ମନରେଗା ନାମ ପରିବର୍ତ୍ତନ ପ୍ରସଙ୍ଗ , ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିକାତ୍ମକ ଧାରଣା ଉପବାସ

blank
କେନ୍ଦ୍ରାପଡ଼ା,୧୧ା୧:ମୋଦି ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ଭିବିିରାମଜୀ କରିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ତିନିମୁହାଣୀ ଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଏକ ଦିବସୀୟ ଉପବାସ ଓ ପ୍ରତିକାତ୍ମକ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଳର ନେତାମାନେ କହିଥିଲେ ଯେ ୨୦୦୫ମସିହାରେ ୟୁପିଏ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ ପ୍ରଣୟନ କରିଥିଲେ। ଯାହା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ପ୍ରଦାନ କରିବାରେ ଆଇନଗତ ଅଧିକାର ଦେଇଥିଲା। ମନରେଗା ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର। କିନ୍ତୁ ନୂତନ ଭିବିରାମ-ଜି ଆଇନ ଏହି ଢାଞ୍ଚରୁ ସମ୍ପୂର୍ଣ ଭାବେ ଭିନ୍ନ ଅଟେ। କେନ୍ଦ୍ରରେ ୨୦୧୪ମସିହାରେ ବିଜେପି ଶାସନ କ୍ଷମତାକୁ ଆସିବା ପରଠାରୁ ଅଦ୍ୟାବଧି ଶ୍ରମିକମାନଙ୍କୁ ବର୍ଷକୁ ଏକଶହ ଦିନର କାମ ଯୋଗାଇବାରେ ବିଫଳ ହୋଇଛି। ଅପରପକ୍ଷରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ଏହି ଯୋଜନାରୁ ବାଦ ଦେଇ ଜାତିର ପିତାଙ୍କୁ ଅସମ୍ମାନିତ କରିଛି। ଏଥିସହ ୧୪୦ କୋଟି ଭାରତୀୟଙ୍କୁ ମୋଦି ସରକାର ପ୍ରତାରଣା କରିଛନ୍ତି। ବିଜେପି ସରକାରର ଏହି ନିନ୍ଦନୀୟ ପଦକ୍ଷେପକୁ ଭାରତ ବାସୀ ନିଶ୍ଚିତ ଭାବେ କଡ଼ା ଜବାବ ଦେବେ ବୋଲି ଦଳର ନେତା ଓ କର୍ମୀମାନେ କହିଛନ୍ତି। ଏହି ଅବସରରେ ଜିଲ୍ଲା ସଭାପତି ଡା. ଶର୍ମା କହିଲେ ବିଜେପି ସରକାର ଏବେ ମନରେଗା ଯୋଜନାର ନାମ ବଦଳାଇ ଯେଉଁ ନୂଆ ନାମ ଦେଇଛନ୍ତି ତାହା କେବଳ ଯୋଜନାରୁ ମହାତ୍ମାଗାନ୍ଧୀଙ୍କ ନାମକୁ ଲିଭାଇବା ପାଇଁ ଏକ ଷଡ଼ଯନ୍ତ୍ର। ଜାତିର ପିତା ମହାତ୍ମାଗାନ୍ଧୀ ସର୍ବଦା ଜନମାନସରେ ଅଛନ୍ତି ଓ ରହିଥିବେ। ତାଙ୍କ ଆଦର୍ଶ ଓ ଦର୍ଶନ କେବେ ହେଲେ ଜନମାନସରୁ ଲିଭିବ ନାହିଁ ବୋଲି ଡା. ଶର୍ମା କହିଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ରାଜନଗରର କଂଗ୍ରେସ ନେତା ଅଶୋକ ପ୍ରତିହାରୀ, ପାଟକୁରାର କଂଗ୍ରେସ ନେତା ଡ. ରତିକାନ୍ତ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଭାଗିରଥୀ ଜେନା, ବିଧୁଭୂଷଣ ମହାପାତ୍ର, ମଳୟ ଦାସ, ମଙ୍ଗୁଳି ଚରଣ ବେହେରା, ରବିନାରାୟଣ ବେହେରା, ଉମେଶ ଚନ୍ଦ୍ର ତ୍ରିପାଠୀ,ବିଧାନ ଚନ୍ଦ୍ର ସାମଲ, ହିମାଂଶୁ ନନ୍ଦ, ଅଶୋକ ମୋହନ ଜେନା, ଉମେଶ ପାଢୀ, ସମ୍ରାଟ ଜେନା ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Next Post

ସୁନା ଦୋକାନୀଙ୍କୁ ହାଣି ସୁନା ଗହଣା ଲୁଟ୍‌ , ଟାଙ୍ଗିଆ ଚୋଟରେ ଛିଣ୍ଡିଲା ମାଲିକଙ୍କ ଦୁଇ ପାପୁଲି

Sun Jan 11 , 2026
କେନ୍ଦ୍ରାପଡ଼ା,୧୧ା୧:କେନ୍ଦ୍ରାପଡ଼ା ଜିଲ୍ଲା ଅଧିନ କୁଦାନଗରୀ ଥାନା ଅନ୍ତର୍ଗତ ହୁରାସାହି-ଘୋଡାଦଣ୍ଡା କେନାଲ ବନ୍ଧ ରାସ୍ତାରେ ଜଣେ ଗହଣା ଦୋକାନୀଙ୍କୁ ହାଣି ଦୁର୍ବୃତ୍ତମାନେ ଗହଣା ବ୍ୟାଗ ଓ ଟଙ୍କା ଲୁଟି ନେଇଛନ୍ତି। ଏହି ଆକ୍ରମଣରେ ଗହଣା ଦୋକାନୀଙ୍କ ଦୁଇ ହାତର ପାପୁଲି ଛିଣ୍ଡି ଯାଇଛି। ଆକ୍ରମଣର ଶିକାର ଗହଣା ଦୋକାନୀ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଠାକୁରହାଟ ଅଞ୍ଚଳର ଲିଟୁ ନନ୍ଦୀ ଓରଫ ଲିଟୁ। ଖବର ନେବାରୁ ଜଣାପଡିଛି ଠାକୁରହାଟ ଅଞ୍ଚଳର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading