କେନ୍ଦ୍ରାପଡ଼ା,୫ା୧:ଯୁକ୍ତରାଷ୍ଟ୍ର ଆମେରିକାର ନବ-ସାମ୍ରାଜ୍ୟବାଦୀ ଟ୍ରଷ୍ଟ ପ୍ରଶାସନ ଗତ ଶନିବାର ମଧ୍ୟରାତ୍ରରେ ଦକ୍ଷିଣ-ଆମେରିକୀୟ ରାଷ୍ଟ୍ର ଭେନ୍‌ଜୁଏଲା ଉପରେ ଅତର୍କିତ ଆକ୍ରମଣ କରି ସେହି ରାଷ୍ଟ୍ରର ନିର୍ବାଚିତ ରାଷ୍ଟ୍ରପତି ନିକୋଲାସ ମାଡୁରୋ ଏବଂ ତାଙ୍କ ସହଧର୍ମିଣୀଙ୍କୁ ଅପହରଣ କରି ନେବା ବିରୋଧରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ (ଇସ୍କଫ୍‌) ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ସଂଗଠନର ଜିଲ୍ଲା ସଭାପତି ଡ. ବାସୁଦେବ ଦାସଙ୍କ ପରିଚାଳନାରେ ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ […]

ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ,ଆମ୍ଭେଦକର ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀ ପ୍ରମୁଖ ଏକ ପ୍ରତିନିଧିଦଳ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭଯୋଗ ଶୁଣାଣୀରେ  ଏକ ସାତ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ସେଥି ମାଧ୍ୟରୁ ପଟ୍ଟାମୁଣ୍ଡାଇରେ ଶବ ବ୍ୟବଛେଦ ଗୃହ ଖୋଲିବା, ୧୯ନଂ ୱାର୍ଡରେ ଭଡାରେ ଚାଲୁଥିବା ସହରାଞ୍ଚଳ […]

କେନ୍ଦ୍ରାପଡା ଜିଲା ବ୍ରାହ୍ମଣୀ ନଦୀର ଅମୃତମଣୋହୀ ଘାଟରୁ ବେଆଇନ ଭାବେ ବାଲି ଉତୋଳନ ସାଙ୍ଗକୁ ଚାଲାଣ ନେଇ ଗ୍ରାମବାସୀ ଜିଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ନଦୀ ଗର୍ଭରୁ ଜେସିବି ସହାୟତାରେ ବେଆଇନ ବାଲି ଉତୋଳନ ପାଇଁ ନଦୀ ପଠା କ୍ଷୟ ହୋଇ ସଂଳଗ୍ନ ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ପ୍ରଶାସନ ଦେଇଥିବା ଟ୍ରାନ୍‌ଜିଟ ପାସର ଦୂରୁପଯୋଗରେ ବାଲି ଲିଜଧାରୀ […]

କେନ୍ଦ୍ରାପଡ଼ା, ୫/୧-ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୧୦୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୯୩ଟି ବ୍ୟକ୍ତିଗତ ଓ ୧୫ଟି […]

ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତିର ଆଇନ ସଚେତନତା ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ତରଫରୁ କୋର୍ଟ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳୁକ ଆଇନ ସେବାସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ପୌରହିତ କରି ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ କହିଥିଲେ ଯେ, ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ରାଷ୍ଟ୍ରର ବିକାଶରେ ସେମାନଙ୍କ ଭୂମିକା […]

ପଟ୍ଟାମୁଣ୍ଡାଇ ତା ୪/୧- ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ ରୋକିହେବ ବୋଲି ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପ୍ରକାଶ […]

ପଟ୍ଟାମୁଣ୍ଡାଇ ୪/୧ – ରାଜ୍ୟର ଭାଜପା ସରକାର ସମୟରେ ମହିଳା ନିର୍ଯ୍ୟାତନା ବଢ଼ି ଚାଲିଛି । ନିକଟରେ ରାଜନଗର ଭାଜପା ନେତା ଲଳିତ ବେହେରା ରାଜନଗର ବ୍ଲକର ମହିଳା ବିଡ଼ିଓଙ୍କୁ ଆକ୍ରମଣ କରିବା ଘଟଣାର ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର କଂଗ୍ରେସ ପ୍ରତିବାଦ କରିବା ସହିତ ମେଡିକାଲ ଛକ ଠାରେ ଭାଜପା ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଆକ୍ରମଣକାରୀ ଭାଜପା ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ […]

କେନ୍ଦ୍ରାପଡ଼ା,୩ା୧:ଆଧୁନିକ ଓଡିଶାର ନିର୍ମାତା, ମହାନ ରାଜନୀତିଜ୍ଞ, ସାମ୍ବାଦିକ, ସାହିତ୍ୟିକ, ଦୂରଦର୍ଶୀ ରାଜନେତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ରାପଡାରେ ଜାନକୀବଲ୍ଲଭ ସ୍ମୃତି ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କେନ୍ଦ୍ରାପଡା ସହରର ପୂର୍ତ୍ତ ଡିଭିଜନ ସମ୍ମୁଖରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସମାରୋହ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା […]

କେନ୍ଦ୍ରାପଡ଼ା,୩ା୧:ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ଲୋକକଳା ମହୋତ୍ସବ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗ ମଞ୍ଚରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର ଦାସ ଉତ୍ସବର ଆଭିମୁଖ୍ୟ ପ୍ରଦାନ କରିଥିଲେ। ତ୍ରୈମାସିକ ସାହିତ୍ୟ ଓ ସଙ୍ଗୀତ […]

କେନ୍ଦ୍ରାପଡା ୩/୧-କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତେଜନା ଲାଗିରହିଛି। ବିଡିଓଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିଜେଡି କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ଭାଜପା ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହିତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ହଂସୁଆ ସେତୁ ଉପରେ ରାସ୍ତାରୋକ କରିଛନ୍ତି । ଫଳରେ ଶହ […]

Breaking News