
ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ସ୍ଥାନୀୟ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପ୍ରାଙ୍ଗଣରେ ୩ଦିନ ବ୍ୟାପି ଆରମ୍ଭ ହୋଇଥିବା ଗୀତା ଜ୍ଞାନ ଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି । ଏଥିରେ ଆନ୍ତଃଜ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଗୀତାର ଜ୍ଞାନ କର୍ମ ସନ୍ୟାସ ଯୋଗ ଉପରେ ତାତ୍ୱିକ ଆଲୋଚନା କରିବା ସହିତ ସମବେତ ଭକ୍ତ ମାନଙ୍କୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । ୩ଦିନ ବ୍ୟାପି ଆୟୋଜିତ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ସ୍ୱାମୀ ଅନିର୍ବାଣାନନ୍ଦ, ସ୍ୱାମୀ ସୁଗିତାନନ୍ଦ, ସ୍ୱାମୀ ବ୍ରହ୍ମାନାନନ୍ଦଗିରି ,ସ୍ୱାମୀ ବ୍ରଜେଶା ନନ୍ଦଗିରି, ସ୍ୱାମୀ ଅନିରାବାଳାନନ୍ଦ,ସ୍ୱାମୀ ବ୍ରହ୍ମଚାରୀ ନବେନ୍ଦୁଗିରି, ବାବା ଗୋପିନାଥ କର, ବାବା ଦୁଷ୍ମନ୍ତ ସାହୁ,ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପବନୀ ରାଉତ ସଂଯୁକ୍ତା ବିଶ୍ୱାଳ, ନବେନ୍ଦୁ ବାଗଚି, ଗୈାରାଙ୍ଗ ଚରଣ ମହାନ୍ତି, ବିଜୟ ରାୟ, ବିନିତା ମା,ଭାରତୀ ମା, ନନ୍ଦିନୀ ମା, ରଶ୍ମୀତା ମା, ଚନ୍ଦ୍ରାବତୀ ମା ଙ୍କ ସମେତ ପ୍ରଜ୍ଞାନ ମିଶନ କର୍ମକର୍ତା, ବହୁ ଶିଷ୍ୟଗଣ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବତ ଆଶୀର୍ବାଦ ଲାଭ କରିଥିଲେ ।
