
କେନ୍ଦ୍ରାପଡ଼ା,୮ା୩ : କେନ୍ଦ୍ରାପଡ଼ା ଜିଲାରେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହାସହ ଜିଲାରେ ଏକ ଜାହାଜ ମରାମତି କାରଖାନା ପ୍ରତିଷ୍ଠା ହେବ। କେବଳ ସେତିକି ନୁହେଁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ହେବ ଓ ମନ୍ଦିରର ବିକାଶ ହେବ ବୋଲି ରାଜ୍ୟ ସରକାର ନିକଟରେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ଘୋଷଣାକୁ ମହାକାଳପଡ଼ା ବିକାଶ ମଞ୍ଚ ପକ୍ଷରୁ ସ୍ୱାଗତ କରାଯାଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି। ମଞ୍ଚର ସଭାପତି ପରିବେଶବିତ କାଶୀନାଥ ରାଉତରାୟ କହିଛନ୍ତି ବିଜେଡି ୨୪ ବର୍ଷ ।ସନ କରିଥିଲା। ୨୨ ବର୍ଷ ଶାସନ କରିବା ପରେ କେନ୍ଦ୍ରାପଡ଼ାରେ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ଓ ନଦୀ ଭିତ୍ତିକ ବନ୍ଦ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା। ହେଲେ ସେହି ଘୋଷଣା କେବଳ ଧୂଆଁବାଣ ଥିଲା। କାରଣ ଘୋଷଣାର ଦୁଇ ବର୍ଷ ମଧ୍ୟରେ ବି ଇଟା ଖଣ୍ଡେ ଥୁଆ ହୋଇ ପାରିଲା ନାହିଁ। କିନ୍ତୁ ବିଜେପି ସରକାର ମାତ୍ର ୨ ବର୍ଷ ଶାସନ କରିବା ମଧ୍ୟରେ କେନ୍ଦ୍ରାପଡ଼ା ଜିଲାରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା, ଜାହାଜ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ବିଜେପି ସରକାର ଯାହା କହିଛନ୍ତି ତାହାକୁ ନିଶ୍ଚିତ ଭାବେ ପୂରଣ କରିବେ। ତେଣୁ ସରକାରଙ୍କ ଏହି ଘୋଷଣାକୁ ବିକାଶ ମଞ୍ଚର ସଭାପତି ଶ୍ରୀ ରାଉତରାୟଙ୍କ ସମେତ ସଂପାଦକ ଭାଗିରଥୀ ନନ୍ଦ, ଉପଦେଷ୍ଟା ପ୍ରଣବ ଜେନା, ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ସଦସ୍ୟା ମଧୁସ୍ମିତା ସାହୁ, ନିକୁ ମହାପାତ୍ର, ପବିତ୍ର କୁମାର ମାଇତି, ଅପୂର୍ବ ରାଉତ, ଧନେଶ୍ୱର ସେଠୀ, ଲିପା ପ୍ରିୟଦର୍ଶିନୀ ଜେନା, ମନୋରଞ୍ଜନ ଜେନା, ସତ୍ୟ ସାରଥୀ, ନଙ୍ଗୁଳି ଚରଣ ବେହେରା, ପାର୍ଥ ସାମନ୍ତରାୟ ପ୍ରମୁଖ ସ୍ୱାଗତ କରିବା ସହ ରାଜ୍ୟ ସରକାର, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।
