ଶ୍ରୀରାମ ନବମୀ ଉପଲକ୍ଷେ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ ୪/୪ – ଶ୍ରୀରାମ ନବମୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ହିନ୍ଦୁ ସୁରକ୍ଷା ବାହିନୀ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳର ପକ୍ଷରୁ ଶୁକ୍ରବାର ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିା ହିନ୍ଦୁତ୍ୱ ସତ୍ୟ ସନାତନ ଧର୍ମର ବାର୍ତା ନେଇ ରାମଭକ୍ତ ହନୁମାନଙ୍କର ପତାକା ଧରି ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ହଜିଯାଉଥିବା ହିନ୍ଦୁ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି କୁହାଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ହିନ୍ଦୁ ସୁରକ୍ଷା ବାହିନୀ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗୀ ଦଳର ସମସ୍ତ ଯୁବକ ମାନେ ଏକ ଭବ୍ୟ ସୁସଜ୍ଜିତ ରଥ ସହ ଡିଜେ ବାଜାର ତାଳେତାଳେ ନାଚିନାଚି ଜୟ ଶ୍ରୀରାମ, ଜୟ ହନୁମାନ ଧ୍ୱନି ଦେଇ ନଗର ପରିକ୍ରମା କରଥିଲେ । ଏହି ବିଶାଳ ହିନ୍ଦୁ ରାଲିରେ ପ୍ରାୟ ଶତାଧିକ ବଜରଂଗୀ ଭାଇମାନେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ପ୍ରଥମେ ବଜରଂଗୀ ଦଳର କର୍ମକର୍ତାମାନେ ବକ୍ତାରପୁର ଠାରେ ପୂଜାର୍ଚ୍ଚନା କରିବା ପରେ ନଗର ପରିକ୍ରମା ବାହାରିଥିଲେ । କଲେଜଛକ ନିକଟରେ ପଟ୍ଟାମୁଣ୍ଡାଇ ଶିଶୁ ମନ୍ଦିର ତରଫରୁ ପାନୀୟ ଦହି ସର୍ବତ ବଂଟନ କରାଯାଇଥିଲା । ସେଠାରୁ ଶାନ୍ତିଶୁଙ୍କଳା ସହ ଏହି ଶୋଭାଯାତ୍ରା ଡାକବଙ୍ଗଳା ଛକ ଦେଇ ପୁରୁଣାପୋଲ,ତନୁପୁରଛକ, ବାଇପାସ ହୋଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ । ଏହି କାର୍ଯକ୍ରମରେ କେନ୍ଦ୍ରାପଡା ଭାଜପା ବିଧାୟୀକା ପାର୍ଥୀ ଗୀତାଂଜଳି ସେଠୀ, ରାଜନଗର ବିଧାୟକ ପାର୍ଥୀ ଲଳିତ ବେହେରା ସାମିଲ ହୋଇଥିଲେ । ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ଆଇଆଇସି ବନ୍ଦନା ପାତ୍ର ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧିନ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳିତ

Fri Apr 4 , 2025
କେନ୍ଦ୍ରାପଡ଼ା,୪ା୪: କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଗୁଲନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମଞ୍ଚାସୀନ ଅତିଥି ଭାବେ ସାହିତ୍ୟିକ ଡ. ବାସନ୍ତୀ ମହାନ୍ତି, ଡ଼ ବାସୁଦେବ ଦାସ ଓ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ତରାଇ ପ୍ରମୁଖ ଯୋଗଦେଇ ଓଡିଶା ପ୍ରଦେଶ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading