କେନ୍ଦ୍ରାପଡ଼ା,୧୪ା୫ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଇନ ଭାବେ ଜବରଦଖଲ କରିବା ମାମଲାରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ ଅଦାଲତ ଭାରତୀୟ ନ୍ୟାୟ ସଂହିତାର ୧୬୩ଧାରାରେ ବୁଧବାର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶକୁ ଜାରି କରିବା ପାଇଁ ଟାଉନ ଥାନା ଅଧିକାରୀକୁ କେନ୍ଦ୍ରାପଡା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ନିର୍ଦେଶ ଦେଇଥିବା ଜଣାପଡିଛି। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଗୁଆଳସିଂ ମୈାଜାରେ ଥିବା କବଲା ଜମିକୁ […]

କେନ୍ଦ୍ରାପଡ଼ା,୧୪ା୫ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ମାସିକ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ନେଇ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ସମେତ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀମାନେ ମାସିକ ଯେଉଁ ଜତ୍ କିଞ୍ଚିତ ପ୍ରାପ୍ୟ ପାଇଥାନ୍ତି ତାହା ପ୍ରତିମାସର ପ୍ରଥମ ସପ୍ତାହରେ ଦିଆଯିବା କଥା। ଏନେଇ ସଂଗଠନ […]

ପଟ୍ଟାମୁଣ୍ଡାଇ ୧୪/୫ -କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର କେନ୍ଦ୍ରାପଡା, ଆଳି ଓ ନିକିରାଇ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୫୫ ଲିଟର ଦେଶୀ ବିଦେଶୀ ମଦ ଜବତ । ଜଣେ ମହିଳା ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସ, […]

ଶିକ୍ଷାବିତ ଅଶୋକ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ୧୩/୫ – ଶିକ୍ଷକଙ୍କ ସମସ୍ୟା ସମାଧାନରେ ଦିବଂଗତ ବିପ୍ଲବୀ ଶିକ୍ଷକନେତା ଶିକ୍ଷାବିତ ଅଶୋକ ରାଉତଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୁପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଶିକ୍ଷକନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟ ଓ ଇଂ ଚିନ୍ମୟୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ପୂର୍ବତନ […]

  କେନ୍ଦ୍ରାପଡ଼ା ୧୩/୫ – କେନ୍ଦ୍ରାପଡା ନେତାଜୀ ମଡେଲ ସ୍କୁଲର ଛାତ୍ରୀ ଲେପାମୁଦ୍ରା ପାଟ୍ଟଯୋଶୀ ୯୪.୬ପ୍ରତିଶତ ମାର୍କ ରଖି ସିବିଏସଇ. ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଲୋପାମୁଦ୍ରା ହେଉଛନ୍ତି ଆଇନଜୀବୀ ତାରେଣୀ ପାଟ୍ଟଯୋଶୀ ଓ ଶିକ୍ଷୟିତ୍ରୀ କାଦମ୍ବରୀ ପଣ୍ଡାଙ୍କ ଏକମାତ୍ର କନ୍ୟା ତଥା ଅବସରପ୍ରାପ୍ତ ରାଜସ୍ୱ ବିଭାଗ ଅଧିକାରୀ ଭବାନୀଶଙ୍କର ପାଟ୍ଟଯୋଶୀଙ୍କ ନାତୁଣୀ। ଲୋପାମୁଦ୍ରା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ପ୍ରଥମରୁ […]

କେନ୍ଦ୍ରାପଡା ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ପାଳିତ ପଟ୍ଟାମୁଣ୍ଡଇ୧୩-୫ -ବିଶ୍ୱ ସମ୍ବାଦ କେନ୍ଦ୍ର, କେନ୍ଦ୍ରାପଡା ଶାଖା ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ୱତି ଶିଶୁ ମନ୍ଦିର ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ବିଶ୍ୱର ଆଦ୍ୟ ପତ୍ରକାର ଦେବର୍ଷି ନାରଦ ମୁନିଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସମ୍ବାଦ କେନ୍ଦ୍ର ସଭ୍ୟ ସୁଧାଂଶୁ ତ୍ରିପାଠୀଙ୍କ ପୌରହିତରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଗାଳ୍ପିକ ପ୍ରଦୀପ ନାୟକ ଏବଂ ମୁଖ୍ୟବକ୍ତା […]

କେନ୍ଦ୍ରାପଡ଼ା, ୧୨ା୫: ଆଜି ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ତରଫରୁ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଧୁନିକ ନସିଂର ପ୍ରଥମ ନର୍ସ ମହାନ ମହିୟସୀ ମହିଳା ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ୨୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ମୁଖ୍ୟବକ୍ତା ଭାବେ ରାଜ୍ୟ ଓମସାର ସଭାପତି ତଥା ଶିଶୁ ବିଭାଗ ଡା. କିଶୋର […]

କେନ୍ଦ୍ରାପଡା,୧୨ା୫: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁପ୍ତକ୍ଷେତ୍ର ସଖିବଟ ପରିସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଭକ୍ତି ସଙ୍ଗୀତ ଆଲବମ୍ ‘ସଖିବଟ’ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସିଦ୍ଧ ବଳଦେବଜୀଉଙ୍କୁ ସମର୍ପଣ କରାଯିବା ପରେ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ରେଡ଼ିଓ ଭାବଗ୍ରାହୀର […]

କେନ୍ଦ୍ରାପଡ଼ା,୧୨ା୫ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଡାଇମଣ୍ଡ ଜୁବଲି ପାଠାଗାରର ଉନ୍ନତି ପାଇଁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଡ. ଦାସ କହିଛନ୍ତି ଡାଇମଣ୍ଡ ଜୁବଲି ପାଠାଗାରରେ ଅଧ୍ୟୟନ କରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠାଲାଭ କରିଛନ୍ତି। ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଏହି ପାଠାଗାରରେ ଅଧ୍ୟୟନ କରିଥିଲେ। ତେଣୁ ପାଠାଗାର […]

କେନ୍ଦ୍ରାପଡ଼ା,୧୨ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ସୋମବାର ଗଜ ଉଦ୍ଧାରଣ ବେଶ କରାଯାଇଛି। ଆଜି ବୈଶାଖ ପୂର୍ଣ୍ଣମୀରେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ ଭକ୍ତମାନଙ୍କୁ ବେଶ ଆମୋଦିତ କରିଥିଲା। ଶ୍ରୀଜୀଉଙ୍କ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ଏହି ବେଶ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ପାଖରେ ପକ୍ଷୀରାଜ ଗରୁଡ଼ ବିରାଜ ମାନ ଅଛନ୍ତି। ତାଙ୍କ କାନ୍ଧରେ ମହାଲକ୍ଷ୍ମୀ ଓ ନାରାୟଣ ବସିଛନ୍ତି। ନାରାୟଣଙ୍କ ହସ୍ତରେ ଶଙ୍ଖଚକ୍ର ଗଦାପଦ୍ମ ରହିଛି। […]