କେନ୍ଦ୍ରାପଡ଼ା,୧୪ା୪:ଡକ୍ଟର ଆମ୍ବେଦକର ବିଚାରମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଟାଉନହାଇସ୍କୁଲ ସନ୍ନିକଟରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ପ୍ରଫେସର ପରିଡା ସମ୍ବିଧାନର ଭାବ ଓ ଭାଷାର ଯଥାର୍ଥ ଅନୁପାଳନ […]
ODISHA
ଅଜି ୧୪ ଅପ୍ରେଲ ୨୦୨୬ (ମଙ୍ଗଳବାର)ରେ ପାଳନ କରାଯାଉଛି ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି । ଏହି ଅବସରରେ ଓଡିଶାର ଘରେ ଘରେ ପଣାର ଆସର ଜମିବା ସହିତ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆ ବର୍ଷ ପ୍ରାରମ୍ଭ ହୋଇଥିବାରୁ ନୂତନ ପାଞ୍ଜିର ପ୍ରଚଳିତ ହୋଇଛି। ଏହି ବର୍ଷ ମୀନ ରାଶିରେ ଶନି, ଶୁକ୍ର, ରବି ଓ ଚନ୍ଦ୍ରଙ୍କ ଚତୁଗ୍ରହ ଯୋଗ ଯୋଗୁଁ କିଛି […]
ଖଡିଅଂଟା ହାଇସ୍କୁଲରେ ଗୁରୁ ପୂଜନ ଓ ବନ୍ଧୁମିଳନ ପଟାମୁଣ୍ଡାଇ ୧୨/୪-ମିଳି ଯାଇ ପାରେ ରାଜ୍ୟ ସିଂହାସନ ଆଉ ଫେରି ପାଇବନି ଛାତ୍ର ଜୀବନ। ଏଭଳି ଉକ୍ତି ଦେଇ ଖଡିଅଂଟା ହାଇସ୍କୁଲର୧୯ ବର୍ଷ ପୂର୍ବର ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରମାନେ ନିଜ ବିଦ୍ୟାଳୟରେ ଏକାଠି ହୋଇ ଗୁରୁପୂଜନ ଉତ୍ସବ ପାଳନ ଅବସରରେ ପ୍ରକାଶ କରିଛନ୍ତି । ଏହି ଛାତ୍ରୀଛାତ୍ର ମାନେ ବିଦ୍ୟାଳୟରେ ପାଦ ଦେଉ ଦେଉ ଆଖିର ଅମାନିଆ ଲୁହକୁ ଆଉ ଅଟକାଇ […]
କେନ୍ଦ୍ରାପଡା ତା.୧୨/୪ :କେନ୍ଦ୍ରାପଡା ଜିଲ୍ଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୧୬ବର୍ଷ ଓ ୧୯ବର୍ଷରୁ କମ ବାଳକ ଓ ସେହିପରି ବାଳିକାମାନଙ୍କର ପ୍ରସ୍ତୁତି ମ୍ୟାଚ ହେଉଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଆସି ସେଠାରେ ପିଲାମାନଙ୍କୁ ଉତ୍ସହିତ କରିଥିଲେ । ଅତିଥିମାନେ ପିଲାମାନଙ୍କ ସହିତ ପରିଚିତ ହୋଇ ଖେଳିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲା ଡିଏସଓ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତି, […]
କେନ୍ଦ୍ରାପଡା ୧୨/୪: କେନ୍ଦ୍ରାପଡା ସାଇକେଲ କ୍ଲବର ବାର୍ଷିକ ବନ୍ଧୁମିଳନ ସ୍ଥାନୀୟ ଇଚ୍ଛାପୁର ସ୍ଥିତ ଶ୍ୟାମାକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ସମାଜ ଗଠନରେ ସୁସ୍ଥ ଯୁବଗୋଷ୍ଠୀଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବିରେନ୍ଦ୍ର ଦାଶ ଯୁବକମାନେ ନିଶା ଠାରୁ ଦୁରେଇ ରହିବା ସହିତ ସବୁଦିନ ସକାଳେ ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ […]
କେନ୍ଦ୍ରାପଡ଼ା,୧୨ା୪:ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ଦଶମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏକ ସାର୍ବଜନୀନ ସେବାମୂଳକ “ଜଳଛତ୍ର” କାର୍ଯ୍ୟକ୍ରମ ଗରିମାମୟ ଓ ସୁସଂଗଠିତ ଭାବେ ଆୟୋଜିତ ହୋଇଯାଇଛି। ଏହି ଗରିମାମୟ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳଛତ୍ରର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ […]
କେନ୍ଦ୍ରାପଡ଼ା,୧୨/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ପଞ୍ଚାୟତ ବରିଷ୍ଠ ନାଗରିକ ମାନଙ୍କର ତୃତୀୟ ପର୍ଯ୍ୟାୟ ବୈଠକ ଆରିପଦାସ୍ଥିତ ସାହାରା ସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ଦାସ ସଭାପତିତ୍ୱ କରିଥିଲେ । ଉକ୍ତ ଅଧିବେଶନରେ ୨୬ଜଣ ସଦସ୍ୟ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଏହି ସଭାରେ ସଂଯୋଜକ ଭାବେ ଯୋଗଦାନ କରି ସଭାର ଲକ୍ଷ୍ୟ ଓ […]
କେନ୍ଦ୍ରାପଡ଼ା,୧୦ା୪:ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆସନ୍ତା୨୧ ତାରିଖରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଖେଳ ପଡିଆରେ ସାମୁହିକ ଗଣ ବିବାହ ଆୟୋଜିତ ହେବ। ଏହି ଗଣ ବିବାହରେ ମୋଟ ୬୦ଟି ଦମ୍ପତି ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବା ପାଇଁ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ […]
ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କେନ୍ଦ୍ରାପଡ଼ା,୧୧ା୪:ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ ବାଲିଗଦା କରାଯାଇଛି। ଅଭିଯୋଗ ଅନୁଯାୟି ତିନିମୁହାଣୀ- ନୂଆବସଷ୍ଟାଣ୍ଡ ମୁଖ୍ୟ ରାସ୍ତାର କଜଳାସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଓ ଅର୍ବାନବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ଉପରେ ପ୍ରାୟ ତିନି ଟ୍ରକ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସେହି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯିବାରୁ ସେହି ରାସ୍ତା ଦେଇ ଗାଡିମଟର ଓ ପଥଚାରୀମାନେ […]
କେନ୍ଦ୍ରାପଡ଼ା,୧୧ା୪:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କୁ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଫଳରେ […]

