
ପଟ୍ଟାମୁଣ୍ଡାଇ ୧୬/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ମଙ୍ଗଳବାର ଏସଟି କେସ ନଂ ୧୩୨/୨୦୨୩(୨୮୧/୨୦୨୫)ର ଶୁଣାଣି କରାଯାଇ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଓ ୩୨୪ରେ ଦୋଷୀ ସାବ୍ୟସ୍ତ କରାଯାଇ ଅଭିଯୁକ୍ତଙ୍କୁୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏହାସହ ଦଫା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ୨ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥି ସହିତ ଦଫା ୩୨୪ରେ ଆସାମୀକୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇବା ସହିତ ୫ହଜାର ୫୦୦ ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ୬ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ବିଦ୍ୟାଧର ପୃଷ୍ଟି ଅମିତ ପାତ୍ର ହତ୍ୟା ମାମଲାର ୨୪ ଜଣ ସାକ୍ଷୀଙ୍କ ବୟାନ ଏବଂ ଦସ୍ତାବିଜକୁ ଆଧାର କରି ଏହି ରାୟ ପ୍ରକାଶ କରିଥିବା ଏପିପି ସରୋଜ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ସହିରା ଗ୍ରାମର ଅମିତ ପାତ୍ର ତାଙ୍କ ଶଳା ସଞ୍ଜୟ ଜେନାଙ୍କ ସହିତ ଦହିଅଂଟା ଗ୍ରାମକୁ ୨୦୨୩ ଅପ୍ରେଲ ମାସ ୧୪ ରାତି ୧୦ତ ବେଳେ ଭୋଜି ଖାଇବାକୁ ଯାଇଥିଲେ । ସେଠାରେ ସହିରା ଗାଁର ରଶ୍ମିରଞ୍ଜନ ରାଉଳ ପୂର୍ବ ଶତୃତାକୁ ନେଇ ଅମିତକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଭୋଜିଖାଇ ଅମିତ ଓ ସଞ୍ଜୟ ରାତ୍ର ୧୦ଟା ୩୦ ମିନିଟ ସମୟରେ ଫେରୁଥିବା ସମୟରେ ଦହିଅଣ୍ଟା ଛକଠାରେ ହତ୍ୟା ଅଭିଯୁକ୍ତ ରଶ୍ମିରଜଂନ ପୁର୍ନବାର ଅମିତକୁ ଗାଳିଗୁଲଜ କରିବା ସହିତ ଏକ ଛୁରୀରେ ଅମିତଙ୍କ ବାମ ପଟ ଛାତିରେଆକ୍ରମଣ କରିଥିଲେ।ଏହା ଦେଖି ଅମିତର ଶଳା ଭିଣୋଇକୁ ବଂଚାଇବା ପାଇଁ ଉଦ୍ୟମ କରି ଅଭିଯୁକ୍ତଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ତଳେ ପଡି ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ରଶ୍ମି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଇଥିଲେ । ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟତମ ଗୁରୁତର ସଞ୍ଜୟଙ୍କୁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା । ଏନେଜ ଅମିତଙ୍କ ଦାଦା ମନୋରଞ୍ଜନ ପାତ୍ର ଆଳି ଥାନାରେ ଅଭିଯୋଗ କରିଥିଲେ। ଆଳି ପୋଲିସ ଏକ ହତ୍ୟା ମାମଲା ନଂ୩୬୮/୨୦୨୩ ରୁଜୁକରି ଆସାମୀ ରଶ୍ମିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
