ପଟ୍ଟାମୁଣ୍ଡାଇ ୧୬.୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ୪ ବର୍ଷର ଶିଶୁଙ୍କୁ ଭୁଲ ଇଂଜେକସନ ଦେବା ଏବଂ ତାର ଗୋଡ ତଳେନଲଗାଇ ପାରିବା ଓ ଡାକ୍ତରଙ୍କ ଏପରି ଅବେହେଳା ବିରୋଧରେ ଗତ ମାସ ୨୮ ରେ ଧାରଣା ଦେଇଥିଲେ । ସବଡିଭିଜନ ହସ୍ପିଟାଲ ଡା ଚନ୍ଦ୍ରଶେଖର ଦାଶ ଧାରଣାସ୍ଥଳକୁ ଆସି ସମସ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେବା ସହ ୨ ଜଣ ମେଡିକାଲ […]
ODISHA
ପଟ୍ଟାମୁଣ୍ଡାଇ ୧୬/୯ -ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି ଆସୁ ଥିବା ବେଳେ ଏହି ଉତ୍ସବର ଏକ ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ଭାଗ ନେବାର ବିରଳ ପରମ୍ପରା […]
କେନ୍ଦ୍ରାପଡ଼ା,୧୬ା୯: ଜିଲ୍ଲାର ସମସ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଆୟକର ନୋଟିସ ଜାରିକରି ବିବାଦ ମଧ୍ୟକୁ ଟାଣିହୋଇଛି ଜିଲ୍ଲା ଶିକ୍ଷା ବିଭାଗ। ଏହି ନୋଟିସକୁ ନେଇ ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ କହିଛନ୍ତି ଆଜି ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କୈାଣସି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନୋଟିସ ଜାରିକରି ନଥିଲେ। ନିୟମ ଅନୁଯାୟୀ ଯଦି ଗଣଶିକ୍ଷା ବିଭାଗ ସଚିବ […]
କେନ୍ଦ୍ରାପଡ଼ା,୧୬ା୯:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ଅର୍ଥାତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋର ସହରରୁ ଦେଶ ବ୍ୟାପୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ସେପ୍ଟେ୍ଟମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ […]
ପଟ୍ଟାମୁଣ୍ଡାଇ ୧୫/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ-କଦଳୀବଣ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦୀପିକା ଲେଙ୍କା […]
କେନ୍ଦ୍ରାପଡ଼ା,୧୫ା୯:ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଡେରାବିଶ ତହସିଲ ଅଧିନ ଛୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ “ଆମ ଗାଁରେ ତହସିଲ କାର୍ଯ୍ୟାଳୟ’ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଭାସ୍କର ଚନ୍ଦ୍ର ବେହେରା ଉଦଘାଟନ କରି ଗ୍ରାମାଞ୍ଚଳ ଜନସାଧାରଣଙ୍କ ବହୁବିଧ ସମସ୍ୟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ବିବିଧ ଓ […]
କେନ୍ଦ୍ରାପଡ଼ା,୧୫ା୯: ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ସୋମବାର ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର. ଆୟର ନିଜେ ଉପସ୍ଥିତ ରହି କଚେରୀ ନିକଟସ୍ଥ ଭାସ୍କର ଟକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ […]
କେନ୍ଦ୍ରାପଡ଼ା,୧୪ା୯:ବିନା ରାଷ୍ଟ୍ରଭାଷାରେ ରାଷ୍ଟ୍ର ମୂକ ଅଟେ। ରାଷ୍ଟ୍ରର ସ୍ପନ୍ଦନ, ରାଷ୍ଟ୍ରର ଆତ୍ମାର ଅଭିବ୍ୟକ୍ତି ତା’ର ରାଷ୍ଟ୍ରଭାଷାରେ ନିହିତ ଥାଏ। ୧୯୪୯ମସିହାରୁ ସାମ୍ବିଧାନିକ ମର୍ଯ୍ୟାଦା ପାଇ ସାରିଥିଲେ ମଧ୍ୟ ଦେଶର ସବୁଠାରୁ ଅଧିକ ସଂଖ୍ୟକ ଜନସାଧାରଣ ହିନ୍ଦୀ ବୁଝିବା, କହିବା ଓ ଲେଖିବା ସତ୍ତ୍ୱେ ଆଜି ମଧ୍ୟ ରାଷ୍ଟ୍ରଭାଷାକୁ ଅନ୍ୟଭାଷା ସହ ସଙ୍ଘର୍ଷ କରିବାକୁ ପଡୁଛି। ହିନ୍ଦୀର ପ୍ରଚାରକ ଓ ପ୍ରସାରକ ଭାବରେ ଶ୍ରେଣୀଗୃହରେ ନିଜର ଅଧ୍ୟାପନା ଜାରି ରଖିଥିବା ଶିକ୍ଷକ, […]
କେନ୍ଦ୍ରାପଡ଼ା,୧୪ା୯:ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୁଲ୍ୟରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କର୍ମଶାଳା ବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ସମବାୟର ଆଦ୍ୟ ପ୍ରବର୍ତ୍ତକ ଉତ୍କଳ ଗୈାରବ ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାର […]
କେନ୍ଦ୍ରାପଡ଼ା,୧୪ା୯: ଆସନ୍ତା ୧୭ ସେପ୍ଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡ଼ିଏମଓ଼ […]

