ପଟ୍ଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ବାଇପାସ ପରିବା ବଜାର ବନ୍ଦ ରହିଥିବାରୁ ରବିବାର ହାଟ ପରିବା ପାଇଁ ଅଂଚଳରେ ହାହାକାର ପଡିଯାଇଛି । ସ୍ଥାୟୀ ଥଇଥାନ ଦାବି କରି ପରିବା ବ୍ୟବସାୟୀ ରବିବାର ବନ୍ଦ ପ୍ରଦର୍ଶନ କରିଛନ୍ତି । ଫଳରେ ହାଟ ପରିବା କିଣିବାକୁ ଆସି ବହୁ ଲୋକେ ହଇରାଣ ହୋଇ ଫେରିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ଗତ ଦୁଇଦିନ ହେବ ପଟ୍ଟାମୁଣ୍ଡାଇ ପୌରପରିଷଦ […]
ODISHA
ନାଳ ଭିତରେ ଯାଇଛି ପାଣି ପାଇପ୍, ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା କେନ୍ଦ୍ରାପଡା ୨୧/୯-ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ବିଭିନ୍ନ ଗ୍ରାମରେ ପ୍ରକଳ୍ପ କରିଛନ୍ତି। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୩୧ ପଂଚାୟତକୁ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା […]
କେନ୍ଦ୍ରାପଡ଼ା,୨୧ା୯:ଜିଲ୍ଲାପାଳ କେନ୍ଦ୍ରାପଡ଼ା ରଘୁରାମ.ଆର. ଆୟାରଙ୍କ ପରାମର୍ଶ କ୍ରମେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ମହିଳା କର୍ମଚାରୀ ଓ଼ ସେମାନଙ୍କର ପରିବାର ପାଇଁ ଏକ ସ୍ୱତନ୍ତ୍ର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଏକ ସ୍କ୍ରିନିଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରିଣୀ ଆସି ସେମାନଙ୍କର ବ୍ଲଡ଼ ସୁଗାର, ରକ୍ତଚାପ ଏବଂ ହେମୋଗ୍ଲୋବିନ ସ୍ତର ପରୀକ୍ଷା କରିଥିଲେ। ଉପସ୍ଥିତ […]
କେନ୍ଦ୍ରାପଡ଼ା,୨୧ା୯:ଆରଏମସି ଅଧିନସ୍ତ ସାପ୍ତାହିକ ହାଟର ଉନ୍ନତି କରଣ ତଥା ଭଡା ସୂତ୍ରରେ ଦିଆଯାଉଥିବା ଦୋକାନ ଗୃହ ଗୁଡିକର ବକେୟା ଭଡା ଓ ନିୟମିତ ଭଡା ପ୍ରଦାନ ସଂକ୍ରାନ୍ତରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆରଏମସି ଅଧିନସ୍ତ ମାର୍ଶାଘାଇ, ନଇଁନ୍ଦିପୁର, ହରିପୁର, ଆଳି, ଚାନ୍ଦୋଳ ଓ ପଟ୍ଟାମୁଣ୍ଡାଇ ମାର୍କେଟ ୟାର୍ଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ […]
କେନ୍ଦ୍ରାପଡ଼ା,୨୧ା୯:ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍େଟମ୍ୱରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ “ସେବା ପକ୍ଷ’ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସମ୍ପର୍କିତ ଏକ ସଚେତନତା ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ମାରାଥନକୁ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି […]
ପଟ୍ଟାମୁଣ୍ଡାଇ ୨୧/୯ -ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗରିବ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ମିଳୁନାହିଁ। କାମ କରିବା ପରେ ମାସ ମାସ ଧରି ମଜୁରିକୁ ଅପେକ୍ଷା କରିବାକୁ ପଡ଼ୁଛି। ମଜୁରି ଟଙ୍କାରେ ଘରେ ଚୁଲି ଜଳିବାକୁ ଥିବା ବେଳେ ଏତେ ଦିନ ବାକି ପଡ଼ୁଥିବାରୁ ସ୍ୱାଭାବିକ ଭାବେ ଶ୍ରମିକମାନେ ଏହି ଯୋଜନାରୁ ମୁହଁ ଫେରାଇନେଉଛନ୍ତି। ଗ୍ରାମାଂଚଳର ଗରିବ ଶ୍ରମିକମାନେ ଏହି ଯୋଜନା କାମ କରିବାକୁ ଆଗ୍ରହ […]
ପଟ୍ଟାମୁଣ୍ଡାଇ ୨୦/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ଶନିବାର ୨ୟ ଦିନରେ ପହଂଚିଛି । ଶୁକ୍ରବାର ପଟ୍ଟାମୁଣ୍ଡାଇ ସହରରେ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଥିଲା । ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଉଛେଦ କରାଯାଇଥିବାରୁ ଉଠା ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର […]
ପଟ୍ଟାମୁଣ୍ଡାଇ ୨୦/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ବସଷ୍ଟାଣ୍ଡ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ଦେଇ ଏକ ନୂତନ ମଡେଲ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ସରକାର ସମୟରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ମଡେଲ ବସଷ୍ଟାଣ୍ଡର ଶୁଭ ଦେଇଥଲା । ସମ୍ପ୍ରତି ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ଏହା ନିର୍ଧାରିତ […]
ପଟ୍ଟାମୁଣ୍ଡାଇ ୨୦/୯ – କେନ୍ଦ୍ରାପଡ଼ା ଜିଲା ସିପିଆଇଏମଏଲ ଜିଲା କମିଟି ପକ୍ଷରୁ ଶନିବାର ପଟ୍ଟାମୁଣ୍ଡାଇରେ ଗଣପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ଏକ ଗଣପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ତହସିଲ ଅଫିସରେ ପହଂଚିଥିଲା । ସିପିଆଇଏମଏଲ ପକ୍ଷରୁ ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବୀପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ସିପିଆଇଏମଏଲର ଗଣପ୍ରତିବାଦ ଶୋଭାଯାତ୍ରା ପରେ […]
ପଟ୍ଟାମୁଣ୍ଡାଇ ତା ୨୦/୯- ପଟ୍ଟାମୁଣ୍ଡାଇ ବ୍ଲକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ୱଚ୍ଛ ଭାରତ ସଂଯୋଜକ ରବୀନ୍ଦ୍ର ରାଉତଙ୍କ ପୌରହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷ ରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ପରିବେଶ ସୁରକ୍ଷା ସମଗ୍ର ବିଶ୍ୱ ପାଇଁ ଆହ୍ୱାନ ଭାବେ ଦେଖାଦେଇଛି I ପରିବେଶ ସୁରକ୍ଷିତ ନହେଲେ […]

