ପଟ୍ଟାମୁଣ୍ଡାଇ ତା ୨/୬- ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବାବେଳେ ପଟ୍ଟାମୁଣ୍ଡାଇର କେନ୍ଦ୍ର ସ୍ଥଳରେ ଥିବା ଶିଶୁ ଉଦ୍ୟାନଟି ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇପଡିବା ସହିତ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ଯାହାଫଳରେ ଏହି ଉଦ୍ୟାନ ମଧ୍ୟକୁ ଯିବାକୁ ଶିଶୁ ମହିଳା ସମେତ ଲୋକମାନେ ଭୟ କରୁଛନ୍ତି । ପ୍ରକାଶ ଯେ ଗତ ୨୦୧୬ ମସିହାରେ ତତ୍କାଳୀନ ସରକାର ସମୟରେ […]
ଶ୍ରୀବଳଦେବଜୀଉ ମନ୍ଦିର ବାଇପାସ ରାସ୍ତା ଜବରଦଖଲ ମୁକ୍ତ ଦାବି କେନ୍ଦ୍ରାପଡ଼ା,୩୧ା୫:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯିବା ପାଇଁ ଥିବା ବାଇପାସ ରାସ୍ତାକୁ ଜବରଦଖଲମୁକ୍ତ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। କେନ୍ଦ୍ରାପଡା ସହର ମଧ୍ୟ ଦେଇ ଯାଇଥିବା ତିନିମୁହାଣୀ- ଅଙ୍ଗୁଳେଇ ରାସ୍ତାର କେଶପୁର ବଜାର, ବଡମଙ୍ଗଳା, ସାନମଙ୍ଗଳା ପ୍ରଭୃତି ଦେଇ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ମୁଖ୍ୟ ରାସ୍ତା ରହିଛି। କିନ୍ତୁ ସାନ୍ତସାହି ଠାରୁ କେନ୍ଦ୍ରାପଡା କେନାଲବନ୍ଧରେ […]
କେନ୍ଦ୍ରାପଡ଼ା,୩୧ା୫:ଗଣକବି ଗୋପାଳ ଦାସ ସ୍ମୃତି ସଂସଦ, ପଳସିଂହା ଓ ଜିଲ୍ଲା ସଂସ୍କୃତି ବିଭାଗ, କେନ୍ଦ୍ରାପଡାର ମିଳିତ ଆନୁକୂଲ୍ୟରେ ଜନ୍ମସ୍ଥାନ ପଳସିଂହା ଠାରେ ଗଣକବି ଗୋପାଳ ଦାସଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଂସଦର ସ୍ଥାୟି ସଭାପତି ଅଜିତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ଭଗବାନ ଜେନା ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥି ଭାବେ ପଳସିଂହା ସରପଞ୍ଚ […]
କେନ୍ଦ୍ରାପଡ଼ା,୩୦ା୫:ଦାଦା ବଟିକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡ଼ା ଓ ଟାଉନ ହାଇସ୍କୁଲ ପଡିଆରେ ଆଜି ସନ୍ଧ୍ୟାରେ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଛି। ଏକ ନିର୍ଦ୍ଦିଷ୍ଟ ଅପରାଧୀ ଗୋଷ୍ଠୀର ସଦସ୍ୟମାନେ ଏହି ଗୁଳି ଚଳାଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ ରଣପଡ଼ାରେ ଏକ ମସ୍ଜିଦର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏହାର ନିର୍ମାଣ ଦାୟିତ୍ୱ ଜଣେ କାଉନସିଲର ନେଇଛନ୍ତି। କାଉନସିଲରଙ୍କ ଶଳା କାମ ବୁଝାବୁଝି କରୁଛନ୍ତି। ଅପରାଧୀ […]
ପଟ୍ଟାମୁଣ୍ଡାଇ ୩୦/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜଣେ ଯୁବତୀକୁ ଯାତ୍ରା ପାଟି ନାୟିକା କରାଇ ଦେବା ପ୍ରଲୋଭନ ଦେଖାଇ ତାଙ୍କ ଅର୍ଥ ଲୁଟ କରିବା ସହିତ ତାଙ୍କ ସହିତ ବଳାତ୍କାର କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ଏହପରିି ଅପରାଧ କରିବା ସହିତ ତାଙ୍କ ଆପତି ଜନକ ଭିଡିଓ ସୁଟିଙ୍ଗ କରି ବ୍ଲାକମେଲ କରୁଥିବା ନେଇ ପିଡିତା ଯୁବତୀ ଗତ ୨୬ ତାରିଖରେ ଆଦର୍ଶ […]
ଲୋକଙ୍କୁ ହାଣି ଲୁଟୁଥିଲେ ସୁନା,ଟଙ୍କା କେନ୍ଦ୍ରାପଡ଼ା,୨୯ା୫:ସଦରଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରି ଲୁଟୁଥିବା ଏକ ଗ୍ୟାଙ୍ଗକୁ ସଦରଥାନା ପୋଲିସ ଠାବ କରିଛି। ଏହି ଗ୍ୟାଙ୍ଗରେ ସଂପୃକ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଡେରାବିଶ ଥାନା ଅନ୍ତର୍ଗତ ଭୂଇଁପୁର ଗ୍ରାମର ମକରା ମଳିକ(୩୦), ମକରାର ଭାଉଜ ସେହିଗ୍ରାମର ସୈାଦାମିନୀ ନାୟକ(୨୫), ଗ୍ୟାଙ୍ଗ ସଦସ୍ୟ ସଦରଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ଘଟିଆ ସିଂ(୨୬) […]
ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା-ନିମପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଶଯ୍ୟାରେ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ ହେଉଛି । ଏସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ବେଆଇନ ବାଲି ଉଠାଣ ପାଇଁ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ […]
ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଶୁକ୍ରବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ଭାଙ୍ଗି ଏକ କାର ଗାଡି ଭାଙ୍ଗିରୁଜି ଯାଇଛି। ସହର ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା ଉପରେ ବଡ ଗଛ ପଡିଥିବାରୁ ରାସ୍ତାରେ ଗାଡି […]
କେନ୍ଦ୍ରାପଡ଼ା,୨୮ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ଓ ରଥନିର୍ମାଣ କମିଟିର ମିଳିତ ବୈଠକରେ ରଥନିର୍ମାଣ କାର୍ଯ୍ୟର ସମୀକ୍ଷା ଇଛାପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷ ନବକ୍ରୁଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଯୋଗଦେଇ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ୪ଟି ନୂଆ ଅଖ, ୧୦ଟି ନୂଆ ଚକ […]
ପଟ୍ଟାମୁଣ୍ଡାଇ ୨୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତୁଳସୀଡ଼ିଆ ଗ୍ରାମରେ ଏକ ପାଗଳା ମାଙ୍କଡ଼ର ଆତଙ୍କ ଦେଖାଦେଇଛି। ଗତ ତିନିଦିନ ହେବ ମାଙ୍କଡ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ମାଙ୍କଡ଼ ଆକ୍ରମଣରେ ଅଭିରାମ ବିଶ୍ୱାଳ, ମଧୁସ୍ମିତା ସାମଲ ଡାକ୍ତରଖାନାରୁ ଚିକିତ୍ସିତ ଫେରିଛନ୍ତି । କେଦାର ବେହେରା ନାମାକ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗାଁ ଲୋକେ ତିନିଦିନ ହେଲା ଭୟରେ […]

