ଜ୍ଞାନ ଚାରିକାନ୍ଥରେ ସୀମିତ ହେବା ଉଚିତ ନୁହେଁ , ବିଜ୍ଞାନ ପ୍ରତି ଜିଜ୍ଞାସା ଯେତିକି ରଖିବା ଜ୍ଞାନ କ୍ଷେତ୍ର ସେତେ ଆଗକୁ ଯିବ ,ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଆଲୋଚନାଚକ୍ର

blank
ପଟ୍ଟାମୁଣ୍ଡାଇ ୧୦/୧ – ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଜ୍ଞାନ ଅର୍ଥନୀତି ସସ୍ଥାୟୀ ବିକାଶ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଳେଷଣାତ୍ମକ ଏବଂ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗ ପ୍ରଫେସର ସୁଧାକର ପାତ୍ର ଯୋଗ ଦେଇ ଜ୍ଞାନ ଅର୍ଥନୀତିର ଦୃଢ଼ ଭିତିଭୂମି ପାଇଁ ସର୍ବପ୍ରଥମେ ବିଜ୍ଞାନ ଭିତିକ ମାର୍ଗ ଦର୍ଶନ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ତେବେ ଆଗାମୀ ପିଢ଼ିର ନାଗରିକଙ୍କ ପାଇଁ ବିଶେଷ କରି ଶିଶୁ, କିଶୋରୀକିଶୋର,ଯୁବତୀଯୁବକ,ପ୍ରୌଢ଼ା ପ୍ରୌଢ଼ଙ୍କ ପାଇଁ ପୃଥକ୍ ପୃଥକ୍ ଭାବରେ ବିଜ୍ଞାନ ସାହିତ୍ୟ ରଚନା କରି ସେମାନଙ୍କର ଜ୍ଞାନ ଆହରଣର ଦକ୍ଷତା ବିକାଶ କରାଯିବା ଆବଶ୍ୟକ। ବିଜ୍ଞାନ ସାହିତ୍ୟ ରଚନା ସମୟରେ ଆକର୍ଷଣୀୟ ଶିରୋନାମା ସହ ଅନ୍ଧବିଶ୍ୱାସ, କୁସଂସ୍କାର ଦୂରୀକରଣ ଉପରେ ଲେଖାଗୁଡ଼ିକ ଉଦାହରଣ ସହ ଲେଖାଯିବା ସର୍ବାଦୌ ବିଧେୟ। ଲେଖାଟି ତ୍ରୁଟିଶୂନ୍ୟ ତଥା ଚିତ୍ର ମାଧ୍ୟମରେ ରଚିତ ହେଲେ ସମସ୍ତେ ଗ୍ରହଣ କରିବେ ଏବଂ ଉଚିତ ମାର୍ଗରେ ନିଜ ନିଜ ଜ୍ଞାନର ପରିସୀମା ବୃଦ୍ଧି କରି ଅର୍ଥନୈତିକ ବିକାଶ ପଥରେ ବେଶ୍ ଆଗେଇ ପାରିବେ। ନିଜର ତଥା ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିପାରିବେ। ଏଥିପାଇଁ ଜ୍ଞାନ ଅର୍ଥନୀତିର ବିକାଶ ସାଧନ ଆମ ସଭିଙ୍କର ଏକାନ୍ତ କାମ୍ୟ ବୋଲି ସେ କହିଥିଲେ। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. ମନୋଜ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜ୍ଞାନ ଅର୍ଥନୀତି ସସ୍ଥାୟୀ ବିକାଶ ଉପରେ ଚିନ୍ତାମୂଳକ ବକ୍ତବ୍ୟ ରଖିଥିଲେ । ଆଲୋଚନାଚକ୍ରର ପ୍ରାରମ୍ବରେ କଲେଜ ଅଧ୍ୟକ୍ଷ ପ୍ରଫେସର ପାତ୍ର ପ୍ରଦୀପ ପ୍ରଜ୍ୱଳନ ପରେ ବନ୍ଦେ ଉତ୍କଳ ଜନନୀ ସଂଗିତ ପରିବେଷଣ କରାଯାଇଥିଲା । କଲେଜ ଗଣିତ ଅଧ୍ୟାପକ  ଅରବିନ୍ଦ ପାଣ୍ଡବ ଆଲୋଚନା ଚକ୍ରର ଗୁରୁତ୍ୱ ବାଖ୍ୟା କରି ଆମେ ବିଜ୍ଞାନ ପ୍ରତି ଜିଜ୍ଞାସା ଯେତିକି ରଖିବା ଜ୍ଞାନ କ୍ଷେତ୍ରରେ ସେତେ ଆଗକୁ ଯିବା । ଜ୍ଞାନ ଚାରିକାନ୍ଥରେ ସୀମିତ ହେବା ଉଚିତ ନୁହଁ । ଏହା ଲୋକଙ୍କ ପାଖରେ ପହଁଚିବା ଉଚିତ ବୋଲି କହିଥିଲେ । ଅଲୋଚନା ଚକ୍ର ସଂଯୋଜକ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଜ୍ଞାନ ଆଧାରୀତ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅର୍ଥତୀତି ବିଭାଗ ଅନ୍ୟତମ ଅଧ୍ୟାପକ ଶୁଭାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବଶରରେ ସେମିନାର ସ୍ମୁତିକା ଉନ୍ମୋଚନ କରାଯାଇଥିଲା ଓଳାଭର କଲେଜର ଅର୍ଥନୀତି ଅଧ୍ୟାପିକା ମହିମା ପ୍ରଧାନ ରିପୋଟିଅର ଭାବେ ଯୋଗ ଦେଇଥିବା ବେଳେ ପଟ୍ଟାମୁଣ୍ଡାଇ କଲେଜ ଇଂରାଜି ବିଭାଗ ଅଧ୍ୟାପିକା ଦେବଶସ୍ମିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପ୍ରାଯୁକ୍ତିକ ସୁତ୍ରରେ ଅଧ୍ୟକ୍ଷତା ଡ଼ ମନୋଜ କୁମାର ଦାସ କରିଥିବା ବେଳେ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଅନ୍ତିମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରମାଣପତ୍ର ବିତରଣ, ପ୍ରତିକ୍ରୀୟା ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପକ/ ଓ ଛାତ୍ରୀଛାତ୍ରମାନେଯୋଗ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ୨୫ତମ ବାର୍ଷିକ କ୍ରୀଡା ଉଦଘାଟିତ

Sat Jan 10 , 2026
ପଟ୍ଟାମୁଣ୍ଡାଇ ତା୧୦/୧-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀଧର ବେହେରା ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ କରି ବାର୍ଷୀକ କ୍ରୀଡା ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏମ ଏନ ହାଇସ୍କୁଲ କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ସହକାରୀ ଶିକ୍ଷକ ଶ୍ରୀକାନ୍ତ ମଲିକ, ମହିଳା କଲେଜ କ୍ରୀଡା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading