ପିସିସି ସଭାପତିଙ୍କୁ କେନ୍ଦ୍ରାପଡ଼ାରେ ଉତ୍ସସିତ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡ଼ା,୨୭ା୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସି ମହିଳା ମୋର୍ଚ୍ଚାର ସଭାପତି ମିନାକ୍ଷୀ ବାହିନୀପତିଙ୍କୁ କେନ୍ଦ୍ରାପଡା ଯୁବ କଂଗ୍ରେସ ପକ୍ଷରୁ ଗରାପୁର ଡାକ ବଙ୍ଗଳା ଠାରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ଛାତ୍ରକଂଗ୍ରେସ ନେତା ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧର୍ିତ ସମ୍ବର୍ଦ୍ଧିତ କରିଥିଲେ । ଯୁବ ଛାତ୍ର ନେତା ଦିଲିପ କୁମାର ପ୍ରଧାନ, ଭୁବନ ମୋହନ ଭୋଇ, ଭଗବାନ ଓଝା, ଅଖିଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଏସି.ଏସଟି. ମୁଖ୍ୟ ହଳଧର ସେଠୀ, ଫକିର ଖଟୁଆ, ଭାଗିରଥୀ ଜେନା, ହୃଷୀକେଶ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଯୁବ କଂଗ୍ରେସର ଦିଲ୍ଲୀପ ପ୍ରଧାନ ଜିଲାରେ ଦଳକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ସଭାପତିଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ଦାସ ଚାନ୍ଦବାଲିର ନାବାଳିକା ବଳାତ୍କାର ପୀଡିତାଙ୍କୁ ଭେଟିବାକୁ ଯିବା ଅବସରରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Next Post

କେନ୍ଦ୍ରାପଡା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Sat Dec 27 , 2025
କେନ୍ଦ୍ରାପଡ଼ା,୨୭ା୧୨:କେନ୍ଦ୍ରାପଡା ମହାବିଦ୍ୟାଳୟର୧୯୯୩ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ପଞ୍ଚମ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୯୮୮ରୁ ୧୯୯୩ ମଧ୍ୟରେ ଅଧ୍ୟୟନରତ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୧୨୦ଜଣ ଛାତ୍ରଛାତ୍ରୀ ଯୋଗଦେଇ କଲେଜ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ସୁରେନ୍ଦ୍ର ନାଥ ଜେନା ଓ ସମ୍ପାଦକ ଦାମୋଦର ପଣ୍ଡା ପରିଚାଳନା କରିଥିଲେ। ପ୍ରଥମେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading