କେନ୍ଦ୍ରାପଡ଼ା,୨୩ା୩:ମେରା ଯୁବ ଭାରତ(ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ), କେନ୍ଦ୍ରାପଡା ଓ ବଗଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୋମବାର ସକାଳେ ବଗଡା ହାଇସ୍କୁଲ ପଡିଆରେ ‘ଶହୀଦ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା ୟୁଥ ଅଫିସର ଗୋଲି ତିରୁପତି ରେଡ୍ଡୀ, ସଂଯୋଜକ ଲକ୍ଷ୍ମୀକାନ୍ତ ଜେନା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ,ଶିକ୍ଷାବୀତ ରବିନ୍ଦ୍ର ପ୍ରସାଦ ଜେନା, […]

କେନ୍ଦ୍ରାପଡ଼ା,୨୩ା୩:କେନ୍ଦ୍ରାପଡା ମାଟିର ପୁଅ ଶିକ୍ଷାବୀତ ତଥା ଗବେଷକ ନିରଞ୍ଜନ ମେକାପ କେନ୍ଦ୍ରାପଡା ଗୈାରବ ସମ୍ମାନ-୨୦୨୬ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୮ତାରିଖ ସନ୍ଧ୍ୟାରେ ବସପୁର ଠାରେ ଆୟୋଜିତ ପ୍ରତିଭା ମହୋତ୍ସବ -୨୦୨୬ ଅବସରରେ ଗବେଷକ ଶ୍ରୀ ମେକାପଙ୍କୁ ଜିଲ୍ଲାର ସର୍ବୋଚ୍ଚ ସମ୍ମାନ ‘କେନ୍ଦ୍ରାପଡା ଗୈାରବ ସମ୍ମାନ’ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସାହିତ୍ୟ ଓ ସଂସ୍କୃତି ଗବେଷଣା କ୍ଷେତ୍ରରେ […]

କେନ୍ଦ୍ରାପଡ଼ା,୨୩ା୩:ପ୍ରାଥମିକ ସଡକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ବସ ଓ ଟ୍ରକ ମାଲିକ ସଙ୍ଘ ସହଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବସ, ଟ୍ରକ ସମେତ ବିଭିନ୍ନ ଯାନର ଚାଳକମାନଙ୍କ ଚକ୍ଷୁ ବିନା ମୂଲ୍ୟରେ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶୟକ ପରାମର୍ଶ ସହିତ ଔଷଧ […]

ତାଲୁକ୍ ଆଇନସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୨୨/୩– ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଦ୍ୱାରା ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ସଚେତନତା ଓ ଆଇନଗତ ପଦକ୍ଷେପ ନିଆଯାଉଛି। ଏହି ସମିତି ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଅଧିକାର ଉପରେ ଆଇନ ସଚେତନତା ଶିବିର ଆୟୋଜନ କରିଆସୁଛନ୍ତି ।ବାଲ୍ୟ ବିବାହର କୁପରିଣାମ ବିଷୟରେ ଗ୍ରାମାଂଚଳରେ ଲୋକଙ୍କୁ ସଚେତନ କରିଛନ୍ତି । ରବିବାର ବିଶ୍ୱ ଜଳ […]

ଗାଳ୍ପିକା ମାନସୀ ଦାସ ପାଇଲେ ପ୍ରଥମ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ସମ୍ମାନ କେନ୍ଦ୍ରାପଡ଼ା,୨୨ା୩:କାଳେ କାଳେ ନିର୍ମଳ ନିର୍ଜନତା ଭିତରେ ସାହିତ୍ୟ ନିଜ ଉପଯୋଗୀ ପଥ ବାଛି ନେଇଛି। ଯାହାକି ଏକ ବୌଦ୍ଧିକ ଆବେଗକୁ ସମୃଦ୍ଧ କରିଆସିଛି। ତେଣୁ କୁହାଯାଇ ପାରେ ସାହିତ୍ୟ ବା ଲେଖାଲେଖି ସମ୍ପୂର୍ଣ୍ଣ ଭାବେ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା। ଏଥିରେ ଲେଖକର ଭୂମିକା ଗୌଣ ବୋଲି କେନ୍ଦ୍ରାପଡା ସାହିତ୍ୟ ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ […]

ପଞ୍ଚାୟତ ନିର୍ବାଚନ, ଶିଳ୍ପ ପ୍ରତିଷ୍ଠା, ମହାକାଳପଡା କନ୍ଧା ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ସି.ପି.ଆଇ.ର ଆନ୍ଦୋଳନ ଡାକରା କେନ୍ଦ୍ରାପଡ଼ା,୨୨ା୩:ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସି.ପି.ଆଇ. ସହସମ୍ପାଦକ ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ପାର୍ଟିର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ସାଥି ସୋମନାଥ ପାତ୍ର, କଟକ ବଡ ଡାକ୍ତରଖାନାରେ ପ୍ରାଣହରାଇଥିବା ୧୪ଜଣ […]

କେନ୍ଦ୍ରାପଡ଼ା ୨୨/୩ -ବଡଭାଇଙ୍କ ମୃତ୍ୟୁର ମାତ୍ର କେତେ ଘଣ୍ଟା ପରେ ସାନଭାଇଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ଶୋକାଭିଭୁତ କରିଦେଇଛି। ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ବ୍ଲକ ତଥା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚଉଦକୁଲାଟ ଗ୍ରାମରେ ଘଟିଛି  ।  ଚଉଦକୁଲାଟ ଗ୍ରାମର ଅବସରପ୍ରାପ୍ତ ବନ ଅଧିକାରୀ ରମେଶ ମହାନ୍ତି(୭୯) ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ଗତ ଶୁକ୍ରବାର ଭୁବନେଶ୍ୱର ବାସଭଭନରେ ତାଙ୍କର ପରଲୋକ ହୋଇଥିଲା । ସେ […]

କେନ୍ଦ୍ରାପଡ଼ା,୨୨ା୩:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଅନୁଷ୍ଠାନ ଦ୍ୱାରା ଗତ ୧୯ତାରିଖ ଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ ଆରମ୍ଭବ ହୋଇଛି। ଆଜି ଏହି କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିରେ […]

କେନ୍ଦ୍ରାପଡ଼ା,୨୧ା୩:୫୩ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ର ଗାଡି ଗୁଡିକର ଆବଶ୍ୟକ କାଗଜପତ୍ର ନଥାଇ ଜାତୀୟ ରାଜପଥରେ ଚାଲୁଥିବା ଦେଖାଯାଇଛି। ଏନେଇ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ରାଜପଥରେ ଗାଡି ଯାଞ୍ଚ ସମୟରେ ଏଭଳି ଘଟଣା ଲୋକଲୋଚକୁ ଆସିଛି। ଶନିବାର ପୂର୍ବାହ୍ନରେ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ କେନାଲବ୍ରିଜ ଉପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକ ଯାଞ୍ଚ ଚାଲିଥିବା ବେଳେ ଏହି ଠିକାସଂସ୍ଥାର ବୋଲେରୋ […]

କେନ୍ଦ୍ରାପଡ଼ା,୨୧ା୩:ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତ୍ୟୁ ସମୀକ୍ଷା ସହିତ ଅମ୍ଲାନ, ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଏଚ୍‌ପିଭି ଟୀକାକରଣ ମାଧ୍ୟମରେ ଜରାୟୁ […]

Breaking News