କେନ୍ଦ୍ରାପଡ଼ା,୩ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲା ଭିଡ଼ିଓ କନଫୋରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଭିଡ଼ିଓ କନଫୋରେନସିଂରେ ଯୋଡ଼ି ହୋଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା […]

ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ଆନ ମନା ହୋଇଛି ଧରଣିରାଣୀ , ଧରଣିରାଣୀର ବୁକୁ ଚିରି ବାହାରି ଆସୁଛନ୍ତି ଲାଲ ଟୁକୁ ଟୁକୁ ସାଧବବୋହୂ । ପ୍ରକୃତିର ପରଶ ଛୁଆଁରେ ସତେ ଅବା କେହି ଜଣେ ରଙ୍ଗର ତୁଳି ଧରି ଆଙ୍କିଦେଇଛି ରଙ୍ଗ ବେରଙ୍ଗର ସୁନ୍ଦର ଉପମା ସବୁକୁ । ନଦୀ, ଝରଣା, ପାହାଡ, ପର୍ବତ, ସାଗର ସହିତ ରଙ୍ଗ ବେରଙ୍ଗର ବୃକ୍ଷରାଜି । ଏହି ସୁନ୍ଦର ସୃଷ୍ଟିରେ ସୃଷ୍ଟିକର୍ତ୍ତାଙ୍କ […]

Bhubaneswar 3/6-ପୁଣି ଧୋକା ଦେଲା ମୌସୁମୀ। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ଖରାପାଗ ବଢ଼ିବା ସହ ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ […]

ପଟ୍ଟାମୁଣ୍ଡାଇ୨/୬- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ କଠିଆପଡା ଗ୍ରାମର ଜଳ ନିଷ୍କାସନ ପଥ ନୟନଜୋରିକୁ ଜଣେ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିବା ସହିତ ଯୁବକସଂଘ ଜାଗାକୁ ଅକ୍ତିଆରକୁ ନେଇ ଦୋକାନ ଘର ନିର୍ମାଣ କରି ବ୍ୟବସାୟରେ ଲଗାଇଛନ୍ତି। ଫଳରେ ବର୍ଷାଦିନେ ଉଦବୁତ ଜଳ ନିଷ୍କାସନ ହୋଇନପାରି ଜମିରହୁଛି ।ଏନେଇ ଗ୍ରାମବାସୀ ବାରମ୍ବାର ତହସିଲ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯର୍୍ୟନ୍ତ ଅଭିଯୋଗ କରି ଆସିଛନ୍ତି। ଏଠାରେ ଜବରଦଖଲକାରୀଙ୍କ […]

Bhubaneswar, ୨/୬- ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ ନୂଆ ତିନୋଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ପଜିଟିଭ ମାମଲା ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ମାମଲା ସଂଖ୍ୟା ୧୨ ଥିଲା, କିନ୍ତୁ ସ୍ୱାସ୍ଥ୍ୟ ବିଭାଗକୁ ଗତ ରାତି ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ […]

କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ମ୍ୟୁନିସିପାଲିଟି ୧୫ ନଂ ୱାର୍ଡରେ ଥିବା ୧୦୦ ବର୍ଷର ଦୁଇଟି କଲଭର୍ଟ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉ ନାହିଁ । ଯାହା ଫଳରେ ଟିକେ ବର୍ଷାହେଲେ ୧୫ନଂ ୱାର୍ଡରେ ପାଣି ଯାଇ ନପାରିବାରୁ ସେଠାରେ ରହୁଥିବା ପୌରବାସୀମାନେ ନାହି ନଥିବାର ଅସୁବିଧା ଭୋଗୁଛନ୍ତି । ତେଣୁ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ସେଠିକାର […]

ଆବଶ୍ୟକ ଶିକ୍ଷକ ପଦବୀ ଖାଲି ବଖରାଏ ଘରେ ଏକାଧିକ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି ୨୧ ଟି ବିଦ୍ୟାଳୟରେ ଜଣେ ଜଣେ ଶିକ୍ଷକ ପଟ୍ଟାମୁଣ୍ଡାଇ ୩୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ଷବର୍ଷ ଧରି ବହୁସଂଖ୍ୟକ ଶିକ୍ଷକ ପଦ ଖାଲି ପଡିଥିବାରୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁସୁଡି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ଓ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଉତ୍କଟ ଶିକ୍ଷକ ମରୁଡି ଲାଗି ରହି ଗୁଣାତ୍ମକ ଶିକ୍ଷା […]

କେନ୍ଦ୍ରାପଡ଼ା,୧/୬-ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କେନ୍ଦ୍ରାପଡାର କମଳା ମହାରଣା ତଥା ସମସ୍ତଙ୍କର ପ୍ରିୟ ଜରି ମାଉସୀଙ୍କର ପରଲୋକ ଘଟିଛି । ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ […]

କେନ୍ଦ୍ରାପଡା,୧ା୬: ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଗୋପସ୍ଥିତ ଅମରେଶ୍ୱର ପୀଠରେ ଶ୍ରୀ ଅମରେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠି ଉତ୍ସବ ରବିବାର ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ଶୁକ୍ରବାର ସକାଳେ କଳସ ଜଳଯାତ୍ରା ସହିତ ଅଗ୍ନୀସ୍ଥାପନ ପରେ ରୁଦ୍ରାଭିଷେକ, ହୋମଯଜ୍ଞ,ଚଣ୍ଡିପାଠ କରାଯାଇଥିଲା । ସେହିପରି ଶନିବାର ଦିନ କରାଯାଇ ଅଗ୍ନି […]

କେନ୍ଦ୍ରାପଡ଼ା,୧ା୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କୁ ଥେରାପି ସେବା ପ୍ରଦାନ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ପ୍ରୋସ୍ଥେଟିକ୍ ମାପ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ଥେରାପି କେନ୍ଦ୍ରରେ ଆୟୋଜିତ ହୋଇଥିବା ଏହି ଶିବିରରେ ସମୁଦାୟ ୧୦ଜଣ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ଶିଶୁଙ୍କ ଗୋଡ଼ ଓ ହାତ ନିମନ୍ତେ ପ୍ରୋସ୍ଥେଟିକ୍ […]