କୁମ୍ଭୀର ଆତଙ୍କରେ ଥରହର ଧୋୟାଂଚଳ ବାସୀ ବାହ୍ୟଜଗତରୁ ବିଚ୍ଛିନ ଅନେକ ଗାଁ ପଟ୍ଟାମୁଣ୍ଡାଇ ୧୬/୭– ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜଳସ୍ତର ବଢିବାରେ ଲାଗିଛି । ଅଳଭାଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ବହୁଛି। ପୂର୍ବ ମାପ ଅନୁଶାରେ ବିପଦସଙ୍କେତ ୧୬ ଫୁଟ୍ […]

କେନ୍ଦ୍ରାପଡ଼ା,୨୩ା୬ : ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ବୈଜ୍ଞାନିକ ଡ. ଦେବେନ୍ଦ୍ର କୁମାର ଦାସଙ୍କୁ ‘ଦି ଓଡିଶା ସୋସାଇଟି ଅଫ ଆମେରିକାସ’ର ୫୫ତମ ବାର୍ଷିକ ଉତ୍ସବରେ “ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକ ସମ୍ମାନ” ପ୍ରଦାନ କରାଯାଇଛି। ଡ. ଦାସଙ୍କୁ ସମାଜସେବା କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଅନୁଷ୍ଠାନ ଏଭଳି ସମ୍ମାନରେ ସମ୍ମାନିତ କରିଛି। ଡ. ଦାସ କେନ୍ଦ୍ରାପଡା ସହରର ବଡହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଆମେରିକାରେ ଗତ ୫୦ବର୍ଷ […]

କେନ୍ଦ୍ରାପଡ଼ା,୨୩ା୬ : ଗରାପୁରସ୍ଥିତ ରେସୱା ଶକ୍ତିସଦନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରେସୱା ଅନ୍ତେବାସୀଙ୍କ ସମେତ କର୍ମକର୍ତ୍ତା ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ, ଡିପିସି (ମମତା) ମନୋରଞ୍ଜନ ଦାସ, ଡିସି (ମହିଳା ହବ୍‌) ଲଲାଟେନ୍ଦୁ ଭୋଇ, ଆକାଉଁଣ୍ଟାଟ ସୁନିଲ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରବେସନ ଅଧିକାରୀ ବିବେକାନନ୍ଦ ଅତବୁଦ୍ଧି ପ୍ରମୁଖ ବହୁ […]

କେନ୍ଦ୍ରାପଡ଼ା,୧୬ା୭:କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ତାଲିମ ୟୁନିଟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ. ମନୋରଞ୍ଜନ ରାଉତ ଅଧ୍ୟକ୍ଷତା କରିଥଲେ। ଚଳିତବର୍ଷର ଶୀର୍ଷକ -“ମା ହେବାର ବୟସ ଠିକ- ଯେତେବେଳେ ଶରୀର ଓ ମନର ପ୍ରସ୍ତୁତି ଠିକ୍‌’ ଉପରେ ଗୁରୁତ୍ୱ ରଖିଥିଲେ […]

କେନ୍ଦ୍ରାପଡ଼ା,୧୬ା୭ :ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଓ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ଦାବିରେ ଆସନ୍ତା କାଲି ଆହୁତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ବୁଧବାର ପୂର୍ବାହ୍ନରେ କଜଳାସ୍ଥିତ କଂଗ୍ରେସ ଭବନରେ କଂଗ୍ରେସ ,ସିପିଆଇ(ଏମ୍‌) ଓ ସିପିଆଇ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜନସାଧାରଣ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ […]

କେନ୍ଦ୍ରାପଡ଼ା,୧୬ା୭ :କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ରାମିଆଗଞ୍ଜ ଗ୍ରାମରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ୩୦ ଳକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। କନିଷ୍ଠ ଯନ୍ତ୍ରୀ କମଳ ଲୋଚନ ଲେଙ୍କା କୌଣସି କାର୍ଯ୍ୟରେ ମଙ୍ଗଳବାର କେନ୍ଦ୍ରାପଡ଼ା […]

କେନ୍ଦ୍ରାପଡ଼ା,୧୬ା୭: ଗତ ୫ ସପ୍ତାହ ଧରି କେନ୍ଦ୍ରାପଡ଼ାରେ ଖରାଫ ହୋଇ ପଡିଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବୁଧବାର ମରାମତି ନିମନ୍ତେ ମୁମ୍ବାଇକୁ ପଠାଯାଇଛି। ଏହାକୁ ଏକ କ୍ରେନ ସହାୟତାରେ ଟ୍ରଲର ଉପରେ ରଖାଯାଇ ମୁମ୍ବାଇ ନିଆଯାଇଛି। ସେଠାରେ ଏହାର ମରାମତି କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନମାସ ୯ ତାରିଖରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ […]

କେନ୍ଦ୍ରାପଡ଼ା,୧୫ା୭ :ବାଲେଶ୍ୱର ଫକିରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡ଼ାର ମିଳିତ ବିରୋଧୀଦଳଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ପୁରୁଣା ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା କରି ତିନିମୁହାଣିଛକ ପର୍ଯ୍ୟନ୍ତ ଯାଇ ସେଠାରେ ମୃତ ଛାତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଘଟଣାକୁ ନେଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ,ଯୁବକଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ […]

କେନ୍ଦ୍ରାପଡା ୧୪/୭- ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁର ନ୍ୟାୟ ଦାବିରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୌମ୍ୟାଶ୍ରୀଙ୍କୁ ଉଚିତ୍ ନ୍ୟାୟ କିପରି ମିଳିବ ଓ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦାବିରେ ସଭାପତି ଦିବ୍ୟ ରଞ୍ଜନ ରାଉତଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମିମାନେ ଉଚ୍ଚ […]

କେନ୍ଦ୍ରାପଡ଼ା,୧୫ା୭ :ନିଖିଳ ଓଡିଶା ନାଇଟ୍ ୱାଚମ୍ୟାନ ଓ ହାଉସକିପିଙ୍ଗ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ‘ମୋ ସ୍କୁଲ ଅଭିଯାନ’ରେ ପିଅନ ଓ ରାତ୍ରଜଗୁଆଳ ନଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ସରକାରଙ୍କ […]

Breaking News