ପଟ୍ଟାମୁଣ୍ଡାଇ ତା ୨୬/୫- କାହିଁ କେଉଁ ଅନାଦି କାଳରୁ ପ୍ରାକୃତିକ ବିପର୍ଯୟ ରୋକିବା ପାଇଁ ପ୍ରକୃତିର ବରଦାନ ତାଳ ଗଛ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ବାତ୍ୟା ସମୟରେ ଭୟଙ୍କର ପବନ ଓ ବଜ୍ର ପାତକୁ ବହୁ ପରିମାଣରେ ରୋକି ଥାଏ ।  ଗାଁ ସହର ଠାରୁ ଆରମ୍ଭ କରି ନଇ ସମୁଦ୍ର ନିକଟରେ ତାଳ ଗଛ ହିଁ ବାତ୍ୟା ସମୟରେ ପବନ ର ଗତିକୁ ରୋକିବା ସହିତ […]

ବଲାଙ୍ଗୀର ୨୬/୫ (ଗୁପ୍ତେଶ୍ୱର ପୃଷ୍ଟି) ବଲାଙ୍ଗୀର ଜିଲାରେ ପ୍ରଚଣ୍ଡ ଖରା ଓ ତାତି ମଧ୍ୟରେ ପାନୀୟ ଜଳ ସମସ୍ୟା ସଂପ୍ରତି ଗାଁ ଲୋକଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି । ବେଲପଡ଼ା ବ୍ଲକ ଯୁବା ପଂଚାୟତର ଥିବା ଗାଁମାନଙ୍କରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଓଭର ହେଡ୍ ଟାଙ୍କି ନିର୍ମାଣ ହେଇ ପାଇପ ଲାଇନ୍ ବିଛା ହୋଇଛି […]

ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଗାଁ ଆଊ ସହର  ପଟ୍ଟାମୁଣ୍ଡାଇ ୨୫/୫- ଐତିହାସିକ ସମୃଦ୍ଧତା ଏବଂ ଆଂଚଳିକ ବିକାଶ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଇତିହାସ ହେଉଛି କୌଣସି ସ୍ଥାନର ମୂଳଦୁଆ। ଯେଉଁ ଅଂଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଂଚଳ ସେତେ ବିକାଶଶୀଳ। ଯଦି ଚକ୍ରାନ୍ତରେ ଗୋଟିଏ ଅଂଚଳର ଇତିହାସକୁ ସମ୍ପୂର୍ଣ୍ଣ ନିଶ୍ଚିନ୍ନ କରିଦେବାର ଯୋଜନା କରାଯାଏ, ତେବେ ସେହି ଅଂଚଳ କାହାକୁ ପାଥେୟ କରି ବିକାଶ […]

ଭୁବନେଶ୍ୱର ୨୫/୫- ଚଳିତ ବର୍ଷ ଇଦ.ଉଲ.ଜୁହା ଛୁଟି ଆସନ୍ତା ୨୭ତାରିଖ ରେ ନୁହେଁ, ୨୮ତାରିଖ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ,୨୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ପୂର୍ବରୁ ସରକାରୀ ଛୁଟି ଲିଷ୍ଟ୍‌ରେ ୨୭ ତାରିଖରେ ଇଦ ଉଲ ଜୁହା ଉପଲକ୍ଷେ ସରକାରୀ ଛୁଟି ରହିଥିଲା।

କେନ୍ଦ୍ରାପଡ଼ା,୨୫ା୫:ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ରାପଡା ଯୁବ ଛାତ୍ର ବିଜେଡି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛିା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଶହ ଶହ ଯୁବ ଓ ଛାତ୍ର ବିଜେଡି କର୍ମୀମାନେ କେନ୍ଦ୍ରାପଡା ସହରର ତିନିମୁହାଣୀ ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ବିଜେପି ଅପାରଗ ଡବଲ ଇଞ୍ଜିନ୍ ସରକାର ସମୟରେ […]

କେନ୍ଦ୍ରାପଡ଼ା,୨୪ା୫:କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ରାସ୍ତାଘାଟରେ ହଇରାଣ ହରକତ କରୁଥିଲେ। ଏହାସହ ତାଙ୍କୁ ଅସଦାଚରଣ କରୁଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନା କେଶ ନମ୍ବର -୩୧୯/୨୦୨୬ରେ ଏକ ମାମଲା […]

କେନ୍ଦ୍ରାପଡ଼ା,୨୪ା୫:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏରାପୁରୁଷୋତ୍ତମପୁର ନିକଟରେ ଗୋରୁ ଚାଲାଣ ରୋକିବା ସମୟରେ ଗୋରୁ ମାଫିଆ ଓ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଫଳରେ ଗୋରୁ ଗାଡିକୁ ନିଜେ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଚଳାଇ ଥାନାକୁ ଆଣିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସାହସକୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ସଦରଥାନା […]

ପଟ୍ଟାମୁଣ୍ଡାଇ ୨୩/୫ -ବିଶ୍ୱବ୍ୟାପୀ ଶାନ୍ତିର ଆବଶ୍ୟକତା ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ‘ମିଡିଆ ବିଙ୍ଗ୍‌’ କାର୍ଯ୍ୟକ୍ରମ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶଶିରେଖା ଭଉଣୀ ପରିଚାଳିତ କରି କହିଥିଲେ ଯେ ବିଶ୍ୱବ୍ୟାପୀ ଶାନ୍ତିର ଆବଶ୍ୟକତା ରହିଛି । ଗଣମାଧ୍ୟମ କ୍ଷେତ୍ରରେ ସକାରାତ୍ମକତା, ନୈତିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଗଣମାଧ୍ୟମ […]

ବାଲେଶ୍ୱର ସଦର ଥାନା ରେଲୱେ ଷ୍ଟେସନ ପଛ ପାଖ ଅଂଚଳରେ ପ୍ରେମକୁ ନେଇ ତୁମୁଳକାଣ୍ଡ ଘଟିଛି । ଯେଉଁଠି ତ୍ରିକୋଣ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମିକାକୁ ନିଜର କରିବା ଏବଂ ବିବାଦର ମୀମାଂସା କରିବା ନାଁରେ ପ୍ରଥମ ପ୍ରେମିକ ଆସି ଦ୍ୱିତୀୟ ପ୍ରେମିକର ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛି । ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଛି। ଯୁବତୀଜଣକର ଦୁଇ ଜଣ […]

ପଟାମୁଣ୍ଡାଇ ୨୨/୩- – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୪ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଏକ ଗୁରୁ ପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏମଏନ ହାଇସ୍କୁଲର ପୂର୍ବତନ ଶିକ୍ଷକ ଖଗେଶ୍ୱର ପରିଡା, ସଂଯୁକ୍ତା କୁଣ୍ଡ, ରବୀନ୍ଦ୍ର କୁମାର ସାହୁ, ଚତୃର୍ଭୁଜ ରାଉଳ, ବର୍ତମାନର ଶିକ୍ଷକ ଅଶୋକ କୁମାର ଦାସ , ସରୋଜ କୁମାର ସ୍ୱାଇଁ ପ୍ରମୁଖ […]

Breaking News