କେନ୍ଦ୍ରାପଡା ୨୮/୩ – ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ମାଧପୁରସ୍ଥିତ ଶିଶୁ ଥେରାପି କେନ୍ଦ୍ରରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସ ଏହି ଶିଶୁ ଥେରାପି କେନ୍ଦ୍ରରେ ବିବିଧ ଥେରାପି ଚିକିତ୍ସା ଗ୍ରହଣ କରୁଥିବା ସମୁଦାୟ ୨୮ ଜଣ ସ୍ୱତନ୍ତ୍ର ଶିଶୁ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧୀୟ ପରାମର୍ଶ ପ୍ରଦାନ କରିଛନ୍ତି। […]
ODISHA
କେନ୍ଦ୍ରାପଡ଼ା,୨୮ା୩:କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟା ସଙ୍ଗୀତ ଓ ହାସ୍ୟର ରଙ୍ଗରେ ରଙ୍ଗିନ ହୋଇଯାଇଥିଲା। ପ୍ରସିଦ୍ଧ ଗାୟକ ସତ୍ୟଜିତ ଜେନାଙ୍କ ସୁମଧୁର ସଙ୍ଗୀତ ପ୍ରଦର୍ଶନ ସହ କମେଡି ସର୍କସ ଟିମର ଦମଦାର ହାସ୍ୟ ଉପସ୍ଥାପନା ଦର୍ଶକମାନଙ୍କୁ ମତୁଆଲା କରିଥିଲା। ଏହି ସନ୍ଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ଡ଼. କଳ୍ପନା ମଲ୍ଲିକ ଯୋଗଦେଇଥିଲେ। ସେ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଜୋର ଦେଇ […]
କେନ୍ଦ୍ରାପଡ଼ା,୨୮ା୩:କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ କରାଯାଇ ୩୪ଟି ଚାଲାଣ କଟାଯାଇଥିବା ବେଳେ ମୋଟ ୫୪ହଜାର ଟଙ୍କା ଜୋରିମାନା କରାଯାଇଛି। କେନ୍ଦ୍ରାପଡା-ଇନ୍ଦୁପର ରାସ୍ତାର ବାରିମୂଳ, କଟକ-ଚାନ୍ଦବାଲି ରାସ୍ତାର ଅନୁଆପଡା ଓ ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥର ଅଳାବାଙ୍କ ଛକରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସେହି ରାସ୍ତାରେ ଯାଉଥିବା ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରେ ବିନା ହେଲମେଟ୍ରେ ବାଇକ ଚଳାଇ ଯାଉଥିବା ୨୬ଟି […]
ପଟ୍ଟାମୁଣ୍ଡାଇ ୨୭/୩ – ପଟ୍ଟାମୁଣ୍ଡାଇ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ […]
ପଟ୍ଟାମୁଣ୍ଡାଇ ୨୭/୩- ୨୦୨୬-୨୭ବର୍ଷ ପାଇଁ ଶନିବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର ଆସୋସିଏଶନ ସଭାପତି ପଦ ପାଇଁ ୩ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ, ଦୁଇଜଣଙ୍କୁ ପଛରେ ପକାଇ ପୁଣି ସୂର୍ଯ୍ୟ ରଞ୍ଜନ ରାଉଳ ବାଜିମାତ୍ କରିଛନ୍ତି। ସାଧାରଣ ସମ୍ପାଦକ ଭାବେ ରବିନ୍ଦ୍ର ଦାଶ ମଧ୍ୟ ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ଗୋପିନାଥ ତ୍ରିପାଠୀ ଏବଂ ସହ ସଂପାଦକ […]
କେନ୍ଦ୍ରାପଡ଼ା ୨୭/୩: କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ହେଉଥିବା ଶୁଭଦ୍ରା ଶକ୍ତି ମେଳା ଓ ପ୍ରାଣୀ ସମ୍ପଦ ମେଳାରେ ଦୃଢ଼ ସଂଗଠକ ଭାବେ ଜୋତିରଞ୍ଜନ ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଡେରାବିଶ ବ୍ଲକ ପ୍ରାଣୀ ବିଭାଗ ଅଧୀନରେ କାର୍ଯ୍ୟ କରିଥିବା ଜୋତି ରଞ୍ଜନ ପ୍ରାଣୀ ସମ୍ପଦ ମେଳାକୁ ସଫଳ ଦେବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଶ୍ରୀ ଜେନା ଏହି ମେଳା ଗୋ ସମ୍ପଦ ଚାଷ ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳରୁ […]
କେନ୍ଦ୍ରାପଡ଼ା, ତା ୨୭/୩: ଆଜି କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରେ ମନ୍ଦିର କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଶ୍ରୀରାମ ନବମୀ ମହା ଧୁମ ଧାମରେ ପାଳନ ହୋଇ ଯାଇଛି। ରାମ ମନ୍ଦିର ପରିସରରୁ ଏକ ବିରାଟ କଳସ ଶୋଭାଯାତ୍ର ବାହାରି ଗୁଲନଗର ପଞ୍ଚାୟତ ସୁଜାନଗର ଗ୍ରାମ ସ୍ଥିତ ଗୋବରୀନଦୀ ମହାବୀର ତୁଠ ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ଭକ୍ତମାନେ କଳସରେ ପାଣି ଆଣିବା ପରେ […]
କେନ୍ଦ୍ରାପଡ଼ା,୨୭ା୩:ତୁଳସୀ କ୍ଷେତ୍ରରେ ରାମ ନବମୀ ପାଳିତ ହୋଇଯାଇଛି। ଆଜିଠୁ ନବଦିନ ବ୍ୟାପୀ ବିଜେ ପ୍ରତିମା ରାମ ଟୁଙ୍ଗିକୀ ଯାତ୍ରା କରିବେ। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ରାମ ନବମୀ ନୀତି ପାଳନ ହୋଇ ଯାଇଛିି। ସକାଳ ଧୂପ ସମ୍ପନ୍ନ ପରେ ଶ୍ରୀଜୀଉଙ୍କୁ ରୌପ୍ୟ ସଜ୍ଜିତ ବେଶରେ ସଜ୍ଜିତ କରାଯାଇ ମଙ୍ଗଳାର୍ପଣ ଆଳତି ସମେତ ଭୋଗ ଲାଗି କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ମନ୍ଦିର ବେଢ଼ାରେ ବିରାଜମାନ […]
କେନ୍ଦ୍ରାପଡ଼ା,୨୭ା୩:କେନ୍ଦ୍ରାପଡା-ବସପୁର ରାସ୍ତାର କନ୍ତିଆ ଛକରେ ଶୁକ୍ରବାର ପ୍ରାତଃ ପ୍ରାୟ ୫ଟା ବେଳେ ଏକ ଦ୍ରୁତଗାମୀ ବାଇକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଅଭିଯୋଗ ଅନୁଯାୟୀ କୁଦାନଗରୀ ଥାନା ଅନ୍ତର୍ଗତ ମାହାରାକୂଳ ଗ୍ରାମର ଭାଗବତ ଦାସ ଓ ତାଙ୍କ ପତ୍ନୀ ସୁକାନ୍ତି ଦାସ(୫୭) ଦିଆନପାଟଣା (ଆଇତିପୁର)ରୁ ଯାତ୍ରା ଦେଖି ଚାଲି ଚାଲି ଘରକୁ ଫେରୁଥିବା ବେଳେ ଶୁକ୍ରବାର ସକାଳେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ(ୟାମାହା ଏଫଜେଡ […]
କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯିବା ପରେ ବୁଧବାର ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଗୁରୁବାର ମହାଷ୍ଟମୀ […]

