ଛାତ୍ରୀଛାତ୍ର ମାନେ ପାଠ ପଢା ସହ କଳାକୁ ଆପଣେଇଲେ ଉଜ୍ବଳ ଭବିଷ୍ୟତ ଗଢିପାରିବେ

କସ୍ତୁରୀ କଳା ନିକେତନ ୩୩ତମ ବାର୍ଷିକ ଉତ୍ସବ

blank
ପଟ୍ଟାମୁଣ୍ଡାଇ ୩୦/୧୨-ଯୁଗ ଯୁଗ ଧରି ଐତିହ୍ୟ କଳା ସାହିତ୍ୟ ସଂସ୍କୃତି ଏବେ ବି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଶୋଭାପାଉଛି। ଐତିହାସିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟର ଚିତ୍ରକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟକଳା, ସଙ୍ଗୀତ ଓ ନୃତ୍ୟ ଏକ ନୂତନ ପରିଚୟ ପାଇଛି। ଏହି ମାଟିର ବହୁ କଳାକାର ସାହିତ୍ୟିକ ଓ ନାଟ୍ୟକାର ପ୍ରତିଷ୍ଠା ଲାଭ କରି ପଟ୍ଟାମୁଣ୍ଡାଇ ପାଇଁ ଗୌରବ ଆଣିଛନ୍ତି । କଳାର ଏହି ଜୀବନ୍ତ ପରମ୍ପରାକୁ ନେଇ କସ୍ତୁରୀ କଳା ନିକେତନ କଳା ଓ କଳାକାରଙ୍କ ଭୂମିଭାବେ ପରିଚିତ ହୋଇପାରିଛି । ସ୍କୃତିପୁରୁଷ ଦିବଂଗତ ଦିବାକର ବିଶ୍ୱାଳଙ୍କ ମାନସ ସନ୍ତାନ କସ୍ତୁରୀ କଳା ନିକେତନର କଳା ଏବଂ ସଂସ୍କୃତିର ପରମ୍ପରାକୁ କାଳାକାର ମାନେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଉଦଜିବୀତରଖିଥିବାରୁ ଏହା ଆମ ଅଂଚଳପାଇଁ ଗୌରବାନିତ କରିଛି ବୋଲି ମଙ୍ଗଳବାର ପଟ୍ଟାମୁଣ୍ଡାଇ ଅଂଚଳର ନୃତ୍ୟ ସଂଗୀତ ଅନୁଷ୍ଠାନ କସ୍ତୁରୀ କଳା ନିକେତନର ୩୩ତମ ବାର୍ଷିକର ଦ୍ୱିତୀୟ ସଂନ୍ଧ୍ୟା ଉଦଯାପନୀ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି
blank


କସ୍ତୁରୀ କଳା ନିକେତନ ସଭାପତି ଶିକ୍ଷାବିତ ସୁରେଶ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ କହିଲେ ସମଗ୍ର ବିଶ୍ୱରେ କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ କଳାତୀର୍ଥ ପଟ୍ଟାମୁଣ୍ଡାଇର ବଳିଷ୍ଠ ଅବଦାନ ରହିଛି। କଳାକାରମାନେ ହେଉଛନ୍ତି ସୃଜନଶୀଳତାର ପୂଜକ। ମାଟି କଣ୍ଢେଇ ବିକ୍ରି କରୁଥିବା ଜଣେ ସାମାନ୍ୟ ଶିଳ୍ପୀ ବି କଳାକୁ ଜୀବନ୍ତ ରୂପ ଦେଇଥାଏ। କଳାକୁ ସୃଷ୍ଟିକରେ ଓ ତାହାକୁ ଭଲପାଏ। ଓଡ଼ିଶା ଏକ କଳାର ରାଜ୍ୟ । ଛାତ୍ରୀଛାତ୍ର ମାନେ ପାଠ ପଢା ସହ କଳାକୁ ଆପଣେଇଲେ ଉଜ୍ବଳ ଭବିଷ୍ୟତ ଗଢିପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଯୋଗ ଦେଇ କଳା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅନନ୍ୟ ପରିଚୟ ସୃଷ୍ଟି କରି ନିଜର ଉତ୍କୃଷ୍ଟ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଆସିଛି।ଏହି କାର୍ଯ୍ୟକ୍ରମରେ କାଉନସିଲର ଲାସ୍ୟମୟୀ ସାହୁ, ଗୋପୀବଲ୍ଲଭ ନାୟକ, ଓ ମ୍ୟୁତୃଂଞୟ ପାଢୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଇଥିଲା । ଏହି ଅବସରରେ ବନ୍ଦେଉତ୍କଳ ଜନନୀ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । କଳା ନିକେତନରସମ୍ପାଦକ କୃପାସିନ୍ଧୁ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ କାଳା ନିକେତନର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଓ ପୌରାଧ୍ୟକ୍ଷଙ୍କ ଦୃଷ୍ଠି ଅକର୍ଷଣ କରିଥିଲେ । ନବ କିଶୋର ପଣ୍ଡା ସ୍ୱାଗତଭାଷଣ ଓ ଆଇନଜୀବୀ ପ୍ରମୋଦ ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ ।ଵହି ବାର୍ଷିକ ଉତ୍ସବରେ କବୟତ୍ରୀ/କବି, ସଂଗୀତଜ୍ଞ, ସାମାଜୀକକର୍ମୀ ଓ ପୁରାତନ ଛାତ୍ରୀଛାତ୍ରଙ୍କୁ ବିଧାୟକ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନୃତ୍ୟଗୁରୁଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନୃତ୍ୟ ଅଭିନୟ କରିଥିଲେ ।ଏହି କାର୍ଯ୍ୟକ୍ରମକୁ କସ୍ତୁରୀ କଳା ନିକେତନର ବହୁ ସଭ୍ୟାସଭ୍ୟ ପରିଚାଳନା କରିଥିଲେ ।

Next Post

ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

Tue Dec 30 , 2025
କେନ୍ଦ୍ରାପଡ଼ା,୩୦ା୧୨:ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟର ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଓସ୍ୱାସ ଫାଇଲ କାର୍ଯ୍ୟ, ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଛଡା ପ୍ରତ୍ୟେକ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଏବଂ ପୂର୍ବରୁ ଅଭିଯୋଗ ଶୁଣାଣି ଶିବିରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading