ପଟ୍ଟାମୁଣ୍ଡାଇ ୧/୮ – ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶିତ ଏବଂ ରାଜ୍ୟପାଳଙ୍କ ଅନୁମୋଦନ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ସୁଯୋଗ୍ୟ ସନ୍ତାନ ତଥା ମୁଖ୍ୟ ଯନ୍ତ୍ରୀ ଅବିନାଶ ରାଉଳଙ୍କୁ ‘ଇଞ୍ଜିନିୟର-ଇନ୍‌-ଚିଫ୍‌-କମ୍‌-ସ୍ପେଶାଲ୍ ସେକ୍ରେଟାରୀ ପଦବୀକୁ ପଦୋନ୍ନତି ପ୍ରଦାନ କରାଯାଇଛି। ରାଜ୍ୟ ଶାସନତନ୍ତ୍ର ଓ କାରିଗରୀ କ୍ଷେତ୍ରର ଏହି ଶୀର୍ଷ ପଦବୀରେ ଜଣେ ସ୍ଥାନୀୟ ବ୍ୟକ୍ତିବିଶେଷ ଅଧିଷ୍ଠିତ ହେବା ପଟ୍ଟାମୁଣ୍ଡାଇ ସମେତ ସମଗ୍ର ଜିଲ୍ଲା […]

  ୧୫ଟି ଜିଲ୍ଲାର ୭.୯୧ଲକ୍ଷ ଲୋକ ପ୍ରଭାବିତ ମାଟି ଶୁଖିଲା ଯାଏଁ ଲୋକଙ୍କୁ ମିଳିବ ରିଲିଫ୍ ଆଜି ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୩୧ା୭- ରାଜ୍ୟର ବିଶେଷତଃ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣବର୍ଷାଜନିତ ବନ୍ୟା ସୃଷ୍ଟି ହୋଇଛି। ୧୫ଟି ଜିଲ୍ଲାର ୭ଲକ୍ଷ ୯୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସମସ୍ତ ପ୍ରଭାବିତ ଲୋକଙ୍କୁ ମାଟି ଶୁଖିଲା ଯାଏଁ ରିଲିଫ୍ ଦିଆଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି […]

ଅଳଭାଠାରେ ବିପଦସଙ୍କେତ ଉପରେ ଜଳସ୍ତର ଚବାହ୍ୟଜଗତରୁ ବିଚ୍ଛିନ ଅନେକ ଗାଁ ଚହନ୍ତସନ୍ତ ଗୃହପାଳିତ ପ୍ରାଣୀ, ଚମଜୁରିଆ ଲୋକଙ୍କ ଜୀବିକା ପ୍ରଭାବିତ ରିଲିଫ୍ ଅଭାବରୁ ଅସନ୍ତୋଷ   ପଟ୍ଟାମୁଣ୍ଡାଇ ୩୧/୭ -ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଉପରମୁଣ୍ଡ ରେଙ୍ଗାଲି ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଧୋୟାଂଚଳରେ ସଙ୍ଗୀନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ […]

କେନ୍ଦ୍ରାପଡ଼ା,୩୧ା୭:ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାର ୮ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଏବଂ ମହାକାଳପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ […]

ଭୋଟର ତାଲିକାରୁ ନାମ କାଟିବାକୁ ଷଢଯନ୍ତ୍ର କେନ୍ଦ୍ରାପଡା ୩୧/୭ : ନିର୍ବାଚନମନସ୍କ ଭାରତୀୟ ଜନତା ପାର୍ଟି ଭାରତର ସାର୍ବଭୌମତା ଅପେକ୍ଷା କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ଅଧିକ ଗୁରୁତ୍ୱ ଦେଇଆସୁଛି, ରାଷ୍ଟ୍ର ଏବଂ ସମ୍ବିଧାନ ର ମୂଳ ଆଧାର ହେଉଛନ୍ତି ଭାରତର ନାଗରିକ, କିନ୍ତୁ ବିଜେପି ଭାରତୀୟ ନାଗରିକ ମାନଙ୍କ ସ୍ୱାର୍ଥ ଅପେକ୍ଷା ନିଜେ କିପରି ଦୀର୍ଘଦିନ କ୍ଷମତାରେ ରହିବେ ତା ପାଇଁ ସବୁ ପ୍ରକାରର ଅନ୍ୟାୟ ଏବଂ […]

କୁମ୍ଭୀର ଆତଙ୍କରେ ଥରହର ଧୋୟାଞ୍ଚଳ! ଡ଼ଙ୍ଗା, ଗୋଖାଦ୍ୟ, କିରୋସିନ, ବ୍ଲିଚିଙ୍ଗ ଦାବୀ ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି […]

କେନ୍ଦ୍ରାପଡ଼ା,୩୦ା୭:କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ବାୟୋମେଟ୍ରିକ ଉପସ୍ଥାନ ପକାଉନାହାନ୍ତି। ସରକାର କାର୍ଯ୍ୟାଳୟକୁ ଆସିବା ଓ ଫେରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି ତାହାକୁ କର୍ମଚାରୀମାନେ ମାନୁନାହାନ୍ତି। ଏହିଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିବା ପରେ ବାୟୋମେଟ୍ରିକ ଉପସ୍ଥାନ ନଥିବା କର୍ମଚାରୀଙ୍କ ଦରମା ବନ୍ଦ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୧୩୧୩ ତା ୨୮.୦୭.୨୦୨୬ରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଜିଲ୍ଲା ପରିଷଦର […]

ପଟ୍ଟାମୁଣ୍ଡାଇ, ତା ୨୯/୭- ମାଳିବସା-ଅରଡ଼ପଲ୍ଲୀ ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ କୃତି ଛାତ୍ର ଓ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଏହି ଉପଲକ୍ଷେ ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ବିଜୟ କୁମାର ବେହେରା, ପୂର୍ବତନ ଆଳି ବ୍ଲକ ଏ ବି ଇ ଓ ଉଦକର ସାମଲ ବରିଷ୍ଠ ନେତା ସୁନାକାର ବେହେରା ପଟ୍ଟାମୁଣ୍ଡାଇ […]

ପଟ୍ଟାମୁଣ୍ଡାଇ ତା ୨୯/୭- ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି I ଏଥି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, […]

କେନ୍ଦ୍ରାପଡ଼ା,୨୯ା୭:କେନ୍ଦ୍ରାପଡ଼ା ଦିବ୍ୟ ଜୀବନ ସଂଘ ପକ୍ଷରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସତ୍ସଙ୍ଗଭବନରେ ଗୁରୁସ୍ତୋତ୍ରପାଠ, ଗୁରୁବନ୍ଦନା,ଶ୍ରୀ ଗୁରୁପାଦୁକାପୂଜା, ଶ୍ରୀ ଦିବ୍ୟେଶ୍ୱର ମହାଦେବ ଓ ଶ୍ରୀ ଦିବ୍ୟ ବଳଦେବଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭାତରୁ ଗୁରୁବନ୍ଦନା ସହିତ ଋଷିକେଶରୁ ସଂଗୃହୀତ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରଦତ୍ତ ଆଶୀର୍ବାଦ ଓ ଶ୍ରୀମାଙ୍କ ରଚିତ ଭକ୍ତି ସଙ୍ଗୀତ ଗୁରୁବନ୍ଦନା ଗାନ କରାଯାଇଥିଲା। ଦିବ୍ୟ ଜୀବନ […]

Breaking News