ଗାୟତ୍ରୀ ପରିବାର ପକ୍ଷରୁ ନିଶା ନିବାରଣ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ ୨/୧ -ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ସଂସ୍ଥାପିକା ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଜନ୍ମ ଶତବାର୍ଷିକୀ ଓ ଅଖଣ୍ଡ ଦୀପ ପ୍ରାକଟ୍ୟ ବର୍ଷ ପାଳନ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ହରିଦ୍ୱାର ଠାରୁ ଆରମ୍ଭ କରି ଦେଶ ବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବେଲତଳ ଗୁଲନଗର ଗାୟତ୍ରୀ ପ୍ରଜ୍ଞା ପୀଠ ପକ୍ଷରୁ ନୂଆ ବର୍ଷ ଅବସରରେ ଏକ ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ ନିଶା ନିବାରଣ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଜିଲା ସଂଯୋଜକ ତଥା ଗାୟତ୍ରୀ ପ୍ରଜ୍ଞା ପୀଠ ମୁଖ୍ୟ ବ୍ୟବସ୍ଥାପକ ପ୍ରଭାତ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ସରୋଜ ଆଚାର୍ଯ୍ୟ, ମହେଶ୍ୱର ପାଢ଼ୀ, ଝରଣା ଆଚାର୍ଯ୍ୟ, ରୀନାରାଣୀ ପାଢ଼ୀ, ପ୍ରଭାତ ପାତ୍ର, ରମେଶ ଦାସ, ସ୍ରୋତସ୍ୱିନୀ ପାତ୍ର, ଦେବକୀ ଦାସ, ଚତୃର୍ଭୁଜ ଦାସ, ଶୈଳବାଳା ଦାସ, ରାଜଶ୍ରୀ ସାହୁ ଅନନ୍ୟା ବାଇ, ହରପ୍ରିୟା ଖିଲାର ଚିନ୍ମୟୀ ଦାସ ପ୍ରଣତି ଜତି,ଶୁଚିସ୍ମିତା ଜତି, ଜ୍ୟୋସ୍ନାରାଣୀ ଗିରି,ସୁଚିତ୍ରା ମହାନ୍ତି, ମମତା ଦାସ,ତପସ୍ୱିନୀ ଦାସ ପ୍ରମୁଖ ବହୁ ଗାୟତ୍ରୀ ପରିବାର ସଦସ୍ୟା/ସଦସ୍ୟ ମାନେ ସାମିଲ ହୋଇ ନିଶା ସେବନ ଦ୍ୱାରା ପରିବାର ଓ ସମାଜର କ୍ଷତି ସମ୍ପର୍କରେ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ ।

Next Post

ୟୁ.ୱାଇ ସି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Fri Jan 2 , 2026
ପଟ୍ଟାମୁଣ୍ଡାଇ ୨/୧- ପଟ୍ଟାମୁଣ୍ଡାଇ ବ୍ଲିକ ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁନାଟେଡ଼ ୟୁଥ କ୍ଲବ( ୟୁ ୱା ଇ ସି) ଆନୁକୂଲ୍ୟରେ ଆୟୋଜିତ ୧୧ତମ ୟୁ ୱା ସି ଚମ୍ପିୟାନ ଟ୍ରଫି ଉଦଘାଟିତ ହୋଇଯାଇଛି ।  ନିତାଇ ଚୈତନ୍ୟ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟ ଉଦଘାଟନ କରିବା ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading