ଖେଲୋ ଇଣ୍ଡିଆ ପାରା ଜାତୀୟ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ କେନ୍ଦ୍ରାପଡାର ରଞ୍ଜିତ ଚାନ୍ଦ ତୃତୀୟ

blank
କେନ୍ଦ୍ରାପଡା,୨୮ା୩: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ଠାରେ ଚଳିତମାସ ୨୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ପାରା ଜାତୀୟ ଆଥ୍‌ଲେଟିକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେମଧ୍ୟରୁ ଜାଭ୍‌ଲିନ୍ ଥ୍ରୋ ପ୍ରତିଯୋଗିତାରେ ତାଳସଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ରଞ୍ଜିତ ଚାନ୍ଦ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲ ପାଇ କେନ୍ଦ୍ରାପଡା ଜିଲ୍ଲା ତଥା ଓଡିଶା ପାଇଁ ଗର୍ବ ଆଣିଥିବାରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ତାଙ୍କ ଆବାସିକ କାର୍ଯ୍ୟାଳୟଠାରେ ଶ୍ରୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସେଠାରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ସୋମନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ମହାବିଦ୍ୟାଳୟରେ ନୂଆ ଅଧ୍ୟକ୍ଷ , ଫେରିଲା ହଜିଯାଇଥିବା ଶୈକ୍ଷିକ ବାତାବରଣ

Fri Mar 28 , 2025
କେନ୍ଦ୍ରାପଡା,୨୮ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘଦିନର ଅଚଳାବସ୍ଥା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। ଗତ ୨୨ତାରିଖରେ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ନିଷ୍ଠା ଓ ଦକ୍ଷତା ବଳରେ ବିଗତ ୪ବର୍ଷ ଧରି ଏହି ମହାବିଦ୍ୟାଳୟ (college) ରେ ହଜିଯାଇଥିବା ଶୈକ୍ଷିକ ବାତାବରଣ ପୂନର୍ବାର ଫେରିଆସିଥିବା ଦେଖିବାକୁ ମିଳିଛି। […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading