କେନ୍ଦ୍ରାପଡ଼ା,୧୪ା୫: କେନ୍ଦ୍ରାପଡ଼ାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ସେମାନଙ୍କ ସମସ୍ୟାକୁ ଆହୁରି ଅଧିକ ବଢାଇ ଦେଇଛି। ବିଶେଷତଃ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଧିନ ୨ନମ୍ବର ସେକ୍ସନର ଭରତପୁର, ମେହେନ୍ଦିପୁର, ଖଣ୍ଡିଆବନ୍ଧ, ପାରାଚକ,ଦିଆନପାଟଣା, ଜଗନ୍ନାଥପୁର, କନ୍ତିଆ ପ୍ରଭୃତି ଅଞ୍ଚଳରେ ଦୈନିକ ବିଭିନ୍ନ ସମୟରେ ୧୦ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଦୈନିକ ସକାଳ ୮ଟାରୁ ୧୧ଟା, […]

ପଟ୍ଟାମୁଣ୍ଡାଇ ୧୪/୫ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା, ଆଳି ଓ ନିକିରାଇ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୫୫ ଲିଟର ଦେଶୀ ବିଦେଶୀ ମଦ ଜବତ । ଜଣେ ମହିଳା ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ, […]

କେନ୍ଦ୍ରାପଡା ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ପାଳିତ ପଟ୍ଟାମୁଣ୍ଡଇ୧୩-୫ -ବିଶ୍ୱ ସମ୍ବାଦ କେନ୍ଦ୍ର, କେନ୍ଦ୍ରାପଡା ଶାଖା ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ୱତି ଶିଶୁ ମନ୍ଦିର ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ବିଶ୍ୱର ଆଦ୍ୟ ପତ୍ରକାର ଦେବର୍ଷି ନାରଦ ମୁନିଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସମ୍ବାଦ କେନ୍ଦ୍ର ସଭ୍ୟ ସୁଧାଂଶୁ ତ୍ରିପାଠୀଙ୍କ ପୌରହିତରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଗାଳ୍ପିକ ପ୍ରଦୀପ ନାୟକ ଏବଂ ମୁଖ୍ୟବକ୍ତା […]

ପଟ୍ଟାମୁଣ୍ଡାଇ ୧୨/୫ -କେନ୍ଦ୍ରାପଡା ଜିଲାବାସୀଙ୍କୁ କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍ । ଦିନ ହେଉ ବା ରାତି, ନିୟମିତ ଘଂଟା ଘଂଟା ବିଦ୍ୟୁତ କାଟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ସହିତ ଅଘୋଷିତ ବିଦ୍ୟୁତକାଟ ବନ୍ଦ ପାଇଁ ସରକାର କଡା ନିର୍ଦେଶ ଦେଇଛନ୍ତି ।ସହର ହେଉ ଅବା ଗ୍ରାମାଂଚଳ ପ୍ରତି ଦିନ […]

କେନ୍ଦ୍ରାପଡା ୧୦/୫:  କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶନିବାର କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ କଲେଜ ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟତଃ ଜମି ସମସ୍ୟା, କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କିଛି ନୂତନ ପ୍ରକଳ୍ପ ଓ ଏକ ବିଜ୍ଞାନ ରିସର୍ଚ୍ଚ ଲ୍ୟାବର ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । କଲେଜର ବିଭିନ୍ନ ସମସ୍ୟା […]

ପଟ୍ଟାମୁଣ୍ଡାଇ ୯/୫ – ଭାରତର ବୀର ଯବାନ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବା ପାଇଁ ଅପରେସନ ସିନ୍ଦୁର ଜାରି କରି ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନର୍ଥେ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସେନାକୁ ସାଲାମୀ ଉପଲକ୍ଷେ ଏକ ଶୋଭଯାତ୍ରା କରାଯାଇଛି । ଏହି ଶୋଭଯାତ୍ରା ପଟ୍ଟାମୁଣ୍ଡାଇ ବାଇପାସ ଛକରୁ ବାହାରି ବଜାର ପରିକ୍ରମା କରିବା ପରେ ଆମ୍ବେଦକର […]

ପଟ୍ଟାମୁଣ୍ଡାଇ ୭/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପରିସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯାଇଛି। ଦେଶର ୨୪୪ଟି ଜିଲ୍ଲାରେ କରାଯାଇଥିବା ମକ୍ ଡ୍ରିଲ୍ ପାଇଁ ବୁଧବାର ସାଇରନ୍ ବାଜିଛି। ପ୍ରଥମ ସାଇରନ୍ ବାଜିବା […]

ରାଜ୍ୟ ଗୁଡିକୁ କେନ୍ଦ୍ରର଼ ନିର୍ଦ୍ଦେଶ , ବିମାନ ଆକ୍ରମଣ ସାଇରନ ସକ୍ରିୟ ରଖନ୍ତୁ , ବ୍ଲାକଆଉଟ୍ ଓ ସୁରକ୍ଷା ଅଭ୍ୟାସ କରନ୍ତୁ ନୂଆଦିଲ୍ଲୀ,୫/୫- ବଢିଲା ଯୁଦ୍ଧ ଆଶଙ୍କା। ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟଗୁଡ଼ିକୁ ମକଡ୍ରିଲ୍ କରିବାପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ […]

ଉତ୍କଳଗୌରବଙ୍କ ଜନ୍ମଜୟନ୍ତୀ ପାଳନ   ପଟ୍ଟାମୁଣ୍ଡାଇ : ୨୮/୦୪-ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଆନୁକୁଲ୍ୟରେ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିବସ ପାଳନ କରାଯାଇଅଛି। ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚତୁର୍ଭୁଜ ରାଉଳ, ନାଟ୍ୟକାର ଗୋଲକ ମହାରଣା, ପ୍ର. କୈଳାସ ଚନ୍ଦ୍ର ପାତ୍ର, ବିଜୟ କୁମାର ସାହୁ, କଥାକାର ପ୍ରଦୀପ ନାୟକ, ଶ୍ରୀକାନ୍ତ କୁମାର […]

କେନ୍ଦ୍ରାପଡ଼ା,୨୮ା୪ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବା ସହ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା […]

Breaking News