ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କେନ୍ଦ୍ରାପଡ଼ା, ୬/୪ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୯୮ ଟି ଅଭିଯୋଗ ପଞ୍ଜିକୃତ […]
ODISHA
ପଟ୍ଟାମୁଣ୍ଡାଇରେ ଓଡ଼ିଆ ପକ୍ଷ ପାଳନ ଓ ସ୍ୱଛତା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୬/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ତରଫରୁ ସୋମବାର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ସ୍ୱଚ୍ଛତା ହିଁ ପରିଚୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ସଂଜୋଜନାରେ […]
ପଟ୍ଟାମୁଣ୍ଡାଇ ତା ୫/୪-ଆଜୀବନ ଶିକ୍ଷା ଓ ସଂସ୍କାର ସହ ଜୀବନ ଅତିବାହିତ କରି ଆସିଥିଲେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ସନାତନ ବେହୁରା। ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ସେ କେବଳ ଶିକ୍ଷକତା କରି ତାଙ୍କ ବୃତିଗତ ସମୟ ଶେଷ କରିନଥିଲେ ବରଂ ଆଜୀବନ ସେ ଥିଲେ ଏକ ଚଳନ୍ତି ପାଠଶାଳା । ଭୂଗୋଳ, ଇତିହାସ, ଗଣିତଠୁ ଇଂରାଜୀ ଯାଏ ତାଙ୍କର […]
କେନ୍ଦ୍ରାପଡ଼ା,୩ା୪:କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ସରୋଜ କୁମାର ବେହେରା, […]
କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ ପାଳନ କେନ୍ଦ୍ରାପଡ଼ା,୩ା୪:ଦେଶର ନୂଆ ଶ୍ରମ କୋଡ୍ର କାର୍ଯ୍ୟକାରିତାକୁ ଦୃଢ ପ୍ରତିବାଦ କରିଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ। ଏହି କଳା ଆଇନକୁ ବିରୋଧକରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ କରାଯାଇଛି। ଏହି ବିକ୍ଷୋଭରେ ଆଇ ଏନ ଟି ୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, […]
କେନ୍ଦ୍ରାପଡ଼ା,୪ା୪:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କୁଲ ପ୍ରବେଶ ଓ ଖଡିଛୁଆଁ ଦିବସ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି ଓ ଜିଲ୍ଲାପାଳ ରଘୁରାମ ଆର. ଆୟର ସମ୍ମାନିତ ଅତିଥି […]
କେନ୍ଦ୍ରାପଡ଼ା,୪ା୪:ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ବାବୁମାନେ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି। ବିଜେଡିର ଜନ ପ୍ରତିନିଧି ଓ ତୁଙ୍ଗ ନେତାମାନଙ୍କ ବିରୋଧରେ ମିଛ ମାମଲା ରୁଜୁକରି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ବିଜେପି ନେତାଙ୍କ କଥାରେ ପୋଲିସ ବାବୁମାନେ ପରିଚାଳିତ ହେଉଛନ୍ତି। ନିକଟରେ ମହାକାଳପଡା ବ୍ଲକ ର ରାଜଗଡ ପଞ୍ଚାୟତର ସରପଞ୍ଚଙ୍କୁ ଦୁର୍ନୀତି କରିବା ପାଇଁ କେତେକ ବିଜେପି ନେତା ବାଧ୍ୟ […]
ପଟ୍ଟାମୁଣ୍ଡାଇ ୪/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। ଶନିବାର ପୂର୍ବାହ୍ନରେ ବକ୍ତାରପୁର ଛକ ବିଦ୍ୟାଳୟର ନିକଟରେ ଏକ ହୋର୍ଡିଂ ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା । ଏଥିରେ ଜଣେ ଅଟୋବାଲ ଅଳ୍ପକେ ବର୍ତି ଯାଇଥିଲେ । କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡିଚଲାଚଳ ବାଧାପ୍ରାପ୍ତ ହୋଇଥିଲା । ପବନ ହେଲେ ସହରର ବିଭିନ୍ନ ସ୍ଥାନରେ […]
ପଟ୍ଟାମୁଣ୍ଡାଇ ୪/୪ -ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲାର ମୁଖ୍ୟ ଚିକିତ୍ସାଳୟ । ନିର୍ମାଣ ହେବାର ମାତ୍ର ୪ ବର୍ଷରେ ହସ୍ପିଟାଲ ଛାତରୁ ସିଲିଂ ଖସୁଛି, କାନ୍ଥରୁ ପ୍ଲାଷ୍ଟର ଝଡ଼ୁଛି । ଯାହା ଶହଶହ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଲାଗି ବ୍ୟୟ ହୋଇଥିବା ୧୧୦ କୋଟି ପାଣିରେ ପଡବାକୁ ବସିଲାଣି । ଯାହାକୁ ନେଇ ଜନଶକ୍ତିପାର୍ଟି ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ ଦାଶ […]
ବେଲତଳ ପ୍ରକଳ୍ପ ୟୁପି ବିଦ୍ୟାଳୟଠାରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳନ ଅବଶରରେ ଅତିଥି ଭାବେ କାଉନସିଲର ଗୋପିବହ୍ଲଭ ନାୟକ, ଆଇନଜୀବୀ ଗୋପିନାଥ ତ୍ରିପାଠୀ ଓ ପୂର୍ବତନ ପ୍ରଧାନ […]

