କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର […]

ପଟ୍ଟାମୁଣ୍ଡାଇ ତା ୨୭/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା ଠାରେ ବାସନ୍ତୀ ଦୂର୍ଗା ପୂଜା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି । ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଯୋଗ ଦେଇ ମା ଙ୍କ ପୂଜାର ସମସ୍ତ ରୀତି ନୀତି ସମ୍ପନ୍ନ କରିଛନ୍ତି । ୪ଦିନ ବ୍ୟାପି ଆୟୋଜିତ ଏହି ପୂଜା ଉତ୍ସବରେ ପ୍ରତ୍ୟେକ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ଭିକ୍ଷା […]

କେନ୍ଦ୍ରାପଡ଼ା,୨୬/୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଆମ ପାଠାଗାରାର ନବନୀତ ଗୃହ ଉଦଘାଟନ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳଙ୍କ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ବି.ଡି.ଓ ଶୀତଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ୍ଡାଖିଆ ଛକଠାରେ ଫିତାକାଟି ଉଦଘାଟନ କରି କହିଥିଲେ ଯେ ଏହି ପାଠାଗାର ବରିଷ୍ଠ ନାଗରିକମାନେ ଏହି ପାଠାଗାରରେ ବହି ପଢି ସେମାନଙ୍କର ସମୟ ଅତିବାହିତ କରିବା ସହିତ […]

କେନ୍ଦ୍ରାପଡ଼ା,୨୬ା୩:ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଆଇନ ଅନୁପାଳନ ସମ୍ପର୍କିତ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି କୋଟପା-୨୦୦୩ (ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ) କାର୍ଯ୍ୟକାରୀ ଅନୁପାଳନକୁ ସୁଦୃଢ଼ କରିବା ସହିତ ସାର୍ବଜନିକ ସ୍ଥାନରେ ତମାଖୁ ବ୍ୟବହାରକୁ ନିୟନ୍ତ୍ରଣ କରିବା। ପୋଲିସ ବିଭାଗ, ସ୍ୱାସ୍ଥ୍ୟ […]

କେନ୍ଦ୍ରାପଡ଼ା,୨୬ା୩:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ସଙ୍ଗୀତ ଓ ହାସ୍ୟରସ ରଙ୍ଗିନ ଆସରରେ ମୁଗ୍ଧମୟ ହୋଇଯାଇଥିଲା। ବିପୁଳ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ସାରା ପରିବେଶ ଉତ୍ସବମୂଖର ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ […]

କେନ୍ଦ୍ରାପଡ଼ା,୨୬ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯିବା ପରେ ବୁଧବାର ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଗୁରୁବାର ମହାଷ୍ଟମୀ […]

କେନ୍ଦ୍ରାପଡ଼ା,୨୬ା୩:ପାନୀୟଜଳ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ବ୍ଲକରେ ଗୁରୁବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡା ବ୍ଲକରେ ସାମାଜିକ ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଡ଼ିଓ ଅଭିଷେକ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ମହିଳାମାନେ ପାନୀୟ ଜଳ ସମସ୍ୟା ନେଇ ଘେରାଉ କରି ପ୍ରତିବାଦ କରିଥିଲେ। ବ୍ଲକ୍‌ର ଉନ୍ନତିମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଗ୍ରାମାଞ୍ଚଳର ମୁଖ୍ୟ ସମସ୍ୟା ପ୍ରତି ପ୍ରଶାସନର ଆଗ୍ରହ ନଥିବା ସେମାନେ ଅଭିଯୋଗ […]

ପଟ୍ଟାମୁଣ୍ଡାଇ ତା ୨୬/୩- ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ଏମ ଏନ ଆର ଇ ଜି ଏସ ଓ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଆୟୋଜିତ ଜନ ଶୁଣାଣୀ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ଉପାଧ୍ୟାକ୍ଷା ଜୟନ୍ତୀ […]

ପଟ୍ଟାମୁଣ୍ଡାଇ ତା ୨୬/୩-ନୂଆଦିଲ୍ଲୀ ସର୍ବଭାରତୀୟ ପେନସନର୍ସ ଆସୋସିଏସନ ଆହ୍ୱାନରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣ ନୀତି ବିରୋଧରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଚାଲିଛି ।  ଏହି କ୍ରମରେ ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ବିରୋଧୀ ଆଇନ ଭାଲିଡେସନ ଆକ୍ଟ ୨୦୨୫ କଳା ଆଇନ ପ୍ରତ୍ୟାହାର ଓ ପେନସନ ରୁଲ ଅପରିବର୍ତ୍ତିତ ରଖିବା ଦାବୀ ନେଇ ଅବସରପ୍ରାପ୍ତ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି […]

ପଟ୍ଟାମୁଣ୍ଡାଇ ୨୬/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଧିନ ଗୁଣୁପୁର କଳିଙ୍ଗାଘାଟ ନଦୀ ପଠାରୁ ମଣିଷ ଖପୁରୀ ଓ ହାଡ଼ ମିଳିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ଗ୍ରାମଂଚଳ ଥାନା ପୋଲିସ କଙ୍କାଳ ଜବତ କରି ଏକ ହତ୍ୟା ମାମଲା ୧୭୪/୨୦୨୬ ରୁଜୁ କରି ଖପୁରୀ ହାଡ କଟକ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜିକୁ ପଠାଯାଇଛି ବେଲି ଆଇଆଇସି ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି । ସ୍ଥାନୀୟ […]

Breaking News