ କାହିଁକି ଅଣଦେଖା କରାଗଲା ତାହାର ଉତ୍ତର କେନ୍ଦ୍ରାପଡାବାସୀ ଚାହୁଁଛନ୍ତି । ବିଧାୟକ ଗଣେଶ୍ୱର ବେହେରା ନିଜ ବକ୍ତବ୍ୟରେ ଏହିସବୁ କଥା ରଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସାମିଲ୍ ହୋଇ ରାଜ୍ୟ ସରକାରଙ୍କ ଏପରି ବୈମାତୃକ ମନୋଭାବକୁ ଘୋର୍ ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କହିଥିଲେ । ଏହାସହ ସେମାନେ କହିଥିଲେ ଏ ଲଢେଇ କେନ୍ଦ୍ରାପଡାର ସ୍ୱାଭିମାନ ପାଇଁ କେନ୍ଦ୍ରାପଡାର ଅସ୍ମିତା ପାଇଁ । ବିଜୁ ଜନତା ଦଳ କେନ୍ଦ୍ରାପଡାର ବିକାଶ ପାଇଁ ସର୍ବଦା ଚେଷ୍ଟିତ । କେନ୍ଦ୍ରାପଡାବାସୀଙ୍କ ସ୍ୱାର୍ଥ ପ୍ରତି ବିଜେଡି ସର୍ବଦା ସଚେତନ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଆଚରଣ ନବଦଳିଲେ ଉଚିତ୍ ଜବାବ ଦିଆଯିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷା ଆକବରୀ ଖାତୁନ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ରୋସ୍‌ନା ସାହୁ, ବ୍ଲକ ସଭାପତି ଆଲୋକ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଦୁର୍ଗାଶିଷ ମହାନ୍ତି, ଶିବ ପ୍ରସାଦ ଭଳ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିନତ ପ୍ରିୟଦର୍ଶିନୀ, ପ୍ରଦ୍ୟୁମ୍ନ ଜେନା, ମୁକ୍ତାର ଖାଁ, ସଙ୍ଗମ ସାମଲ, ସେକ୍ ଚନ୍ଦନ, କାଳୀ ପ୍ରସାଦ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିରଣ୍ୟ ପଣ୍ଡା, ଉମେଶ ନାୟକ, ରଞ୍ଜିତ ସାହୁ, ରାଜେଶ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନିର୍ମଳା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ପ୍ରଶାନ୍ତ ବିଶ୍ୱାଳ, ପ୍ରଭାତ କୁମାର ଉଡାଣସିଂ, ସୁବନୀ ସାହୁ, ଚନ୍ଦ ଦାସ, ରବି ପଣ୍ଡା, ଜ୍ୟୋତିରଞ୍ଜନ ପ୍ରଧାନ, ସୌମେନ୍ଦ୍ର ପୃଷ୍ଟି, ରାଜେଶ ମହାନ୍ତି, ସେକ୍ ଅସଲମ୍‌, ହିବଜୁର ରହେମାନ, ସନ୍ତୋଷ ସେଠୀ, ସୌମ୍ୟରଞ୍ଜନ ସାହୁ, ପ୍ରଭାଶିଷ ପଣ୍ଡା, ଲୋପାମୁଦ୍ରା ବାରିକ, ସୁକୁମାର ଦାସ, ନିରାକାର ସ୍ୱାଇଁ, ରମେଶ ଦାସ, ଅକ୍ଷୟ ମେକାପ, ଛାତ୍ର ସଭାପତି ପ୍ରଦୀପ୍ତ କୁମାର ସାହୁ, ଗଣେଶ ମେକାପ, ଲୋହିତ ମହାନ୍ତି, ରାଜୁ କୁବେର, ମୃତ୍ୟୁଞ୍ଜୟ ମହାନ୍ତି, ଅଯୋଧ୍ୟା ବିଶ୍ୱାଳ, ବିଚିତ୍ର ଲେଙ୍କା, ଅଜିତ୍ ପରିଡା, ଚିର ରଞ୍ଜନ ଜେନା, ଶରତ ଭଳ, ପ୍ରଦୀପ୍ତ ସୂତାର, ରୁଦ୍ର ନାରାୟଣ ଦାସ, ନାରାୟଣ ପରିଡା, ଅଶ୍ୱିନୀ ପାତ୍ର, କଳାକାର ମଲ୍ଲିକ, ମହମ୍ମଦ ଇସାକ୍‌, ଦିଲ୍ଲୀପ ରାଉତ, ଲକ୍ଷ୍ମୀଧର ପଳେଇ, ଅଭୟ ଦାସ, ସାରଦା ରାଉତ, ବସନ୍ତ କୁମାର ରାଉତ, ସେକ୍ ଜମିଉଲ୍ଲା, ଦାମୋଦର ଜେନା, ମୀର ମୁରସିଦ୍‌, କିଷାନ ସାହୁ, ସୋମେଶ ପାତ୍ର, ରାଜୀବ ଜେନା, ପ୍ରଭାତ ମଳିକ, କିଶୋର ନାଥ, କୁଳମଣି ମଳିକ, ନିରଞ୍ଜନ ବାରିକ, ସଞ୍ଜୟ ଲେଙ୍କା, ସଞ୍ଜୟ ଦାସ, ସ୍ମୃତିରେଖା ମଳିକ, ଗଣେଶ ନାୟକ, ଶୁଭେନ୍ଦୁ ସାହୁ, ଶରତ ସାମଲ, ସୁଶାନ୍ତ ଦାସ, ସ୍ୱୟଂପ୍ରଭା କର, ଆକାଶ ବେହେରା, ପ୍ରଦୀପ୍ତ ନାୟକ, ନାରାୟଣ ସାହୁ, ବିଜୟ କୁମାର ମଣ୍ଡଳ, ମାନସ ଦାସ, ସାହେବ ସାହିଲ୍‌, ମହେନ୍ଦ୍ର ମିଶ୍ର, ଏମ୍‌ଡି ନିଆଜ୍‌, ଦୁର୍ଗା ପତି, ପ୍ରମୋଦ ସାହୁ, ସତ୍ୟ ବେହୁରା, କମଳା ବେହେରା, ଦେବବ୍ରତ ତ୍ରିପାଠୀ, ସମ୍ବିତ୍ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

୫ ବର୍ଷର ନାବାଳିକାକୁ ବଳାତ୍କାର ମାମଲା , ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

Wed Apr 16 , 2025
କେନ୍ଦ୍ରାପଡ଼ା,୧୬ା୪: ଏକ ୫ ବର୍ଷର ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦଣ୍ଡିତ ଆସାମୀ ହେଉଛି […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading