କେନ୍ଦ୍ରାପଡ଼ା,୨୮ା୪ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବା ସହ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା ନେଇଥିଲା। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିଲେ। ସଂପୃକ୍ତ ଟ୍ରକ ଚାଳକଙ୍କୁ ଗିରଫ କରିବା ସହ ଭାଙ୍ଗିଥିବା ଦୋକାନ ନିର୍ମାଣ ପାଇଁ କ୍ଷତିପୁରଣ ଦେବାକୁ ନକୁଳି ଦାବି କରିଛନ୍ତି।
Discover more from Lokamata Odisha
Subscribe to get the latest posts sent to your email.