କେନ୍ଦ୍ରାପଡ଼ା,୨୭ା୯:ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରିବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ମହମ୍ମଦଙ୍କ ବାଣୀକୁ ନିଜ ଗୋଡ଼ ପାଖରେ ଲେଖା ଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ସମଗ୍ର ଦେଶରେ ଏବେ ଆଇ ଲଭ ମହମ୍ମଦ ଟ୍ରେଣ୍ଡ […]
HOME
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପାଞ୍ଚ ଦିନ ଧରି ଚାଲିଥିବା ଆହୋରାତ୍ର ଗଣଧାରଣା ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଆଜି ପ୍ରତ୍ୟାହୃତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦାବିପତ୍ର ଗ୍ରହଣ କରି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ […]
କେନ୍ଦ୍ରାପଡ଼ା,୨୬ା୯:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ଆଳି, କେନ୍ଦ୍ରାପଡ଼ା ସଦର, ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ନିକିରାଇ, ଡେରାବିଶ ଓ କୁଦାନଗରୀ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପାଣିସାଉରିଆ ଗ୍ରାମର ସରୋଜିନୀ ମଳିକ(୩୨)ଙ୍କ ଠାରୁ ୧୪ ଲିଟର ବିଦେଶୀ ମଦ, ମାଟିଆ ଗ୍ରାମର ସଞ୍ଜୁଲତା ମଳିକ(୩୫)ଙ୍କ ଠାରୁ ୧୧ ଲିଟର ଦେଶୀ ମଦ, ଅଢ଼ାଜୋରି ଗ୍ରାମର ସଦାନନ୍ଦ ମଳିକ(୪୫)ଙ୍କ ଠାରୁ ୧୯ ଲିଟର ବିଦେଶୀ […]
କେନ୍ଦ୍ରାପଡ଼ା,୨୬ା୯:ଓଡ଼ିଶାର ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ପକ୍ଷରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ୱାଇଁ (ନଙ୍ଗୁଳି ବାବା)ଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଆହ୍ୱାନ କରଯାଇଥିଲା। ଏହି ସଭାରେ ଓଡିଶାର କୋଣ ଅନୁକୋଣରୁ ଭକ୍ତମାନେ ଯୋଗ ଦେଇଥିଲେ। ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା କମିଟି ଚୟନ କରାଗଲା ତତ୍ ପରେ ଏକ ୯ […]
କେନ୍ଦ୍ରାପଡ଼ା,୨୬ା୯:କେନ୍ଦ୍ରାପଡା ପୈାରପରିଷଦ ଅଧିନ ୧୨ନମ୍ବର ୱାର୍ଡରେ ରାତିଅଧିଆ ଅତ୍ୟନ୍ତ ତରବରିଆ ଭାବେ ଏକ କମ୍ୟୁନିଟି ସେଣ୍ଟର(ଗୋଷ୍ଠିକେନ୍ଦ୍ର)କୁ କାହାକୁ ନଜଣାଇ ପୈାରାଧ୍ୟକ୍ଷାଙ୍କ ସ୍ୱାମୀ ହାତଗଣତି କେତେ ଜଣ ସମର୍ଥକଙ୍କୁ ଧରି ଉଦଘାଟନ କରିଥିବା ଅଭିଯୋଗ ହୋଇଛି। ଏନେଇ ସେହି ୱାର୍ଡର କାଉନସିଲର ରିହାନା ଖାତୁନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପୈାରାଧ୍ୟକ୍ଷାଙ୍କ ସ୍ୱାମୀ କେତେକ […]
ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଓ ବିଶେଷଜ୍ଞ ସମ୍ମିଳନୀ ପଟ୍ଟାମୁଣ୍ଡାଇ ତା ୨୬/୯ କଳ୍ପତରୁ ନାୟକ– ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ମହିଳା ମାନେ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ । ତେବେ ମହିଳାମାନଙ୍କ […]
କେନ୍ଦ୍ରାପଡ଼ା,୨୫ା୯: ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ଏବେ ଜିଲ୍ଲାବାସୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ଗତକାଲି ବିଧାନସଭାରେ ଏ ସମ୍ପର୍କରେ ଉତ୍ଥାପିତ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଦିଆନଯାଇ ଅଧିବେଶନକୁ ସ୍ଥଗିତ ରଖାଯାଇଥିବାରୁ ଆଜି ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ତିନିଦିନ ପୂର୍ବରୁ ବିଧାନସଭାରେ ଏ ସମ୍ପର୍କିତ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଉଚ୍ଚ ସ୍ତରୀୟ କମିଟି […]
କେନ୍ଦ୍ରାପଡ଼ା,୨୫ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଜନ ସ୍ତରର ଅବକ୍ଷୟ, ତତ୍ଜନିତ ପ୍ରଭାବ ଓ ନିରାକରଣ ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଗୈାତ୍ତମ ଚରଣ ଦାସ, ଆଇ.କ୍ୟୁ.ଏ.ସି. […]
ପଟ୍ଟାମୁଣ୍ଡାଇ ୨୫/୯- ଗଣ ପର୍ବ ଦଶହରା ପୂର୍ବରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବିପୁଳ ପରିମାଣ ବାଣ ଜବତ କରିଛି। ଅବାଧରେ ବେଆଇନ ବାଣ ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଆଗକୁ ଦଶହରା, ଦୀପାବଳୀ ଲାଗି ବିପୁଳ ପରିମାଣର ବାଣ ବ୍ୟବସାୟ ଲାଗି ଆସିଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିନେଇ […]
ପଟ୍ଟାମୁଣ୍ଡାଇ ତା ୨୪/୯-କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଧୋୟାଞ୍ଚଳରେ ନୂତନ ବ୍ରାହ୍ମଣୀ ବ୍ଲକ ଗଠନ ପାଇଁ ବ୍ରାହ୍ମଣୀ ବ୍ଲକ ଗଣ ସଂଗ୍ରାମ ସମିତି ପକ୍ଷରୁ ଆବାହକ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଡ଼ ଚକ୍ରଧର ଦାଶ, ଅଶୋକ ମଲ୍ଲିକ, ଦିଲ୍ଲୀପ ବିଶ୍ୱାଳ, ଧନେଶ୍ୱର ପ୍ରଧାନ, ରଜତ ବାରିକ, ପ୍ରସନ୍ନ ପାଢ଼ୀ, ଆଦିକନ୍ଦ ଦାସ, ଅରୋଶିଷ ରାଉତ, ସତ୍ୟ ସୁନ୍ଦର ରାୟ ପ୍ରମୁଖ ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ଭୁବନେଶ୍ୱର ସ୍ଥିତ […]

