କେନ୍ଦ୍ରାପଡ଼ା,୩୧ା୩: କଂସାର ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ରାଉଳ ଗତ ୨୦୨୧ମସିହାରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ନିଷ୍ଠା ଓ ସମୟାନୁବର୍ତ୍ତିତା ପାଇଁ ସେ ସମସ୍ତ ଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଶ୍ରୀ ରାଉଳଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ଶାଲ, କଲମ ପଦାନ ପୂର୍ବକ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା। […]
କେନ୍ଦ୍ରାପଡା,୩୧ା୩ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ବିଦ୍ୟୁତିକ ଗଣମାଧ୍ୟମ ଇଟିଭିର ସାମ୍ବାଦିକ ନାରାୟଣଚନ୍ଦ୍ର ସାହାଣୀ ୬୪ ବର୍ଷ ବୟସରେ ଆଜି ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ସାହାଣୀ ୨୦୨୨ ମସିହାରେ ଘଟିଥିବା ରାସ୍ତା ଦୁର୍ଘଟଣାରେ ଆହାତ ହୋଇ ପକ୍ଷାଘାତ ଅବସ୍ଥାରେ ପାଟକୁରାରେ ଥିବା ତାଙ୍କ ସହଧର୍ମିଣୀଙ୍କ ବାସଭବନରେ ରହୁଥିଲେ। ଗତ ୨୭ ତାରିଖରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହୋଇଯିବାରୁ ତାଙ୍କ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା। ଆଜି […]
ପଟ୍ଟାମୁଣ୍ଡାଇ ୩୦/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ଯୋଗେ ଏହି ଯୋଜନାର ଶୁଭ ଉଦଘାଟନ କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାଦ୍ରେ ଥିବା ପରିବାର ଓ ବ୍ୟକ୍ତିଙ୍କୁ […]
କେନ୍ଦ୍ରାପଡା,୩୦ା୩: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ “ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତଳବାରଙ୍ଗସ୍ଥିତ ମା ମରିଚିଆଣିଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଶାନ୍ତି ମାର୍ଜନା ହୋମ କରାଯାଇଥିଲା । ଏହି ଆଧ୍ୟାତ୍ମିକ ଉତ୍ସବରେ ଅନୁଷ୍ଠାନର ସଦସ୍ୟ ଯୋଗଦେଇ ବିଶ୍ୱ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ […]
କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି […]
କେନ୍ଦ୍ରାପଡ଼ା,୩୦ା୩ : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ଭକ୍ତମାନଙ୍କ ଗହଣରେ ହିନ୍ଦୁ ନବବର୍ଷର ପ୍ରାରମ୍ଭ ଦିବସରେ ବିଶ୍ୱସ୍ରଷ୍ଟାଙ୍କୁ ବିଶ୍ୱ ତଥା ସମସ୍ତଙ୍କର ମଙ୍ଗଳ ଓ ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏହି ଦିବସର ବୈଶିଷ୍ଟ ସମ୍ପର୍କରେ ଶ୍ରୀମା ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକ୍ରମାଦିତ୍ୟ ସମ୍ବତ୍ସର ଆରମ୍ଭ ଏବଂ ଧର୍ମରାଜ ଯୁଧିଷ୍ଟିରଙ୍କର […]
ଭୁବନେଶ୍ୱର, ୨୯/୩-ରାଜ୍ୟ ବିଧାନସଭାରେ ମହିଳା ଓ ଶିଶୁ ବିକାଶ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଶନିବାର ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୯୫,୪୪୩ ଜଣ ଶିଶୁ ଗୁରୁତର କୁପୋଷଣ (ଏନଏଏମ)ରେ ପୀଡିତ ହୋଇଛନ୍ତି। ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୯-୨୦ରେ ଓଡ଼ିଶାରେ ମୋଟ ୨୬,୮୨୭ ଜଣ ଶିଶୁ ଏସଏଏମରେ ପୀଡିତ ଥିଲେ। […]
କେନ୍ଦ୍ରାପଡା,୨୯ା୩: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ଡଃ ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ୍ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘର ନାନା ଜନହିତକର କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ସମ୍ପାଦକ କରୁଣାକର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ […]
କେନ୍ଦ୍ରାପଡ଼ା,୨୯ା୩: ବାରୁଣୀ ତିଥିରେ ବୁଡ ପକାଇଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ପ୍ରତ୍ୟେକ ଓଡିଆଙ୍କ ବିଶ୍ୱାସ ରହିଛି। ଅପେକ୍ଷା ଥାଏ ଏହି ତିଥିକୁ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଗୁରୁବାର ଆରମ୍ଭ ହୋଇଛି। ବିରୂପା, କେଲୁଅ, ବ୍ରାହ୍ମଣୀ ନଦୀର ସଙ୍ଗମ ସ୍ଥଳରେ ବୁଧବାର ରାତି ୪ଟାରୁ ଅନୁଷ୍ଠିତ ହୋଇଥିଲା ବାରୁଣୀ ସ୍ନାନ। ଏଥିପାଇଁ ଜିଲ୍ଲା ସମେତ ବାହାର ଜିଲ୍ଲାର ଶ୍ରଦ୍ଧାଳୁମାନେ ଇନ୍ଦୁପୁର ଘାଟରେ […]
କେନ୍ଦ୍ରାପଡା,୨୯ା୩ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଡକ୍ଟର ସଞ୍ଜୀବ କୁମାର ମହାନ୍ତିଙ୍କୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଲେଜର ଉଭୟ ଏନସିସି ବାଳକ ଓ ବାଳିକା, କ୍ୟାପଟେନ ସୀମା ମହାନ୍ତି, ସିଟିଓ ସତ୍ୟରଞ୍ଜନ ମିଶ୍ର, ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଅନୁପ କୁମାର ରାଉତ, ମିତ୍ରଭାନୁ ସାହୁ, ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କ […]