ପଟ୍ଟାମୁଣ୍ଡାଇ ୧୦/୮ -ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୭ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ସ୍ୱାମିଜୀଙ୍କ ପାଦୁକା ପୂଜା, ସମୂହ ପ୍ରାର୍ଥନା, ଦୀପଦାନ, ସଂକୀର୍ତନ ଆଦି ପରିବେଷଣ ସହ ଗୁରୁବନ୍ଦନା ଗାନ କରାଯାଇଥିଲା । ସମବେତ ଭକ୍ତମାନେ ପରମପୂଜ୍ୟ ସ୍ୱାମିଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ […]

ପଟ୍ଟାମୁଣ୍ଡାଇ ୧୦/୮ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମରେ ବ୍ଲକ ପକ୍ଷରୁ ସରକାରୀ ରାସ୍ତାକିସମ ଜାଗାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରି ମାଳିପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସ ଗତ ୫ ତାରିଖ ଠାରୁ ତହସିଲ ଅଫିସ ସମ୍ମୁଖରେ ଅନଶନ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବାରମ୍ଭାର ଉଦ୍ୟମ କରାଯାଇଥିଲେ […]

ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡା ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁନିତୀ ଦାଶ, ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନାଥଶର୍ମା, ସୁଜାତା ପ୍ରିୟମ୍ବଦା ଦାସ, ଜିତେନ୍ଦ୍ର ଖଡ଼ି ରତ୍ନ, ପ୍ରକାଶ ମଥାନ ପ୍ରମୁଖ […]

ପଟ୍ଟାମୁଣ୍ଡାଇ, ୧୦/୮ -ପଟ୍ଟାମୁଣ୍ଡାଇର ସର୍ବ ପୁରାତନ ମନ୍ମଥନାଥ ହାଇସ୍କୁଲ ୧୯୮୩ ମସିହା ମାଟ୍ରିକ ଜୁନିଅର ବ୍ୟାଚ ଛାତ୍ରଛାତ୍ରୀଙ୍କ ବୈଠକ ଓ ଗୁରୁପୂଜନ ପଟ୍ଟାମୁଣ୍ଡାଇ ପୌରପାଳିକା କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଚ୍ଚିକାନ୍ତ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଗୁରୁ ପରୀକ୍ଷିତ ରାୟ, ଖଗେଶ୍ୱର ପରିଡ଼ା, କୃଷ୍ଣଚନ୍ଦ୍ର ପଣ୍ଡା ଓ ବିଷ୍ଣୁଚରଣ କରଙ୍କୁ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର […]

କେନ୍ଦ୍ରାପଡ଼ା ଶ୍ରମିକଙ୍କ ହକ୍ ଏବଂ କୃଷକଙ୍କ ବାସ୍ତବ ସମସ୍ୟା ପ୍ରତି ସରକାରଙ୍କ କ୍ରମାଗତ ଉଦାସୀନତା ବିରୋଧରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ମିଳିତ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍‌ଗୁଡ଼ିକ, ସ୍ୱାଧୀନ କ୍ଷେତ୍ରଭିତ୍ତିକ ଫେଡେରେସନ୍ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ସଂପୃକ୍ତ ବିଭିନ୍ନ କୃଷକ ସଂଗଠନର ମିଳିତ ଆହ୍ୱାନରେ ହଜାର ହଜାର ଶ୍ରମିକ ଓ କୃଷକ ଏହି ଗଣ-ବିକ୍ଷୋଭରେ ସାମିଲ […]

ପଟ୍ଟାମୁଣ୍ଡାଇରେ ବନ୍ୟାପାଣି କମିଛି, ବଢ଼ିଛି ଦୁର୍ଦ୍ଦଶା ସରୀସୃପ ଓ କୁମ୍ଭୀର ଭୟରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରଥମ ବନ୍ୟାପାଣି କିଛି ମାତ୍ରାରେ କମିବା ପରେ ଲୋକେ ଆଶ୍ୱସ୍ତି ଲାଭ କରିଥିଲେ ସୁଦ୍ଧା ଅନେକ ରାସ୍ତାଘାଟରେ ଜଳବନ୍ଦୀ ଅବସ୍ଥା ବଜାୟ ରହିଥିଲା। ମାତ୍ର ଶନିବାର ଠାରୁ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବାରୁ ସ୍ଥିତି […]

  କେନ୍ଦ୍ରାପଡ଼ା, ୯/୮: କେନ୍ଦ୍ରାପଡା ଟାଉନରେ କିଛି ଦିନ ହେଲା ଦାଦା ଗିରି ନଥିବା ବେଳେ ଏବେ କେତେକ ଯୁବକଙ୍କ ଗୁଣ୍ଡାମୀ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାତି ଅଧରେ ଜଣଙ୍କ ଦୋକାନ ଘରକୁ ଶାବଳରେ ତାଡି ଭାଙ୍ଗିବା ସହ ପ୍ରତିବାଦ କରିବାରୁ ଘର ମାଲିକଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି । […]

କେନ୍ଦ୍ରାପଡା୯ା୮: କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷକ ଏବେ କେନ୍ଦ୍ରାପଡା ସହର ମୁହାଁ କେନ୍ଦ୍ରାପଡା ସହର ପାଖାପାଖି ସ୍କୁଲରେ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତରେ ଥିବା ବେଳେ ଅନ୍ୟ ବ୍ଲକ୍ ରୁ ଆବଶ୍ୟକ ନଥିବା ବିଦ୍ୟାଳୟକୁ ଆସୁଛନ୍ତି । ଜିଲ୍ଲାର ଉପାନ୍ତ ବ୍ଲକ ମାନଙ୍କରେ କେଉଁଠି ଗୋଟିଏ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ ବା କେଉଁଠି ଦୁଇଟି ଶିକ୍ଷକରେ ଚାଲିଛି ଆଠ ଟି ଶ୍ରେଣୀ । ଏବେ ଶିକ୍ଷକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି […]

କେନ୍ଦ୍ରାପଡ଼ା,୯ା୮:ଅଗଷ୍ଟ ୯ କ୍ରାନ୍ତୀ ଦିବସ ଅବସରରେ ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ତିନିମୁହାଣୀଛକସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ସହ ଥିବା ଅନ୍ୟ ସହିଦ୍‌ମାନଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ […]

  କେନ୍ଦ୍ରାପଡ଼ା,୯ା୮:ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ […]

Breaking News